ପୁସ୍ତକମେଳାର ଚତୁର୍ଥ ସନ୍ଧ୍ୟା , ପଞ୍ଚଭାଷା କବି ସମ୍ମିଳନୀରେ ଯୋଗଦେଲେ ୨୦ରୁ ଉର୍ଦ୍ଧ୍ୱ ବରିଷ୍ଠ କବି



କେନ୍ଦ୍ରାପଡ଼ା,୯ା୧: କେନ୍ଦ୍ରାପଡା ସହରର ଟେଲିକମ ଗ୍ରାଉଣ୍ଡରେ କେମ୍ ପକ୍ଷରୁ ଆୟୋଜିତ ୨୨ତମ ରାଜ୍ୟ ସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳାର ୪ର୍ଥ ସନ୍ଧ୍ୟାରେ ଆୟୋଜିତ ସ୍ୱତନ୍ତ୍ର ସାରସ୍ୱତ ଆସର “ପଞ୍ଚଭାଷା କବି ସମ୍ମିଳନୀ”ରେ ରାଜ୍ୟର ୨୦ରୁ ଉର୍ଦ୍ଧ୍ୱ ଲୋକପ୍ରିୟ କବି ଯୋଗଦେଇ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଅନୁଷ୍ଠାନର ଇଭେଣ୍ଟ ମ୍ୟାନେଜର କବୟିତ୍ରୀ ନବଜ୍ୟୋତି ରାୟଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ସମାରୋହରେ ବରିଷ୍ଠ କବୟିତ୍ରୀ ଡଃ ଅପର୍ଣ୍ଣା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ କାବ୍ୟ ରଚନାରେ ମୂଲ୍ୟବୋଧ ରହିବା ଏକାନ୍ତ ଜରୁରୀ ଓ କବିତା ହିଁ ସାଧାରଣ ମଣିଷକୁ ଦିବ୍ୟ ସତ୍ତାର ନିକଟତର କରିଥାଏ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ତଥା ପ୍ରାଧ୍ୟାପକ ଡଃ ଜ୍ଞାନୀ ଦେବାଶିଷ ମିଶ୍ର ଯୋଗଦେଇ କହିଥିଲେ ଭାଷା ହିଁ ସାମାଜିକ ଓ ରାଷ୍ଟ୍ରୀୟ ଜୀବନକୁ ଜୋଡେ ଓ ସମୃଦ୍ଧି ପାଇଁ ପଥ ପରିଷ୍କାର କରେ । ପଞ୍ଚଭାଷା କବି ସମ୍ମିଳନୀ ବିଭିନ୍ନ ଭାଷାର କବିମାନଙ୍କ ମଧ୍ୟରେ ଏକ ସାରସ୍ୱତ ସଦ୍‌ଭାବନାର ବାର୍ତ୍ତାବହ ବୋଲି ସେ ମତବ୍ୟକ୍ତ କରିଥିଲେ । କେମ୍‌ର ସଭାପତି ଇଂ ଅକ୍ଷୟ କୁମାର ପାଣି ଅତିଥିମାନଙ୍କ ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଓଡିଆ ଭାଷାରୁ ବରିଷ୍ଠ କବି ସୁରେଶ ନାୟକ, ସୁବ୍ରତ ଦାସ, ମନୋରଞ୍ଜନ ସାହୁ, ଅଞ୍ଜୁମନ ଆରା, ଦୀପୁନ ପୁହାଣ, ଶରତ ନାୟକ, ସୌଭାଗ୍ୟ ମହାନ୍ତି, ଗୋଲାପ ରାଉତ ଓ ଭବାନୀ ମହାପାତ୍ର ଯୋଗ ଦେଇଥିବା ବେଳେ ଇଂରାଜୀ ଭାଷାରେ ଡଃ ଆଲୋକ ରାୟ, ବଙ୍ଗାଳି ଭାଷାରେ ନିରଞ୍ଜନ ଜେନା, ସଂସ୍କୃତ ଭାଷାରେ କବି ପଣ୍ଡିତ କିଶୋର ମିଶ୍ର, ପଣ୍ଡିତ ହରେକୃଷ୍ଣ ପତି, ଅଭିରାମ ସାହୁ ଓ ପଣ୍ଡିତ ପ୍ରତାପ ପତି ତଥା ଉର୍ଦ୍ଦୁ ଭାଷାରେ କବି ଇନାୟତ ଅଲ୍ଲୀ, ସାମୀରୱାର୍ସୀ, ନୁର ଇଲାହୀ ଓ ନଫୀସ ଦସନବୀ ପ୍ରମୁଖ ଯୋଗ ଦେଇଥିଲେ । ଏହା ପୂର୍ବରୁ ନୂପୁର ଡ୍ୟାନ୍ସ ଏକାଡେମୀର ନୃତ୍ୟ ଶିଳ୍ପୀମାନେ ଚିତ୍ତାକର୍ଷକ ସାଂସ୍କୃତିକ ବିଚିତ୍ରା ପରିବେଷଣ କରିଥିଲେ । କବି ଅଶୋକ ସାହୁ ଏହାର ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ଡଃ ରାମଚନ୍ଦ୍ର ବେହେରା, ତପନ ପତି, ଡଃ ବିରଜା ରାଉତରାୟ ପ୍ରମୁଖ ଯୋଗ ଦେଇଥିବା ବେଳେ ଜାହିଦ୍ ଖାଁ, ବଂଶୀଧର ମହାନ୍ତି, ନୃସିଂହ ତ୍ରିପାଠୀ, ଶାନ୍ତନୁ ମଲ୍ଲିକ, ଧର୍ମଦର୍ଶୀ କର, ଜ୍ୟୋତି ରଞ୍ଜନ ନାୟକ, ଅଭିମନ୍ୟୁ ରାଉତ, ଶିବ ଚରଣ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Next Post

ଏସଆଇପିଟି ଛାତ୍ରୀଛାତ୍ର , ସଡ଼କ ସୁରକ୍ଷା ପରିବାର ରକ୍ଷାର ଦେଲେ ବାର୍ତା

Thu Jan 9 , 2025
ପଟ୍ଟାମୁଣ୍ଡାଇ ୯/୧- ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ପଟ୍ଟାମୁଣ୍ଡାଇ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ତରଫରୁ ଗୁରୁବାର ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।କେନ୍ଦ୍ରାପଡା ଆରଟିଓ ଧିରେନ କୁମାର ନାୟକଙ୍କ ତତ୍ୱାବଧାନରେ ପଟ୍ଟାମୁଣ୍ଡାଇ ଏସଆଇପିଟି ଅଧ୍ୟକ୍ଷ ଲଷ୍ମୀକାନ୍ତ ବିଶ୍ୱାଳଙ୍କ ସଂଯୋଜନାରେ ଏସଆଇପିଟି ଛାତ୍ରୀଛାତ୍ରମାନେ ଚାହାପଡା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ପଟ୍ଟାମୁଣ୍ଡାଇ ଆମ୍ବେଦକର ଛକ ଦେଇ ବଜ଼ାର ପରିକ୍ରମା କରିଥିଲେ । […]

You May Like