
ପଟ୍ଟାମୁଣ୍ଡାଇ ୧୧/୧-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ମୂଳବସନ୍ତ ୟୁନାଇଟେଡ଼ ୟୁଥ କ୍ଲବ ପକ୍ଷରୁ ୪୦ବର୍ଷରୁ ଉର୍ଦ୍ଧ ଯୁବକଙ୍କୁ ନେଇ ଆୟୋଜିତ ୟୁ ୱା ସି କ୍ରିକେଟ ଟୁର୍ନାମେଂଟ ଉଦଘାଟିତ ହୋଇଯାଇଛି । ୟୁ ୱା ସି ସଭାପତି ସଂଗ୍ରାମ କେଶରୀ ସ୍ୱାଇଁଙ୍କ ପୌରହିତ୍ୟରେ ନିତାଇ ଚୈତନ୍ୟ ହାଇସ୍କୁଲ ପଡିଆରେ ଆୟୋଜିତ ୟୁ ୱା ସି କ୍ରିକେଟ ଟୁର୍ନାମେଂଟର ଉଦଘାଟନ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ସୁଶାନ୍ତ ସାହୁ ମୁଖ୍ୟବକ୍ତା, ବରିଷ୍ଠ ଖବରଦାତା ଅକ୍ଷୟ କୁମାର ସାହୁ ସମ୍ମାନିତଅତିଥି ଭାବେ ଯୋଗ ଦେଇ କ୍ରିକେଟ ଟୁର୍ନାମେଂଟକୁ ଉଦଘାଟନ କରିଥିଲେ । ଆଜିର ଉଦଘାଟନୀ ଟୁର୍ନାମେଂଟରେ ନରେନ୍ଦ୍ରପୁର, ବନ୍ଧସାହି, ନୀଳକଣ୍ଠପୁର,ସାନ ମୂଳବସନ୍ତ ବାବା ରାମଦାସ, ବାଲିପଡ଼ା, ଗାଙ୍ଗପଡା, ଟିଚର ଟିମ, ବେଲତଳ ଆଦି ୮ଟି କ୍ରିକେଟ ଦଳ ଭାଗ ନେଇଥିଲେ । ଆସନ୍ତାକାଲି ୮ଟି କ୍ରିକେଟ ଦଳ ମଧ୍ୟରେ ଖେଳ ହେବ ଓ ଆସନ୍ତା ୧୪ ତାରିଖରେ ସେମିଫାଇନାଲ ଓ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହି ଟୁର୍ନାମେଂଟକୁ ଅରୁଣ ଦାସ, ପ୍ରଦ୍ୟୁମ୍ନ ପାତ୍ର, ବିଶ୍ୱରଞ୍ଜନ ସେଠୀ, ଗଗନ ପ୍ରଧାନ ପରିଚାଳନା କରିଥିଲେ ।











