ନିମପୁର-ଶାସନ ନୋଡାଲ ହାଇସ୍କୁଲ ବାର୍ଷିକ କ୍ରୀଡା



ପଟ୍ଟାମୁଣ୍ଡାଇ,୧୫/୧ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁର ଶାସନ ନୋଡାଲ ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି। ପ୍ରଧାନଶିକ୍ଷକ ତପନ କୁମାର ରାୟଙ୍କ ପୌରହିତ୍ୟ ଓ କ୍ରୀଡା ଶିକ୍ଷକ ଅଜୟ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନ ଉତ୍ସବରେ ନିମପୁର ଶାସନ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ବଳଦେବ ପ୍ରସାଦ ନାୟକ ମୁଖ୍ୟଅତିଥି, ଖବରଦାତା ଜଗନ୍ନାଥ ଆଚାର୍ଯ୍ୟ, ପୂର୍ବତନ ପ୍ରଧାନଶିକ୍ଷକ ଶୁକଦେବ ଦାସ, ଶାସନ ଗ୍ରାମ ପଂଚାୟତ ସରପଂଚ ସଂଗ୍ରାମ ବାରିକ, ସ୍କୁଲ ପରିଚାଳନା କମିଟିର ସଭାପତି ବାସୁଦେବ ସେଠୀ, ସ୍କୁଲର ପୂର୍ବତନ କ୍ରୀଡା ଶିକ୍ଷକ ରମେଶ ଚନ୍ଦ୍ର ଦାସ ସମ୍ମାନିତଅତିଥି ଭାବେ ଯୋଗ ଦେଇ କ୍ରୀଡା ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ବାର୍ଷିକ କ୍ରୀଡା ଉତ୍ସବରେ ମଶାଲ ଦୌଡ ସହ ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ପ୍ୟାରେଡ ପ୍ରଦର୍ଶନ କରାଯାଇଥିଲା। ସହକାରୀ ଶିକ୍ଷୟତ୍ରୀ ମମତା କୁମାରୀ ଷଡଙ୍ଗୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସହକାରୀ ଶିକ୍ଷୟତ୍ରୀ ମୀନତୀ ଜେନା ଧନ୍ୟବାଦ ଦେଇଥିଲେ । ବାର୍ଷୀକ କ୍ରୀଡା ଉତ୍ସବକୁ ସହକାରୀ ଶିକ୍ଷୟତ୍ରୀ ଶୁଶ୍ରୀ ପ୍ରଜ୍ଞା ମହାଳି , ଜନ୍ମେଞୟ ସ୍ୱାଇଁ, ହରିଶଙ୍କର ନାଥ, ଗୀତାଞଳୀ ମିଶ୍ର, ନିବେଦିତା ଦାସ ପ୍ରମୁଖ ପରିଚାଳନା କରିଥିବା ବେଳେ ହରପ୍ରିୟା ସାହୁ, ପୂଜା ମଲିକ, ଜୟଶ୍ରୀ ପ୍ରଧାନ, ସ୍ମାରକୀ ପ୍ରିୟଦର୍ଶନୀ, ସରସ୍ୱତୀ ପଲାଇ, ଶୁଭଶ୍ରୀ ଶୁଭସ୍ମିତା ସାମଲ, ଚନ୍ଦ୍ରଭାନୁ ମଲ୍ଲିକ, ଗଗନ ବିହାରୀ ଭୂୟାଁ, ବିଷୁ ଚରଣ ଧଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading