ଯୁବ ସମାଜସେବୀ ଦିଲ୍ଲିପ ସାହୁଙ୍କ ବିୟୋଗ

YUBA SAMAJSEBI DILLIP SAHUNKA BIYOGA-min


କେନ୍ଦ୍ରାପଡ଼ା,୧୬ା୧: ଯୁବ ସମାଜସେବୀ ଦିଲ୍ଲିପ କୁମାର ସାହୁ(ବିଜୁ)ଙ୍କର ଚିକିତ୍ସିତ ଅବସ୍ଥାରେ ଗୁରୁବାର ପ୍ରାତଃ ୪ଟାରେ ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ବିଜୁଙ୍କୁ ୪୯ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସାନଭାଇ ବିଶ୍ୱପ୍ରକାଶ, ଝିଅ ଲିକି, ଧର୍ମପତ୍ନୀ ଲୋପାମୁଦ୍ରା, ପୁତୁରା ରୋହିତ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ମର ଶରୀରକୁ ଗୁଲନଗରସ୍ଥିତ ବାସଭବନକୁ ଅଣାଯିବା ପରେ ସେଠାରେ ବହୁ ବିଶିଷ୍ଟ ଲୋକ ତାଙ୍କ ବାସଭବନରେ ପହଞ୍ଚି ଶୋକବ୍ୟକ୍ତ କରିଥିଲେ। ସେ ବିଜେଡିର ଜଣେ ଆଗଧାଡିର କର୍ମୀ ଥିଲେ। ତାଙ୍କ ବିୟୋଗରେ କେନ୍ଦ୍ରାପଡା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗ ଖବର ପାଇ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ବିଜେଡି ରାଜ୍ୟ ସମ୍ପାଦକ ରଞ୍ଜିତ ସାହୁ(ଧନୀ), ସଞ୍ଜୟ ରାଉତ, ରାଜେଶ ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ, ଶିବପ୍ରସାଦ ଭଳ, ହିରଣ୍ୟ ପଣ୍ଡା, ଗୀତାଞ୍ଜଳୀ ସେଠୀ, ଜିଲ୍ଲା ବିଜେଡି ସଭାପତି ରାଜେଶ ଦାସ, ପ୍ରଦୀପ୍ତ ମହାନ୍ତି, ସାମ୍ବାଦିକ ପରେଶ ଦାସ, ଆଲୋକ ସାହୁ, ରାଜୁ କୁବେର, ସୁବ୍ରତ ସାହୁ, ମନୋରଞ୍ଜନ ନାୟକ, ରବି ସାହୁ, ଲୋପାମୁଦ୍ରା ବାରିକ, ନଳିନୀକାନ୍ତ ସାହୁ, ରାକେଶ ବାରିକ, ତୈଲୋକ୍ୟ ପାତ୍ର, ନରେନ୍ଦ୍ର ପାତ୍ର ପ୍ରମୁଖ ତାଙ୍କ ଗୁଲନଗରସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କଜଳାସ୍ଥିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଭାଇ ମହେଶ ମୁଖାଗ୍ନି ଦେଇଥିଲେ।