ମହାବିଦ୍ୟାଳୟ ଖୁବଶୀଘ୍ର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ହେବେ : ଉଚ୍ଚଶିକ୍ଷା ମନ୍ତ୍ରୀ



କେନ୍ଦ୍ରାପଡ଼ା,୧୫ା୧:କେନ୍ଦ୍ରାପଡ଼ା ମହାବିଦ୍ୟାଳୟକୁ ଖୁବଶୀଘ୍ର ସରକାରୀ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାକୁ ବୁଧବାର ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଅବସରରେ ସେ ଏହି ଘୋଷଣା କରିଛନ୍ତି। ସେହିପରି ଦୀର୍ଘଦିନ ଧରି କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ତୁରନ୍ତ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ଘୋଷଣା କରିଥିଲେ। କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ୧୯୫୯ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହା ଓଡ଼ିଶାର ସର୍ବବୃହତ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ। ହେଲେ ଏହାକୁ ସରକାରୀ ମାନ୍ୟତା ମିଳୁ ନଥିବାରୁ ଏହାର ବିକାଶ ବାଧାପ୍ରାପ୍ତ ହେଉଥିଲା। ସେହିପରି ଏଠାରେ ସ୍ଥାୟୀ ଅଧ୍ୟକ୍ଷ ନ ଥିବାରୁ ଦୀର୍ଘ ଦିନ ହେବ ଇନ୍ଦୁପୁର ବିରୁପା ମହାବିଦ୍ୟାଳୟର ଅଧ୍ୟକ୍ଷ କାମଚଳା ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ରହିଛନ୍ତି। ତେଣୁ ମହାବିଦ୍ୟାଳୟର ବିକାଶରେ ଅନ୍ତରାୟ ସୃଷ୍ଟି ହେଉଛି। ଏହି ମହାବିଦ୍ୟାଳୟ ପ୍ରଥମେ ସରକାରୀ ମହାବିଦ୍ୟାଳୟରେ ପରିଣତ ହେବା ପରେ ଏହାକୁ ଏକ ବିଶ୍ୱବିଦ୍ୟାଳୟ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ। ଏ ନେଇ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ସ୍ମାରକପତ୍ର ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଏହି ସ୍ମାରକପତ୍ର ପ୍ରଦାନ ବେଳେ ପୁରାତନ ଛାତ୍ର ଚିତ୍ତରଞ୍ଜନ ଦାସ, ଭାଗୀରଥୀ ଜେନା, ପ୍ରତାପ ମହାନ୍ତି, ମୀର ମୁର୍ସିଦ, ନିରଞ୍ଜନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।


Next Post

ଯୁବ ସମାଜସେବୀ ଦିଲ୍ଲିପ ସାହୁଙ୍କ ବିୟୋଗ

Thu Jan 16 , 2025
କେନ୍ଦ୍ରାପଡ଼ା,୧୬ା୧: ଯୁବ ସମାଜସେବୀ ଦିଲ୍ଲିପ କୁମାର ସାହୁ(ବିଜୁ)ଙ୍କର ଚିକିତ୍ସିତ ଅବସ୍ଥାରେ ଗୁରୁବାର ପ୍ରାତଃ ୪ଟାରେ ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ବିଜୁଙ୍କୁ ୪୯ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସାନଭାଇ ବିଶ୍ୱପ୍ରକାଶ, ଝିଅ ଲିକି, ଧର୍ମପତ୍ନୀ ଲୋପାମୁଦ୍ରା, ପୁତୁରା ରୋହିତ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ମର ଶରୀରକୁ ଗୁଲନଗରସ୍ଥିତ ବାସଭବନକୁ ଅଣାଯିବା ପରେ ସେଠାରେ ବହୁ ବିଶିଷ୍ଟ […]

KANIKA