ପଟ୍ଟାମୁଣ୍ଡାଇ : ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା!, ଥାନାରେ ଅଭିଯୋଗ


ପଟ୍ଟାମୁଣ୍ଡାଇ ୨୨/୨ – ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବିଲିକଣା ପଂଚାୟତ ଧଣିଆପଲ୍ଲୀ ଗ୍ରାମରେ ଶନିବାର ଏକ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଅଭିଯୋଗ ହୋଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ମହିଳାଙ୍କ ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଛି । ଗ୍ରାମାଂଚଳ ଥାନା ପୋଲିସ ଏ ସମ୍ପର୍କରେ ମାମଲା ୭୦/୨୦୨୫ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଷଣ୍ଢପଲ୍ଲୀ ଗ୍ରାମର ସ୍ୱର୍ଗତ ପ୍ରଭାକର ମଳିକଙ୍କ ଝିଅ ସୌଦାମିନୀ ମଳିକ ଗତ ୨୦୨୦ ମସିହାରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବିଲିକଣା ପଂଚାୟତ ସଞ୍ଜୟ ମଳିକଙ୍କ ପୁଅ ସରୋଜ ମଳିକଙ୍କ ସହିତ ବିବାହ ଅନୁଷ୍ଠିତ ହୋଇଥିଲା । ବିବାହ ପରେ ଅଧିକ ଯୌତୁକ ଦାବୀ କରି ସୌଦାମିନୀଙ୍କ ପରିବାର ଲୋକମାନେ ତାଙ୍କ ଉପରେ ଅତ୍ୟାଚାର କରିଆସୁଥିଲେ । ନିକଟରେ ସୌଦାମିନୀଙ୍କ ବଡ଼ ବାପା ପୁଅ ଭାଇଙ୍କ ମୃତ୍ୟୁ ଘଟିଥିବାରୁ ୪ଦିନ ତଳେ ସେ ନିଜ ବାପ ଘର ଷଣ୍ଢପଲ୍ଲୀକୁ ଆସି ଶୁଦ୍ଧ କ୍ରିୟା ପରେ ଶାଶୁ ଘର ଯାଇଥିଲେ । ମାତ୍ର ଆଜି ତାଙ୍କ ଶାଶୁ ଘର ଲୋକମାନେ ସୌଦାମିନୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ବାପ ଘର ଷଣ୍ଢପଲ୍ଲୀ ଗ୍ରାମକୁ ଖବର ଦେଇଥିଲେ । ମୃତା ସୌଦାମିନୀଙ୍କ ବିଧବା ମା ଗୌରୀ ମଳିକ ଗାଁ ଓ ପରିବାର ଲୋକମାନଙ୍କୁ ଧରି ତାଙ୍କ ଶାଶୁ ଘରେ ପହଂଚି ସୌଦାମିନୀ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ । ଅତ୍ୟନ୍ତ ସନ୍ଦେହଜନକ ଅବସ୍ଥାରେ ସୌଦାମିନୀଙ୍କ ମୃତ୍ୟୁ ଘଟିଥିବାରୁ ତାଙ୍କ ଝିଅକୁ ଯୌତୁକ ପାଇଁ ତାର ଶଶୁର ଶାଶୁ, ଦେଢ଼ଶୁର ଓ ଯାଆ ମିଶି ମାରି ଦେଇଥିବା ନେଇ ମୃତା ସୌଦାମିନୀଙ୍କ ବିଧବା ମା ଗୌରୀ ମଳିକ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

 


Discover more from

Subscribe now to keep reading and get access to the full archive.

Continue reading