ଫିଟ୍ ଅଫ୍ ଫାୟାର୍ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ



ପଟ୍ଟାମୁଣ୍ଡାଇ ୨୭/୧ – କେନ୍ଦ୍ରାପଡା ଜିଲ୍ଲାର ଏକ ଅଗ୍ରଣୀ ମଡର୍ଣ୍ଣ ନୃତ୍ୟାନୁଷ୍ଠାନ ପଟ୍ଟାମୁଣ୍ଡାଇ ସରକାରୀ ଆଇଟିଆଇ ନିକଟରେ ଥିବା ଫିଟ୍ ଅଫ୍ ଫାୟାର୍ ଡ୍ୟାନ୍ସ ଏକାଡେମୀର ୬ଷ୍ଠ ବାର୍ଷିକ ଉତ୍ସବ “ଗ୍ଲୋ ନାଇଟ୍‌- ୬” ବେଶ୍ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ପ୍ରଦ୍ୟୁମ୍ନ କୁମାର ଗିରିଙ୍କ ପୌରହିତ୍ୟ କୁଞ୍ଜବିହାରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଏକାଡେମୀର ପୁରାତନଛାତ୍ର “ଡ୍ୟାନ୍ସ ପ୍ଲସ୍ ପ୍ରୋ”ର ପ୍ରଥମ ରନର୍ସ ଅଫ ରାକେଶ ସାହୁ ଯୋଗ ଦେଇ ଏକାଡେମୀର ମୂଖ୍ୟ ଆକର୍ଷଣ ରହିଥିଲା ।

କେନ୍ଦ୍ରାପଡା ସହକାରୀ ସଂସ୍କୃତି ଅଧିକାରୀ ରାଜକିଶୋର ରାଉତ, ଗାଳ୍ପିକ ପ୍ରଦୀପ ନାୟକ, ପଟ୍ଟାମୁଣ୍ଡାଇ ପୌରଅଧ୍ୟକ୍ଷ ହେମନ୍ତ କୁମାର ସାହୁ, କାଉନସିଲର ଝରଣା ବେହେରା, ସୁବାଷ ଚନ୍ଦ୍ର ମଳିକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଗ୍ରାମାଂଚଳ ପରିବେଶରେ ଗଢି ଉଠିଥିବା ଏହି ନୃତ୍ୟ ଅନୁଷ୍ଠାନଟି ସ୍ଥାନୀୟ ଲୁକାୟିତ ପ୍ରତିଭାକୁ ଆଲୋକିତ କରି ଜାତୀୟ ସ୍ତରରେ ନିଜର ପ୍ରତିଭାକୁ ପରିକାଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଡ୍ୟାନ୍ସ ଏକାଡେମୀର କୁନି କୁନି ନୃତ୍ୟଶିଳ୍ପୀ ମାନଙ୍କ ଚିତାକର୍ଷକ ନୃତ୍ୟ ବେଶ୍ ଆକର୍ଷଣ ଥିଲା ।ଡ୍ୟାନ୍ସ ପ୍ଲସ୍ ପ୍ରୋ”ର ପ୍ରଥମ ରନର୍ସ ରାକେଶଙ୍କ ଜାତୀୟ ସ୍ଥରୀୟ ନୃତ୍ୟ ଦେଖି ଦର୍ଶକମାନେ ମନ୍ତ୍ରମୁଗ୍ଧ ହୋଇଥିଲେ । କୁନି ପ୍ରତିଭା ତେଜ୍ ଓ ଆୟେଶା “ନାଚ୍ ଓଡିଶା ନାଚ୍ ସୁପର୍ ଯୋଡି”ର ପ୍ରଥମ ରନର୍ସ ଅଫ୍ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ । ଏକାଡେମୀର ନୃତ୍ୟଗୁରୁ ପ୍ରଶାନ୍ତ କୁମାର ପାତ୍ର ଓ ଅବିନାଶ ଦାସ ଏବଂ ଚିତ୍ରଗୁରୁ ରାଜେନ୍ଦ୍ର କୁମାର ଦାଶ ଓ ଆଦିତ୍ୟ ନାରାୟଣ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା ।

ଅନୁଷ୍ଠାନର ସମସ୍ତ ନୃତ୍ୟଶିଳ୍ପୀ ଏବଂ ଚିତ୍ରଶିଳ୍ପୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସମସ୍ତ କର୍ମକର୍ତା ପ୍ରଦ୍ୟୁମ୍ନ କୁମାର ଗିରି, କୁଞ୍ଜବିହାରୀ ତ୍ରିପାଠୀ, ସତ୍ୟଜିତ୍ ସାହୁ, ଚନ୍ଦନ କୁମାର ଦାସ, ପ୍ରଶାନ୍ତ କୁମାର ପାତ୍ର, ପ୍ରଫୁଲ୍ଲ କୁମାର ଜେନା, ସୋମନାଥ ବେହେରା, ମଧୁଛନ୍ଦା ପାତ୍ର, ନବ ନିରୋଦ କର, ପ୍ରକାଶ କୁମାର ବେହେରା ସୁଚାରୁରୂପେ ପରିଚାଳନା କରିଥିଲେ ।


Next Post

ଜାତୀୟ ସ୍ତରୀୟ ଅବଦୁଲ କରିମଖାନ ମେମୋରିଆଲ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଲିଗମ୍ୟାଚ

Mon Jan 27 , 2025
କେନ୍ଦ୍ରାପଡା,୨୭ା୧: ଜାତୀୟ ସ୍ତରୀୟ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଲିଗ ମ୍ୟାଚ ସୋମବାର ଅନୁଷ୍ଠିତ ହୋଇଯାଇଛି। ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବିଜେପି ନେତା ତେଜେଶ୍ୱର ପରିଡା ଓ ଲଳିତ କୁମାର ବେହେରା ଅତିଥି ଭାବେ ଯୋଗଦେଇ ଏହି ଦ୍ୱିତୀୟ ଲିଗ ମ୍ୟାଚକୁ […]

KANIKA