ତୃତୀୟ ଜିଲ୍ଲାସ୍ତରୀୟ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ



କେନ୍ଦ୍ରାପଡା,୧୪ା୧: କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କଲେକ୍ଟୋରେଟ୍ ଷ୍ଟାଫ୍ କମିଟି ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଦ୍ୱିଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସୋମବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟିତ କରି କହିଲେ ଯେ କ୍ରୀଡା ଦ୍ୱାରା ସୁସ୍ଥ ସମାଜ ଗଠନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ କେନ୍ଦ୍ରାପଡାବାସୀଙ୍କ ନିମନ୍ତେ ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଉପଜିଲ୍ଲାପାଳ ରବିନ୍ଦ୍ର ପ୍ରଧାନ, କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ଟି ଦଳ ଭାଗ ନେଇଥିଲେ । କେନ୍ଦ୍ରାପଡା କଲେକ୍ଟୋରେଟ୍ ଷ୍ଟାଫ୍ କମିଟି ଟିମ୍‌, ଜିଲ୍ଲା ଆଡ୍‌ମିନିଷ୍ଟ୍ରେଟର୍ ଟିମ୍‌, କେନ୍ଦ୍ରାପଡା ଆଇନଜୀବୀ ଟିମ୍‌, କେନ୍ଦ୍ରାପଡା ମିଡିଆ ଟିମ୍‌-ଏ ଓ ମିଡିଆ ଟିମ୍ -ବି, କେନ୍ଦ୍ରାପଡା ପୋଲିସ ଟିମ୍‌, କେନ୍ଦ୍ରାପଡା ଏକ୍‌ସାଇଜ୍ ରାଇଜିଂ ଟିମ୍ ଓ କେନ୍ଦ୍ରାପଡା ମ୍ୟୁନିସିପାଲିଟି କାଉନ୍‌ସିଲର ଟିମ ମଧ୍ୟରେ ସୋମବାର ଦିନ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ସେମାନଙ୍କ ମଧ୍ୟରୁ ଜିଲ୍ଲା ପୋଲିସ ଟିମ୍‌, ଜିଲ୍ଲା ମିଡିଆ ଟିମ୍ (ଏ), ଜିଲ୍ଲା ଆଇନଜୀବୀ ଟିମ୍ ଓ ମିଡିଆ ଟିମ୍ (ବି) ସେମିଫାଇନାଲ୍‌କୁ ଉନ୍ନିତ ହୋଇଛନ୍ତି । ବୁଧବାର ଦିନ ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ ସନ୍ଧ୍ୟା ସାଢେ ୫ଟାରୁ ଆରମ୍ଭ ହୋଇ ରାତି ୧୦ଟାରେ ଶେଷ କରାଯିବ ବୋଲି ସଭାପତି ଶୈଳେନ୍ଦ୍ର ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି । ସମ୍ପାଦକ ସୌଭାଗ୍ୟ ରଞ୍ଜନ ଦାସ, ପଲ୍ଲବୀ ପ୍ରିୟଦର୍ଶିନୀ, ଦିବ୍ୟରଞ୍ଜନ ବେହେରା, ବିବେକାନନ୍ଦ ନାୟକ, ସୂର୍ଯ୍ୟ ନାରାୟଣ ବେହେରା, ସୁକାନ୍ତ କୁମାର ଜେନା, ଉମେଶ ଚନ୍ଦ୍ର ବେହେରା, ପ୍ରମୋଦ କୁମାର ସାହୁ ପ୍ରମୁଖ ଏହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ । ସେକ୍ ଅସଲାମ୍‌, ଦେବାଶିଷ, ପ୍ରିୟବ୍ରତ ଜେନା, ସେକ୍ ଚନ୍ଦନ ପ୍ରମୁଖ ଅମ୍ପାୟାର ଭାବେ ଏହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading