ଜାତୀୟ ସ୍ତରୀୟ ଅବଦୁଲ କରିମଖାନ ମେମୋରିଆଲ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ


କେନ୍ଦ୍ରାପଡା,୨୭ା୧: ଜାତୀୟ ସ୍ତରୀୟ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି। ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଏଥିସହିତ ଖେଳପଡିଆକୁ ଯାଇ ଉଭୟ ଦଳର ଖେଳାଳୀମାନଙ୍କ ସହ ହାତମିଳାଇ ସେମାନଙ୍କୁ ଶୁଭେଛା ଜଣାଇଥିଲେ। ଆଜି ଅନୁଷ୍ଠିତ ପ୍ରଥମ ଲିଗ୍‌ମ୍ୟାଚରେ କେନ୍ଦ୍ରାପଡାର ଚାନ୍ଦ କ୍ଲବ ବରଗଡର ୟୁନାଇଟେଡ ସ୍ପୋର୍ଟସ କ୍ଲବକୁ ୫-୨ ଗୋଲରେ ହରାଇ ଏ-ଗ୍ରୁପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ୨ଟି ଗୋଲଦେଇ ମ୍ୟାନ ଅଫ୍ ଦି ମ୍ୟାଚ ହୋଇଥିବା ଚାନ୍ଦ କ୍ଲବର ଖେଳାଳୀ ସିଲାକୁ ଅତିଥିମାନେ କପ ପ୍ରଦାନ କରିଥିଲେ। ଆଜିର ମ୍ୟାଚ୍‌କୁ ରେଫରୀ ଭାବେ ପ୍ରଦୀପ୍ତ କୁମାର ମହାନ୍ତି, ମହମ୍ମଦ ସାକଲିନ, ସୁକାନ୍ତ ସିଂ ଓ ମହମ୍ମଦ ମୋକିମ ପ୍ରମୁଖ ପରିଚାଳନା କରିଥିଲେ। ସୋମବାର ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଲିଗ୍ ମ୍ୟାଚରେ କଟକର ଓଡିଶା ପୋଲିସ ଦଳ ଝାଡଖଣ୍ଡର ସ୍ପୋଟିଙ୍ଗ କ୍ଲବକୁ ଭେଟିବ। ଅନ୍ୟତମ ଅତିଥି ଭାବେ କ୍ଲବର କାର୍ଯ୍ୟକାରୀ ସଭାପତି ମହମ୍ମଦ ନିଆଜ୍‌, ସାଧାରଣ ସମ୍ପାଦକ ସେକ ସାହାବୁଲ୍ଲା, ଉପସଭାପତି ସେକ ଫରିଦଉଦ୍ଦିନ୍‌, ସେକ ସଫାତୁଲ୍ଲା, ଇବ୍ରାହିମ ଖାନ୍‌, ସମିଉଲ୍ଲା ଖାନ୍‌, ସେକ ବୁରାନଉଲ୍ଲା, ସମ୍ପାଦକ ମୀର ସଲିମ, ମୀର ଜରାର୍‌, କଲିମ ଖାନ୍‌, ମୀର ଅବୁସମା, ଆୟାଜ ମହମ୍ମଦ୍‌, କୋଷାଧ୍ୟକ୍ଷ ସେକ ମୁସ୍ତାକ ଓ ମହମ୍ମଦ ଆଝାରୁଦ୍ଦିନ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ସୟଦ ଅକମଲ ଅଲ୍ଲୀ, ମାସୁମ ଖାନ୍‌, ମୀର ସଲାମତ୍‌, ସଲିମ ଖାନ୍‌, ଜାହିଦ ଖାନ୍‌, ମୀର ମହମ୍ମଦ ଅମୀରଙ୍କ ସମେତ ସେକ ଆଦିକ ଇକବାଲ୍‌, ସମସେର ଅଲ୍ଲୀ ଖାନ୍‌, ମହମ୍ମଦ ଇମ୍ରାନ୍‌, ୱାସିମ, ଦିଲୁ ପଣ୍ଡା, ଆଜମଲ ଖାନ୍‌, ମହମ୍ମଦ ଅଜିଜ୍‌, ମିରାଜନ୍‌, ମୋତି ଖାନ୍ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।


Next Post

କେନ୍ଦ୍ରାପଡ଼ାର ସ୍ୱର-କାଲି ଓ ଆଜିର

Tue Jan 28 , 2025
କେନ୍ଦ୍ରାପଡା ୨୭/୧୨ – ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ୍ୱାରୋ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୁଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ କେନ୍ଦ୍ରାପଡ଼ାର ସ୍ୱର – କାଲି ଓ ଆଜିର ଶୀର୍ଷକ ଅଭିନବ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। କଳା ନିକେତନ ତଥା ରେଡ଼ିଓ ଭାବଗ୍ରାହୀ ର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ […]

You May Like