ତୁଳସୀକ୍ଷେତ୍ର ପଣ୍ଡିତ ସଭାର ସାମୂହିକ ବ୍ରତୋପନୟନ



କେନ୍ଦ୍ରାପଡା,୨୧ା୧: ତୁଳସୀକ୍ଷେତ୍ର ପଣ୍ଡିତ ସଭା ଆନୁକୂଲ୍ୟରେ ସାମୁଷିକ ବ୍ରତୋପନୟନ ତଳବାରଙ୍ଗସ୍ଥ ଶ୍ରୀ ଗୋପୀନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପବିତ୍ର ସାମୂହିକ ବ୍ରତୋପନୟନରେ ବିଲବଳରାମପୁରର ଦୀପ୍ତି ରଞ୍ଜନ କର, ଗରଦପୁରର ଦିବ୍ୟଦର୍ଶନ ପତି, ଜଜାଙ୍ଗର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଆଳି, ନେମାଳର ସଞ୍ଜୟ ଦୀକ୍ଷିତ, ପଟ୍ଟାମୁଣ୍ଡାଇ-ଅଣ୍ଡରା ଗ୍ରାମର ସୁଧାଂଶୁ ଶେଖର ପଣ୍ଡା ବ୍ରହ୍ମଚାରୀ ଭାବରେ ଉପବୀତ ଗ୍ରହଣ କରିଛନ୍ତି । ତୁଳସୀକ୍ଷେତ୍ର ପଣ୍ଡିତ ସଭାର ଉପଦେଷ୍ଟା ପଣ୍ଡିତ କେଶବ ଚନ୍ଦ୍ର ପତ୍ରୀ, ସଭାପତି ପଣ୍ଡିତ ଧ୍ରୁବ ଚରଣ ପଣ୍ଡା, ଉପ ସଭାପତି କୃଷ୍ଣାନନ୍ଦ ପଣ୍ଡା, ସମ୍ପାଦକ ପଣ୍ଡିତ ସତ୍ୟନାରାୟଣ ପତି, ତୁଳସୀକ୍ଷେତ୍ର ପଣ୍ଡିତ ସଭାର ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଭ୍ୟମାନଙ୍କ ତତ୍ତ୍ୱାବଧାନରେ ସମସ୍ତ ଶୁଭକର୍ମ ସମାପନ କରାଯାଇଛି । ଉକ୍ତ ବ୍ରତୋପନୟନ କାର୍ଯ୍ୟରେ ଶ୍ରୀଗୋପୀନାଥଜୀଉ ଯୁବକ ସଂଘ ଓ ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ସଭ୍ୟ ନୃସିଂହ ଚରଣ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ସାରା ରାଜ୍ୟରେ ବିଶ୍ୱ ପ୍ରାର୍ଥନା ଦିବସ ପାଳିତ

Tue Jan 21 , 2025
କେନ୍ଦ୍ରାପଡ଼ା,୨୧ା୧: କେନ୍ଦ୍ରାପଡାର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରଚେଷ୍ଟାରେ ଓଡିଶାର ସମସ୍ତ ଜିଲ୍ଲାରେ ଦୀର୍ଘ ୮ବର୍ଷ ହେବ ବିଶ୍ୱ ପ୍ରାର୍ଥନା ଦିବସ ପାଳିତ ହୋଇଆସୁଅଛି। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଶ୍ରୀମା’ଙ୍କ ଏହି ସାଧୁ ଉଦ୍ୟମ ଯୋଗୁଁ କେବଳ ଏହା ସମ୍ଭବ ହୋଇପାରିଛି। ଚଳିତବର୍ଷ ମଧ୍ୟ ସାରା ରାଜ୍ୟରେ ବିଶ୍ୱ ପ୍ରାର୍ଥନା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ […]

KANIKA