ପାଠକୀୟ ଚାହିଦାରେ ‘କେନ୍ଦ୍ରାପଡା ପରିକ୍ରମା’ର ଭିତରକନିକା ବିଶେଷଜ୍ଞ


କେନ୍ଦ୍ରାପଡ଼ା ୧୧/୧: ଦ୍ୱାବିଶଂତମ ରାଜ୍ୟସ୍ତରୀୟ ପୁସ୍ତକମେଳା ଉଦ୍‌ଘାଟନ ଦିବସରେ ଲୋକାର୍ପିତ ହୋଇଥିବା ଚଳିତବର୍ଷ ‘କେନ୍ଦ୍ରାପଡା ପରିକ୍ରମା’ର ଭିତରକନିକା ବିଶେଷଜ୍ଞ ବିପୁଳ ପାଠକୀୟ ଆଦୃତି ପାଉଥିବାର ଲକ୍ଷ୍ୟ କରାଯାଇଛି । ଏହି ଆକର୍ଷଣୀୟ ପରିପାଟିରେ ପ୍ରକାଶିତ ଏହି ସଂଗ୍ରହ୍ୟ ବିଶେଷାଙ୍କରେ ଭିତରକନିକାର ଜୈବ ବିବିଧତା, ପ୍ରାକୃତିକ ବିଭବ, ହେନ୍ତାଳବଣ, ବିରଳ ପ୍ରଜାତିର ଜୀବଜନ୍ତୁ, ବଗ ଗହଣ, କୁମ୍ଭୀର ପ୍ରଜନନ କେନ୍ଦ୍ର, ଗହୀରମଥା ଅଲିଭ୍ ରିଡ୍‌ଲେ କଇଁଛ ଏବଂ ଭିତରକନିକାର ଇତିହାସ, ଅତୀତ ଓ ବର୍ତ୍ତମାନକୁ ନେଇ ସଚିତ୍ର ତଥ୍ୟ ସମ୍ବଳିତ ଆଲେଖମାନ ବିଭିନ୍ନ ଅଭିଜ୍ଞ ଲେଖକମାନଙ୍କଠାରୁ ସଂଗୃହୀତ କରାଯାଇ ସଙ୍କଳିତ କରାଯାଇଛି । ଏହି ସଦୃଶ୍ୟ ପତ୍ରିକାକୁ ସମ୍ପାଦନ କରିଛନ୍ତି କେମ୍‌ର ମୁଖ୍ୟ ଉପଦେଷ୍ଟା ଡଃ. ବିରଜା ରାଉତରାୟ ଓ ପୁସ୍ତକମେଳାର ଆୟୋଜକ କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର (କେମ୍‌) ଏହାକୁ ପ୍ରକାଶ କରିଛନ୍ତି । ଭିତରକନିକାର ବିଭବ ଓ ବୈଶିଷ୍ଟ୍ୟତାକୁ ନେଇ ପ୍ରକାଶିତ ଏହି ଉପାଦେୟ ପତ୍ରିକା କ୍ରୟ କରିବା ନିମନ୍ତେ ସାଧାରଣ ପାଠକମାନଙ୍କ ମଧ୍ୟରେ ଅସାଧାରଣ ଆଗ୍ରହ ପରିଲକ୍ଷିତ ହେଉଛି । ପ୍ରକାଶକ କେମ୍ ପୁସ୍ତକମେଳା ନିମନ୍ତେ ପାଠକମାନଙ୍କ ପାଇଁ ରିହାତି ମୂଲ୍ୟରେ ବିକ୍ରୟ କରିବାର ବ୍ୟବସ୍ଥା କରିଛନ୍ତି ବୋଲି ମେଡିଆ ସଂଯୋଜକ ଲକ୍ଷ୍ମୀକାନ୍ତ ନାୟକ ପ୍ରକାଶ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading