
କେନ୍ଦ୍ରାପଡା,୧୪ା୨: ପୂର୍ବତନ ସୈନିକ ସଂଘ କେନ୍ଦ୍ରାପଡାର ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ରଙ୍କ ସଭାପତିତ୍ୱରେ ପୁଲବାମା ସହିଦ ଦିବସ କାର୍ଯ୍ୟକ୍ରମ ତିନିମୁହାଣ ଛକସ୍ଥିତ ଅମର ଯବାନ ସହିଦ ସ୍ତମ୍ବ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ସଂଘର ସାଧାରଣ ସମ୍ପାଦକ ଏବଂ ସୁବେଦାର ମେଜର ହନରାରି ଲେଫ୍ଟନାଣ୍ଟ ବ୍ରଜ କିଶୋର ସାହୁ ସହିଦ ସ୍ତମ୍ବରେ ସାମୁହିକ ରିତ ଅର୍ପଣ କରିଥିଲେ ଓ ଦୀପକ ପ୍ରଜ୍ୱଳନ କରିଥିଲେ। ସହ ସମ୍ପାଦକ ସର୍ଜେଣ୍ଟ ଅକ୍ଷୟ କୁମାର ସାହୁ , ଉପଦେଷ୍ଟା ଆଇନଜୀବୀ ମହେଶ୍ୱର କର, ଗୌରାଙ୍ଗ ଚରଣ ସ୍ୱାଇଁ, ଗୌରାଙ୍ଗ ଚରଣ ପ୍ରଧାନ, ସମାଜସେବୀ ରଣଜିତ ସିଂହ ଏବଂ ଏବିଭିପି ଛାତ୍ର ସଂଘର ବହୁ ଛାତ୍ର ଓ କାଳିଆ ସେବା ଫାଉଣ୍ଡେସନ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ହୋଇ ସହିଦ ଯବାନମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପାର୍ଥନା କରିଥିଲେ। ଏହାପରେ ଭାରତ ମାତାର ଜୟଗାନ, ସହିଦ ଯବାନ ଅମର ରହେ ସ୍ଲୋଗାନ ଦେଇଥିଲେ। ସୁବେଦାର ମେଜର ହନିନାରି ଲେଫ୍ଟନାଣ୍ଟ ବ୍ରଜ କିଶୋର ସାହୁ ପୁଲବାମା ଘଟଣାର ବୀର ସହିଦ ଯବାନମାନଙ୍କ ବଳିଦାନ ଉଦ୍ଦେଶ୍ୟରେ ବିଶେଷ ଆଲୋକପାତ ସହିତ ଉପସ୍ଥିତ ଯୁବବର୍ଗଙ୍କୁ ଦେଶଭକ୍ତି ବିଷୟରେଗ୍ଧ ଜ୍ଞାନ ପ୍ରଦାନ କରିଥିଲେ।











