କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଲୟରେ ମହିଳା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର



କେନ୍ଦ୍ରାପଡ଼ା,୧୬ା୧: କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମହିଳା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଏହି ଶିବିର ଗତ ୬ତାରିଖରେ ଆରମ୍ଭ ହୋଇଥିବା ବେଳେ ୧୫ତାରିଖରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରାଧ୍ୟାପକ ଅଭିଜିତ ବୋଷ ଅଧ୍ୟକ୍ଷତା କରି କହିଥିଲେ ଯେ ଛାତ୍ରୀମାନେ ଭବିଷ୍ୟତ ଜୀବନରେ ଆବଶ୍ୟକ ପଡିଲେ ଏହି କୈାଶଳକୁ କାର୍ଯ୍ୟରେ ଲଗାଇ ନିଜକୁ ସୁରକ୍ଷା ପ୍ରଦାନ କରିପାରିବେ। ସମ୍ମାନୀତ ଅତିଥି ଭାବେ ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପିକା ଡ. ସଂଯୁକ୍ତା ମିଶ୍ର ଯୋଗଦେଇ ସାମ୍ପ୍ରତିକ ସମାଜରେ ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଦୃଷ୍ଟିରୁ ଏହାର ଆବଶ୍ୟକତା ରହିଛି ଓ ସରକାରଙ୍କର ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷା ବିଭାଗ ପ୍ରାଧ୍ୟାପିକା ଡ. ରତ୍ନମଞ୍ଜରୀ ଦାଶ ଅନ୍ୟତମ ଅତିଥି ଭାବେ ଯୋଗଦେଇ ପରିବାର ଠାରୁ ଆରମ୍ଭକରି ବାହାର ଦୁନିଆ ପର୍ଯ୍ୟନ୍ତ ମହିଳାମାନେ ଅସୁରକ୍ଷିତ। ତେଣୁ ଏହି ଆତ୍ମରକ୍ଷା କୈାଶଳ ମହିଳାମାନଙ୍କର ରକ୍ଷା କବଚ ବୋଲି ସେ ମତବ୍ୟକ୍ତ କରିଥିଲେ। ଆତ୍ମରକ୍ଷା ପ୍ରଶିକ୍ଷଣର ସଂଯୋଜିକା ଅଧ୍ୟାପିକା ମୋନାଲିସା ସିଂ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରଶିକ୍ଷିକାଙ୍କ ନିର୍ଦେଶରେ ଛାତ୍ରୀମାନେ ଆତ୍ମରକ୍ଷା କୈାଶଳର ଡେମୋ ପ୍ରଦର୍ଶନ କରିଥିଲେ। ତାଲିମପ୍ରାପ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଉଦ୍ଭିଦ୍ଦ ବିଜ୍ଞାନ ବିଭାଗ ଅଧ୍ୟାପିକା ସଂଯୁକ୍ତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading