ବାଲି ଘାଟରେ ଚଢଉ , ୧୯ ହାଇୱା, ୨ ପ୍ରୋକଲିନ ମେସିନ ଜବତ



କେନ୍ଦ୍ରାପଡ଼ା,୧୬ା୨:କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ତହସିଲ ଅନ୍ତର୍ଗତ ବିଞ୍ଚଣା ଅଞ୍ଚଳରେ ଚାଲିଥିବା ହରିଦାସପୁର ବେଆଇନ୍ ବାଲିଘାଟ ଉପରେ ଜିଲ୍ଲା ପ୍ରଶାସନ, ଖଣି ବିଭାଗ ଏବଂ ପାଟକୁରା ଥାନା ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ଚଢଉ ବେଳେ ୧୯ଟି ହାଇୱା ସମେତ ୨ଟି ପ୍ରୋକଲିନ ମେସିନ ଜବତ୍ କରାଯାଇଛି। ଜବତ ଗାଡିଗୁଡିକୁ ପାଟକୁରା ଥାନାର ଜିମା ଦିଆଯାଇଛି। ଖଣି ଅଧିକାରୀ ରଞ୍ଜିତ ବେହେରା ସୂଚନା ଦେଇଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଛୋଟ ବଡ଼ ବାଲି ଖାଦାନ ବର୍ଷ ବର୍ଷ ଧରି ବେଆଇନ୍ ଭାବେ ଚାଲିଆସୁଛି। ଏହି ଖାଦାନ ଗୁଡିକରୁ ବାଲି ମାଫିଆମାନେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି। ଅପରପକ୍ଷରେ ସରକାର ରାଜସ୍ୱ ହରାଉଛନ୍ତି। ଏହାଦ୍ୱାରା ଚୋରା ବାଲି ମାଫିଆ ସକ୍ରୀୟ ହୋଇ ଉଠିଛନ୍ତି। ଏସମ୍ପର୍କରେ ଖବର ପାଇ ଶୁକ୍ରବାର ବିଳମ୍ବିତ ରାତିରେ ଗରଦପୁର ତହସିଲ ଅନ୍ତର୍ଗତ ବିଞ୍ଚଣା ଅଞ୍ଚଳରେ ଚାଲିଥିବା ବେଆଇନ୍ ବାଲି ଘାଟ ଉପରେ ଉପଜିଲ୍ଲାପାଳ ଅରୁଣ ନାୟକ, ଖଣି ଅଧିକାରୀ ରଞ୍ଜିତ ବେହେରା ଓ ପାଟକୁରା ଥାନା ପୋଲିସକୁ ନେଇ ଏକ ଠିମ ଗଠନ ହୋଇଥିଲା। ଏହି ଟିମ ବେଆଇନ୍ ବାଲି ଘାଟ ଉପରେ ଚଢଉ କରିଥିଲା। ମାଫିଆମାନେ ଗାଡି ଛାଡିି ପଳାଇଥିଲେ। ଫଳରେ ୧୯ ଗୋଟି ହାଇୱା ସମେତ ବାଲି ଖୋଳିବା ପାଇଁ ବ୍ୟବହୃତ ଦୁଇଟି ପ୍ରୋକଲିନ୍ ମେସିନ୍ ଜବତ କରାଯାଇଥିଲା ବୋଲି ଖଣି ଅଧିକାରୀ ରଞ୍ଜିତ ବେହେରା ସୂଚନା ଦେଇଛନ୍ତି।


Discover more from

Subscribe now to keep reading and get access to the full archive.

Continue reading