ପଟ୍ଟାମୁଣ୍ଡାଇ କଲେଜ ଇତିହାସ ବିଭାଗ ଆଲୋଚନାଚକ୍ର



ପଟ୍ଟାମୁଣ୍ଡାଇ ତା ୭/୧-ପଟ୍ଟାମୁଣ୍ଡାଇ କଲେଜ ଇତିହାସ ବିଭାଗ ପକ୍ଷରୁ “ପାଇକ ବିଦ୍ରୋହ -ଓଡିଶାରେ ଇଂରେଜ ଶାସନ ବିରୋଧରେ ପ୍ରଥମ ଅସ୍ତ୍ରଭିତ୍ତିକ ଆନ୍ଦୋଳନ”ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟ ଓ ବିଭାଗୀୟ ମୁଖ୍ୟ ରଞ୍ଜନ ବେହୁରାଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ଡ଼ ଅଜିତ କୁମାର ସାହୁ ମୁଖ୍ୟଆଲୋଚକ ଭାବେ ଯୋଗ ଦେଇ ପାଇକ ମାନଙ୍କ ସାମାଜିକ ଓ ସାମରିକ ସ୍ଥିତି ସହିତ କେଉଁ ପରିସ୍ଥିତିରେ ଇଂରେଜ ଶାସନ ବିରୋଧରେ ଅସ୍ତ୍ର ଉତ୍ତୋଳନ କରିଥିଲେ ତାହା ବିସ୍ତୃତ ଭାବେ ଆଲୋଚନା କରିବା ସହିତ ବକ୍ସି ଜଗବନ୍ଧୁ ଓ ଜୟରାଜ ଗୁରୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଅଧକ୍ଷ ପ୍ରଫେସର ଭୂୟାଁ ସ୍ୱାଗତଭାଷଣ ଓ ଅଧ୍ୟାପକ ପୃଥ୍ୱୀରାଜ ବିଶ୍ୱାଳ ଅତିଥିପରିଚୟ ପ୍ରଦାନ କରିଥିଲେ । ଏହି ଆଲୋଚନାଚକ୍ରରେ ପ୍ରଫେସର ଦେବବ୍ରତ ପ୍ରଧାନ, ପ୍ରାଧ୍ୟାପକ ଫକୀର ଚନ୍ଦ୍ର ପ୍ରଧାନ, ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ, ଚିନ୍ମୟ ସାମଲ, ରୋହିତ ବଗାର୍ତି, ଅଧ୍ୟାପିକା ଦେବସ୍ମିତା ତ୍ରିପାଠୀ ଯୋଗ ଦେଇଥିଲେ । ଶେଷରେ ଅଧ୍ୟାପକ ସତ୍ୟପ୍ରିୟ ସାମଲ ଧନ୍ୟବାଦ ଦେଇଥିଲେ । ଅଧ୍ୟାପକ ପିଣ୍ଟୁ ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Next Post

ପଟ୍ଟାମୁଣ୍ଡାଇରେ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ ଉଦଘାଟିତ

Wed Jan 8 , 2025
ପଟ୍ଟାମୁଣ୍ଡାଇ ୮/୧- କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ପରିସରରେ ନୂତନ ଅତିରିକ୍ତ ଜିଲ୍ଲା କୋର୍ଟ ଉଦଘାଟିତ ହୋଇଯାଇଛି । ଓଡିଶା ଉଚ୍ଚନୟାଲୟର ମାନ୍ୟବର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ, ମାନ୍ୟବର ବିଚାରପତି ଏସ. କେ. ପାଣିଗ୍ରାହୀ ଭର୍ଚୁଆର ମୋଡରେ ଏହି ବହୁ ପ୍ରତିକ୍ଷିତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟକୁ ଉଦଘାଟନ କରିଥିଲେ। ଜନସାଧାରଣଙ୍କ ଦ୍ୱାରା ଦେଶରେ ନ୍ୟାୟ ପ୍ରଦାନ ପରିପ୍ରେକ୍ଷୀରେ ଏହି କୋର୍ଟ ଉଦଘାଟନ କରାଯାଇଥିବା […]

You May Like