ପୁସ୍ତକମେଳା ବୁଲିଲେ ସ୍ୱତନ୍ତ୍ର ଶିଶୁ



କେନ୍ଦ୍ରାପଡା,୧୬ା୧: ବାହାର ଦୁନିଆରେ ସଂଗଠିତ ହେଉଥିବା ଉତ୍ସବ ଓ ଅନୁଷ୍ଠିତ ମେଳାସବୁରେ ସାଧାରଣତଃ ଦିବ୍ୟାଙ୍ଗ ଶିଶୁମାନେ ଅଂଶଗ୍ରହଣ କରିବାରୁ ବଞ୍ôଚତ ହୋଇଥାନ୍ତି। ମୁଖ୍ୟସ୍ରୋତର ସମାଜରେ ଅନୁଷ୍ଠିତ ହେଉଥିବା ଏହି ସବୁ ମେଳା ମହୋତ୍ସବର ନିଆରା ଅନୁଭବ ସହ ଦିବ୍ୟାଙ୍ଗ ଶିଶୁମାନଙ୍କୁ ସଂଶ୍ଲିଷ୍ଟ କରିବା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପୁନର୍ବାସ’ ଚଳିତ ବର୍ଷ ୨୨ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳାର ସପ୍ତମ ସନ୍ଧ୍ୟାରେ ଏକ ଭିନ୍ନ ଆୟୋଜନ କରିଥିଲା। ସ୍ୱତନ୍ତ୍ର ବିଦ୍ୟାଳୟମାନଙ୍କରେ ଅଧ୍ୟୟନରତ ବୌଦ୍ଧିକ ଭିନ୍ନକ୍ଷମ ଓ ଶ୍ରବଣ ବାକ୍ ଶକ୍ତି ବାଧିତ ଛାତ୍ରଛାତ୍ରୀଙ୍କୁ ପୁସ୍ତକମେଳାରେ ଅଂଶଗ୍ରହଣ କରି ଏହାର ଅନୁଭବ ସାଉଁଟିବାର ଭିନ୍ନ ପୁଲକ ଆଣି ଦେଇଥିଲା। ମେଳା ପରିସରରେ ଖୋଲା ଯାଇଥିବା ବହିଷ୍ଟଲ ବୁଲାଇ ବିଭିନ୍ନ ପ୍ରକାର ବହି ସମ୍ପର୍କିତ ସୂଚନା ଓ ବହିମେଳା କ’ଣ ଏବଂ ଏହାର ସ୍ୱତନ୍ତ୍ରତା କ’ଣ ସେହି ବିଷୟରେ ଅବଗତ କରାଯାଇଥିଲା। ବିଶେଷ କରି ‘ପୁନର୍ବାସ’ ଷ୍ଟଲ୍ ସମ୍ମୁଖରେ ସେମାନଙ୍କ ନିମନ୍ତେ ଏକ ସଂକ୍ଷିପ୍ତ ଭାବ ବିନିମୟର କାର୍ଯ୍ୟକ୍ରମ କରାଯାଇ ନୂତନ ଦିବ୍ୟାଙ୍ଗ ଆଇନ ଅନୁଯାଇ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଅଧିକାର ବିଷୟରେ ଅବଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପୁନର୍ବାସର ସହ ସମ୍ପାଦକ ବଂଶୀଧର ମହାନ୍ତି, ସ୍ୱତନ୍ତ୍ର ସ୍କୁଲର ପ୍ରଧାନ ଶିକ୍ଷକ ଓ ଅନୁଷ୍ଠାନର ସଭ୍ୟ ସ୍ୱପ୍ନାଂଶୁ କୁମାର ଦାସ, ସଭ୍ୟ ମହମ୍ମଦ ଜାହିଦ୍ ଖାନ୍‌, ଜ୍ୟୋତିରଞ୍ଜନ ନାୟକ, ସଞ୍ଜୀବ କୁମାର ଜେନା, ରଞ୍ଜନ ସ୍ୱାଇଁ ଏବଂ ସ୍ୱତନ୍ତ୍ର ସ୍କୁଲର ଶିକ୍ଷକ ଓ କର୍ମଚାରୀମାନେ ସହାୟତା କରିଥିଲେ। ପାଖାପାଖି ତିରିଶରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରି ବହିମେଳାର ନିଆରା ଆନନ୍ଦକୁ ସାଉଁଟି ଫେରିଥିଲେ।


Next Post

ତୃତୀୟ ଜିଲ୍ଲାସ୍ତରୀୟ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟଉଦ୍‌ଯାପିତ , ମେଡିଆ ଏକାଦଶ ଚମ୍ପିଆନ

Thu Jan 16 , 2025
କେନ୍ଦ୍ରାପଡା,୧୬ା୧: କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କଲେକ୍ଟୋରେଟ୍ ଷ୍ଟାଫ୍ କମିଟି ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଦ୍ୱିଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବୁଧବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚରେ ପୋଲିସ ଏକାଦଶକୁ ହରାଇ ମେଡିଆ ଏକାଦଶ(ବି) ଚମ୍ପିଆନ ହୋଇଛି । ମେଡିଆ ଏକାଦଶ(ବି) ପ୍ରଥମେ ଟସ୍ ଜିତି ବ୍ୟାଟିଂ କରି ୧୦ ଓଭରରେ ୧୯୯ରନ କରିଥିଲେ । ଏହାର ଜବାବରେ ପୋଲିସ […]

KANIKA

Subscribe