ଜାତୀୟ ସ୍ତରୀୟ ଅବଦୁଲ କରିମଖାନ ମେମୋରିଆଲ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ



କେନ୍ଦ୍ରାପଡା,୨୮ା୧: ଜାତୀୟ ସ୍ତରୀୟ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ସେମିଫାଇନାଲ ମ୍ୟାଚ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲାପାଳ ସ୍ମ୍ମୃତିରଞ୍ଜନ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରଥମ ସେମିଫାଇନାଲ ମ୍ୟାଚକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ କୃଷ୍ଣଚନ୍ଦ୍ର ପଣ୍ଡା ଏବଂ ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ ଯୋଗଦେଇ ିଥିଲେ। ଏଥିସହିତ ଖେଳପଡିଆକୁ ଯାଇ ଉଭୟ ଦଳର ଖେଳାଳୀମାନଙ୍କ ସହ ହାତମିଳାଇ ଶୁଭେଛା ଜଣାଇଥିଲେ। ଗ୍ରୁପ୍‌- ଏର ପ୍ରଥମ ସେମିଫାଇନାଲ ମ୍ୟାଚରେ କେନ୍ଦ୍ରାପଡାର ଚାନ୍ଦ କ୍ଲବ କଟକର ଓଡିଶା ପୋଲିସ ଦଳକୁ ୧-୦ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଆଜିର ମ୍ୟାଚ୍‌କୁ ରେଫରୀ ଭାବେ ପ୍ରଦୀପ୍ତ କୁମାର ମହାନ୍ତି, ମହମ୍ମଦ ସାକଲିନ, ସୁକାନ୍ତ ସିଂ ଓ ମହମ୍ମଦ ମୋକିମ ପ୍ରମୁଖ ପରିଚାଳନା କରିଥିଲେ। ବୁଧବାର ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଲିଗମ୍ୟାଚ୍‌ରେ ଦିଲ୍ଲୀର ସ୍କ୍ୱାର୍ଡ ଦଳ କଟକର ମଙ୍ଗଳା କ୍ଲବକୁ ଭେଟିବ। ଅନ୍ୟମାନଙ୍କ ମଧ୍ୟରେ କ୍ଲବର କାର୍ଯ୍ୟକାରୀ ସଭାପତି ମହମ୍ମଦ ନିଆଜ୍‌, ସାଧାରଣ ସମ୍ପାଦକ ସେକ ସାହାବୁଲ୍ଲା, ଉପସଭାପତି ସେକ ଫରିଦଉଦ୍ଦିନ୍‌, ସେକ ସଫାତୁଲ୍ଲା, ଇବ୍ରାହିମ ଖାନ୍‌, ସମିଉଲ୍ଲା ଖାନ୍‌, ସେକ ବୁରାନଉଲ୍ଲା, ସମ୍ପାଦକ ମୀର ସଲିମ, ମୀର ଜରାର୍‌, କଲିମ ଖାନ୍‌, ମୀର ଅବୁସମା, ଆୟାଜ ମହମ୍ମଦ୍‌, କୋଷାଧ୍ୟକ୍ଷ ସେକ ମୁସ୍ତାକ ଓ ମହମ୍ମଦ ଆଝାରୁଦ୍ଦିନ ପ୍ରମୁଖ ମଞ୍ଚାସୀନ ଥିଲେ। କ୍ଲବର ଉପଦେଷ୍ଟା ସୟଦ ଅକମଲ ଅଲ୍ଲୀ, ମାସୁମ ଖାନ୍‌, ମୀର ସଲାମତ୍‌, ସଲିମ ଖାନ୍‌, ଜାହିଦ ଖାନ୍‌, ମୀର ମହମ୍ମଦ ଅମୀରଙ୍କ ସମେତ ସେକ ଆଦିକ ଇକବାଲ୍‌, ସମସେର ଅଲ୍ଲୀ ଖାନ୍‌, ମହମ୍ମଦ ଇମ୍ରାନ୍‌, ୱାସିମ, ଦିଲୁ ପଣ୍ଡା, ଆଜମଲ ଖାନ୍‌, ମହମ୍ମଦ ଅଜିଜ୍‌, ମିରାଜନ୍‌, ମୋତି ଖାନ୍ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।


Next Post

କେନ୍ଦ୍ରାପଡା ମହାବିଦ୍ୟାଳୟ “ଇତିହାସ” ବିଭାଗରେ ଆଲୋଚନା ଚକ୍ର

Tue Jan 28 , 2025
କେନ୍ଦ୍ରାପଡା,୨୭ା୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଗାନ୍ଧିଭବନରେ ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ତୁଷାରକାନ୍ତି ଭୂୟାଁଙ୍କ ସଭାପତିତ୍ୱରେ “ଭାରତରେ ଜାତୀୟତାବାଦୀ ଆନ୍ଦୋଳନର ଉତ୍ପତ୍ତି” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ପାନରେ ବିଷୟ ବିଶାରଦ ଭାବରେ ପ୍ରଫେସର ତପନ କୁମାର ପତି ଯୋଗଦେଇ କହିଥିଲେ ଯେ ଭାରତରେ ଜାତୀୟତାବାଦୀ ଆନ୍ଦୋଳନ ଉନବିଂଶ ଶତାବ୍ଦିର ଦ୍ୱିତୀୟାର୍ଦ୍ଧରେ ଆରମ୍ଭ ହୋଇଥିଲା । ବ୍ରିଟିଶ ଶାସନର ଶୋଷଣ, କୁଟିର […]

You May Like