ଜିଲ୍ଲାସ୍ତରୀୟ ଜୁନିୟର୍ ଆନ୍ତଃକ୍ଲବ କ୍ରକେଟ୍ ଟୁର୍ଣ୍ଣାମେଣ୍ଟ , ପ୍ରଥମ ଲିଗ୍ ମ୍ୟାଚ୍‌ରେ ଶ୍ରୀ କ୍ଷେତ୍ରପାଳ ସ୍ପୋର୍ଟିଂ ୟୁନିୟନ୍ ବିଜୟୀ



କେନ୍ଦ୍ରାପଡ଼ା,୧୫ା୧: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଆୟୋଜିତ ଜିଲାସ୍ତରୀୟ ଜୁନିୟର୍ (୧୯ବର୍ଷରୁ କମ୍‌) ଆନ୍ତଃକ୍ଲବ ସୁପର ଲିଗ୍ ମ୍ୟାଚ୍ ଆଜି ଆରମ୍ଭ ହୋଇଯାଇଛି । ଏଥିରେ ୮ଟି ଦଳ ଭାଗ ନେଇଛନ୍ତି । କ୍ରିକେଟ ଆସୋସିଏସନର ସମ୍ପାଦକ ଶୁଭାଶିଷ ସେନାପତିଙ୍କ ତତ୍ୱାବଧାନରେ ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପରେଶ ଚନ୍ଦ୍ର ଦାସ ଯୋଗଦେଇ ଏହି ଖେଳକୁ ଉଦ୍‌ଘାଟିତ କରିଥିଲେ । ଏହି ଦଳଗୁଡିକ ହେଉଛନ୍ତି ଶ୍ରୀ କ୍ଷେତ୍ରପାଳ ସ୍ପୋର୍ଟିଂ ୟୁନିୟନ, ଗୋପବନ୍ଧୁ କ୍ରିକେଟ୍ କ୍ଲବ, ଇଲେଭେନ୍ ଷ୍ଟାର କ୍ରିକେଟ୍ କ୍ଲବ, ବାଲାବାବା କ୍ରିକେଟ୍ କ୍ଲବ, ଆଳି କ୍ରିକେଟ୍ ଏବଂ ଷ୍ପୋର୍ସ କାଉନ୍‌ସିଲ୍‌, ଆଇଡିଆଲ୍ ୟୁନିୟନ ସ୍ପୋର୍ଟିଂ, ଡେରାବିଶ କ୍ରିକେଟ୍ କ୍ଲବମ ରୟାଲ କ୍ରିକେଟ୍ କ୍ଲବ । ବୁଧବାର ଦିନ ଶ୍ରୀ କ୍ଷେତ୍ରପାଳ ସ୍ପୋର୍ଟିଂ ୟୁନିୟନ ଓ ଗୋପବନ୍ଧୁ କ୍ରିକେଟ୍ କ୍ଲବ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ଶ୍ରୀ କ୍ଷେତ୍ରପାଳ ସ୍ପୋର୍ଟିଂ ୟୁନିୟନ ଟସ୍ ଜିତି ବ୍ୟାଟିିଂ କରି ୩୫ ଓଭରରେ ୭ ୱିକେଟ୍ ବିନିମୟରେ ୨୩୩ ରନ୍ କରିଥିଲା । ଜବାବରେ ଗୋପବନ୍ଧୁ କ୍ରିକେଟ୍ କ୍ଲବ ୨୧ ଓଭରରେ ୧୦ ୱିକେଟ୍ ବିନିମୟରେ ୧୧୫ ରନ୍ କରିଥିଲା। ଫଳରେ ଶ୍ରୀ କ୍ଷେତ୍ରପାଳ ସ୍ପୋର୍ଟିଂ ୟୁନିୟନ ୧୧୮ ରନ୍‌ରେ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ଶ୍ରୀ କ୍ଷେତ୍ରପାଳ ସ୍ପୋର୍ଟିଂ ୟୁନିୟନ୍‌ର ପ୍ରିୟାଂଶୁ ପାତ୍ର ୧୭ଟି ଚୌକା ଓ ୧ଟି ଛକା ମାରି ୯୦ ବଲ୍‌ରେ ୧୦୪ ରନ୍ ବ୍ୟାଟିଂ କରି ଥିବା ବେଳେ ୭ ଓଭର ବୋଲିଂ କରି ୩୮ ରନ୍ ଦେଇ ଗୋଟିଏ ୱିକେଟ୍ ହାସଲ କରି ମ୍ୟାନ ଅଫ୍ ମ୍ୟାଚ୍ ହୋଇଥିଲେ । ଏହି ଅବସରରେ ସାମ୍ବାଦିକ ପରେଶ ଚନ୍ଦ୍ର ଦାସ ଅତିଥି ଭାବେ ଯୋଗ ଦେଇ ଖେଳାଳୀଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ବିଶ୍ୱଜିତ ଅଧିକାରୀ ଓ ଲଲିତେଣ୍ଡୁ ପଣ୍ଡା ଅମ୍ପାୟର ଭାବେ ମ୍ୟାଚ୍ ପରିଚାଳନା କରିଥିଲେ । ଚିରଞ୍ଜୀବୀ ବଳ ଓ ଏସ୍‌କେ ମିନାଜୁଦ୍ଦିନ୍ ସ୍କୋରର ଭାବେ ପରିଚାଳନା କରିଥିଲେ । ବରଦା କାନ୍ତ ବରାଳ ଏହି ଖେଳର ବିବରଣୀ ପ୍ରକାଶ କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ଆକବର ଅଲ୍ଲୀ ଖାନ, କାର୍ତ୍ତିକ ସାହୁ, ଦିପକ କୁମାର ବାରିକ, ସମିର ମହାପାତ୍ର ଏହି ଖେଳକୁ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading