୧୮ତମ ପ୍ରବାସୀ ଭାରତୀୟ ଦିବସ ୨୦୨୫ ପାଳନ



କେନ୍ଦ୍ରାପଡା,୮ା୧: ସମଗ୍ର ଶିକ୍ଷା କେନ୍ଦ୍ରାପଡା ଆନୁକୂଲ୍ୟରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସ୍ଥାନୀୟ ମୁନିସିପାଲଟି ଟାଉନହଲ୍‌ଠାରେ ଜିଲ୍ଲାର ୯ଗୋଟି ବ୍ଲକର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷାଧିକାରୀ, ପ୍ରଶାସନିକ ଅଧିକାରୀ, ଅଭିଭାବକ ଓ ଲୋକ ପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାଇକେଲ ଚାଳନା, କୁଇଜ୍‌, ପୋଷ୍ଟର ପ୍ରସ୍ତୁତି ଓ ଉପସ୍ଥାପନା ଏବଂ ରଚନା ଲିଖନ କରାଯାଇଥିଲା । ଉଦ୍‌ଘାଟନୀ ପର୍ବରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଶ୍ରୀଜୀଉଙ୍କର ତୈଳଚିତ୍ର ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାକୁ ଶୁଭ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେରାବିଶ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା, କେନ୍ଦ୍ରାପଡା ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ, ମାର୍ଶାଘାଇ ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ ସ୍ୱାଇଁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ଓ ଉଦ୍‌ଯାପନୀ ଉତ୍ସବରେ ସାଂସଦଙ୍କ ପ୍ରତିନିଧି କିଶୋର ଚନ୍ଦ୍ର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ସରକାରୀ ଜିଲ୍ଲା ଲୋକ ସମ୍ପର୍କ ସୂଚନା ପ୍ରସାରଣ ଅଧିକାରୀ ଅଶୋକ ବଳିଆରସିଂ, ମୁନିସିପାଲଟି ଅଧ୍ୟକ୍ଷା ସରିତା ସାହୁ, ସୂର୍ଯ୍ୟନାରାୟଣ ମିଶ୍ର, ବିତ୍ତ ଅଧିକାରୀ , ସରକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ଜେନା, ବଳଦେବ ପ୍ରସାଦ ଜେନା, ଦେବଦତ୍ତ ଶତପଥୀ, ମନୋରଞ୍ଜନ ପଟ୍ଟନାୟକ, ବଳଦେବ ଉପାଧ୍ୟାୟ, ମିନତୀ ସେଠୀ, ଜିଲ୍ଲାର ଅନ୍ୟ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀଙ୍କନ ସମେତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅନନ୍ତ କୁମାର ପରିଡା ମଞ୍ଚ ପରିଚାଳନା କରିବା ସହ ମହମ୍ମଦ ଅଜଗର ଅଲ୍ଲୀ, ଫୟାଜଉଦ୍ଦିନ, ରାଜେଶ ବାରିକ, ମାମୁନି ସିଂହ, ଦେବେନ୍ଦ୍ର ନାୟକ, ବିଷ୍ଣୁଚରଣ ସାମଲ, ସହ ବିଜ୍ଞାନ ପରିଦର୍ଶକ ପ୍ରକାଶ ପରିଡା, ସମଗ୍ର ଶିକ୍ଷାର କର୍ମକର୍ତ୍ତା ଜୟୀରାମ ସେଠୀ, ରମେଶ ଚନ୍ଦ୍ର ସ୍ୱାଇଁ, ଚନ୍ଦନ କୁମାର ସ୍ୱାଇଁ, ବିଜୟ କୁମାର ପରିଡା, ବିନୋଦ ବିହାରୀ ସାହୁ, ପ୍ରକାଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା କୃତୀ ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ସହ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ସଂଯୋଜିକା କିରଣତୃଷ୍ଣା ସାହୁ କୃତଜ୍ଞତା ଜ୍ଞାପନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading