ଜିଲ୍ଲାସ୍ତରୀୟ ଧାନକ୍ରୟ ମଣ୍ଡି ଶୁଭ ଉଦଘାଟନ



କେନ୍ଦ୍ରାପଡ଼ା,୧୦ା୧: ଜମଧରସ୍ଥିତ ନିୟନ୍ତ୍ରିତ ବଜାର କମିଟିର ମୁଖ୍ୟ ବଜାର ପ୍ରାଙ୍ଗଣରେ ଶୁକ୍ରବାର ଜିଲ୍ଲାସ୍ତରୀୟ ଧାନକ୍ରୟ ମଣ୍ଡିର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, କେନ୍ଦ୍ରାପଡା ଲୋକସଭା ସାଂସଦଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଫିତା କାଟି ଏହାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବେଷାମରିକ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ ରାୟ, ସମବାୟ ସମିତି ସମୁହର ବରିଷ୍ଠ ସହକାରୀ ନିବନ୍ଧକ ସନ୍ତୋଷ କୁମାର ଦାସ, ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସଚ୍ଚିିଦାନନ୍ଦ ଜେନା, ଯୋଗାଣ ବିଭାଗ ଓ ନିୟନ୍ତ୍ରିତ ବଜାର କମିଟିର ଅଧିକାରୀ ଓ କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଚାଷୀମାନେ ଯୋଗଦେଇଥିଲେ। ସୂଚନା ଯୋଗ୍ୟ ଯେ ଜିଲ୍ଲାରେ ଆଜି ଠାରୁ ସମସ୍ତ ୧୨୩ ଗୋଟି ମଣ୍ଡିରେ ଧାନ କ୍ରୟ ଆରମ୍ଭ ହୋଇଛି।


Discover more from

Subscribe now to keep reading and get access to the full archive.

Continue reading