
ପଟ୍ଟାମୁଣ୍ଡଇ ୧୦/୧;ସ୍ୱାଧୀନ ଭାରତରେ ଓଡ଼ିଶାର ଅନ୍ୟତମ ପ୍ରମୁଖ ନିର୍ବାଚନମଣ୍ଡଳୀ ଭାବେ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ସ୍ୱତନ୍ତ୍ର ପରିଚିତି ଲାଭ କରିଥିଲା। ୨୦୦୯ ନିର୍ବାଚନ ପୂର୍ବରୁ ସୀମା ପୁନଃ ନିର୍ଦ୍ଧାରଣ ବେଳେ ପଟ୍ଟାମୁଣ୍ଡାଇ ସଂରକ୍ଷିତ ନିର୍ବାଚନଆସନର ବିଲୋପ ଘଟିଛି । ସୀମା ପୁନଃ ନିର୍ଦ୍ଧାରଣ ପୂର୍ବରୁ ପଟ୍ଟାମୁଣ୍ଡାଇ ବ୍ଲକର ୩୦ଟି ପଂଚାୟତ, ପୌରାଂଚଳର ୨୦ ଟି ଓାର୍ଦ ସହିତ କେନ୍ଦ୍ରାପଡ଼ା ବ୍ଲକର ୫ ଟା ପଂଚାୟତ ଓ ଆଳି ବ୍ଲକର ୧୦ ଟି ପଂଚାୟତକୁ ନେଇ ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ ରହିଥିଲା । ଡି ଲିମିଟେସନ ପରେ ପଟ୍ଟାମୁଣ୍ଡାଇ ବ୍ଲକର ୧୯ ପଂଚାୟତ ପୌରାଂଚଳକୁ ନେଇ ନୂତନ ରାଜନଗର ନିର୍ବାଚନମଣ୍ଡଳୀ ଗଠନ କରାଯିବା ସହିତ ୧୭ ଟା ପଂଚାୟତକୁ ନେଇ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ୧୦ ଟି ପଂଚାୟତକୁ ଆଳି ନିର୍ବଚନ ମଣ୍ଡଳୀ ସହିତ ମିଶାଇ ଦିଆଗଲା। ଏବେ ପଟ୍ଟାମୁଣ୍ଡାଇ ବ୍ଲକର ୩୧ ଟି ପଂଚାୟତ ସହିତ ପୌରପରିଷଦର ୨୦ ଟି ଓାଡ ରହିଛି । ଏହାର ଲୋକ ସଂଖ୍ୟା ଓ ଭୌଗଳିକ ସ୍ଥିତି ଅନୁଯାୟୀ ଏକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପଯୁକ୍ତ ଅଟେ । ତେବେ ଆଗାମି ସିମା ପୁନଃନିର୍ଦ୍ଦାରଣ ସମୟରେ ପଟ୍ଟାମୁଣ୍ଡାଇକୁ ତାର ନିଜସ୍ୱ ପରିଚୟ ଫେରାଇ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ କରାଇବାକୁ ବିଭିନ୍ନ ସଂଗଠନ ସମେତ ବୁଦ୍ଧିଜୀବୀ, ଜନପ୍ରତିନିଦ୍ଧି, ଜନସାଧାରଣ ଏକାଠି ହୋଇ ଦାବୀ ପ୍ରକ୍ରିୟା ଆରମ୍ଭ କଲେଣି ବୋଲି ମତ ପ୍ରକାଶ ପାଇଛିା
କେନ୍ଦ୍ରାପଡା ଜିଲାର ସର୍ବ ବୃହତ ବ୍ୟବସାୟକ ପେଣ୍ଠ ସ୍ଥଳ ପଟ୍ଟାମୁଣ୍ଡାଇ ହୋଇଥିବା ବେଳେ ପ୍ରତ୍ୟକ ଦିନ ଏଠାରେ ହଜାରହଜାର ଲୋକଙ୍କ ସମାଗମ ହେଉଛି । ୨୦୦୯ ପୂର୍ବରୁ ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ ବିଲୋପ ପରେ ୨ ଟି ନିର୍ବାଚନ ମଣ୍ଡଳୀ ସମଷ୍ଟିରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳ ନେତୃତ୍ୱ ବିହିନ ହୋଇପଡିଛି । ପଟ୍ଟାମୁଣ୍ଡାଇ ଅଂଚଳକୁ ସଦାସର୍ବଦା ଅବହେଳିତ ଓ ଅଣଦେଖା ଅବସ୍ଥାରେ ବହୁ ପଛରେ ପକାଇ ଦିଆଯାଉଛି। ରାଜ୍ୟର ଅନ୍ୟ ବ୍ଲକ ଓ ମ୍ୟୁନିସିପାଲଟି ଯେଉଁ ପରି ଭାବେ ବିକାଶ ହୋଇଚାଲିଛି ତାହା ପଟ୍ଟାମୁଣ୍ଡାଇରେ ପରିଲକ୍ଷିତ ହେଉନାହିଁ। ବହୁ ସମସ୍ୟାରେ ବୁଡ଼ି ରହି ଦୁର୍ନୀତିର ଗନ୍ତାଘର ପାଲଟିଥିବାରୁ, ବହୁଳ ପକ୍ଷପାତିତା ଓ ପାତରଅନ୍ତର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏଥିନେଇ ପଟ୍ଟାମୁଣ୍ଡାଇରେ ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ପାଇଁ ଅନେକ ସଂଗଠନ ପକ୍ଷରୁ ଦାବୀ ହୋଇଛି । ଆସନ୍ତା ୨୦୨୬-୨୭ରେ କେତେକ ନୂର୍ତନ ବ୍ଲକ ଗଠନ ହେବା ସହ ୨୧୦ ବିଧାନସଭା ଆସନ ପାଇଁ ସିମା ପୂନଃନିର୍ଦ୍ଧାରଣ କରାଯିବ ବୋଲି ବୁଦ୍ଧିଜିବୀ ମହଲରେ ଅଲୋଚନା ହେଉଛି । ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠନ ନିମନ୍ତେ ବିଭିନ୍ନ ସମୀକ୍ଷା, ମତାମତ ଓ ସର୍ଭେ କରାଯିବ ବୋଲି କୁହାଯାଉଛି । ଭାରତରେ ପ୍ରତି ୧୦ ବର୍ଷରେ ଥରେ ଜନଗଣନା ହୋଇଆସୁଛି । ୨୦୧୧ ପରେ ୨୦୨୦ରେ ଜନଗଣନା ହେବା କଥା । ମାତ୍ର ମାହାମାରୀ କରୋନା ଯୋଗୁଁ ସରକାର ହେବାକୁ ଥିବା ଜନଗଣନାକୁ ସୁଗିତ ରଖିଥିଲେ । ଚଳିତ ବର୍ଷ ସାରା ଦେଶରେ ଜନଗଣନା ଆରମ୍ଭ ହେବ ବୋଲି କୁହାଯାଉଛି । ଜନଗଣନାର ତଥ୍ୟ ଆଧାରରେ ସରକାରୀ ଯୋଜନା ଓ ନୀତି ଗୁଡିକର ତଥ୍ୟ ପ୍ରସ୍ତୁତ ହେବ। ଜନଗଣନା ପ୍ରକ୍ରିୟା ଶେଷ ହେବାକୁ ସର୍ବନିମ୍ନ ୨ ବର୍ଷ ଲାଗିବ । ଏପରି ସ୍ଥଳେ ଯଦି ଚଳିତ ବର୍ଷ ଜନଗଣନା ପ୍ରକ୍ରିୟା ଆରମ୍ଭ ହୁଏ ତେବେ ୨୦୨୬ ଶେଷ କିମ୍ବା ୨୦୨୭ ପ୍ରାରମ୍ଭରେ ଏହା ଶେଷ ହେବ । ଜନଗଣନା ପରେ ସଂସଦୀୟ ଓ ବିଧାନସଭା ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ ହେବ । ଜନଗଣନା ପରେ ହିଁ ଲୋକସଭା, ରାଜ୍ୟସଭା ଓ ବିଧାନସଭା ଆସନ ସଂଖ୍ୟା କମ୍ ବେଶି ହେବ । ଜନଗଣନା ଧାରା ୧୯୪୮ରେ ଏସସି ଓ ଏସ୍ଟିଙ୍କ ପାଇଁ ଗଣନାର ବ୍ୟବସ୍ଥା ରହିଛି। ମହିଳାଙ୍କ ଲାଗି ଏକ ତୃତୀୟାଂଶ ଆସନ ସଂରକ୍ଷିତ ପାଇଁ ସରକାର ତତ୍ପର ଥିବା ଜଣାପଡିଛି ।
ସ୍ୱାଭିମାନୀ ପଟ୍ଟାମୁଣ୍ଡାଇର ପରିଚୟ ଫେରାଇବା ପାଇଁ ଦାବୀ
One thought on “ସ୍ୱାଭିମାନୀ ପଟ୍ଟାମୁଣ୍ଡାଇର ପରିଚୟ ଫେରାଇବା ପାଇଁ ଦାବୀ”
Comments are closed.











ପଟ୍ଟାମୁଣ୍ଡାଇ ଦିନେ ଜିଲ୍ଲାର ମୁଖ୍ୟାଳୟ ପାଁଇ ଚଚ୍ଚିର୍ତ ହୋଇ ଚକ୍ରାନ୍ତର ଶିକାର ହୋଇ ଥିଲା। ସେହିଭଳି ନିର୍ବାଚନ ମଣ୍ଡଳ
ଗଠନରେ ଶିକାର ହୋଇ ତାର ସ୍ୱାଭିମାନକୁ ଚୁରମାର କରି
ଦିଆଯାଇ ଥିଲେବି ସ୍ଵର ଉଠିନଥିଲା । ଏତେ ଦିନ ପରେ ଉଠୁଥିବାରୁ ମୁଁ ଏହାକୁ ସ୍ୱାଗତ କରୁଛି ଓ ଧନ୍ଯବାଦ ଜଣାଉଛି ।