ଓଳକଣା ମେଲଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ , ବିମାନ ଶୋଭାଯାତ୍ରାରେ ଡିଜେ ବନ୍ଦ ନିଷ୍ପତ୍ତି



କେନ୍ଦ୍ରାପଡା,୨୮ା୨: ଆସନ୍ତ ମାର୍ଚ୍ଚ ୧୩ ତାରିଖରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଓଳକଣା ମେଳଣ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଏହି ମେଳଣଟି କେନ୍ଦ୍ରାପଡା ଓ କଟକ ଜିଲ୍ଲାର କେନ୍ଦ୍ରସ୍ଥଳରେ ଅନୁଷ୍ଠିତ ହୁଏ। ତେବେ ଶୁକ୍ରବାର ମେଳଣ ପଡିଆ ସ୍ଥିତ ଭଗବାନ ବିଦୁରଙ୍କ ମନ୍ଦିର ବେଢାରେ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମେଳଣ ସମନ୍ୱୟ କମିଟି ସଭାପତି ଡ. ନାମାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉଭୟ କେନ୍ଦ୍ରାପଡା ଓ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଞ୍ଜନ ଗୈାଡ, ସାଲେପୁର ଏସଡିପିଓ ବିରଞ୍ଚି ନାରାୟଣ ପତି, ଡେରାବିଶ ବିଡିଓ ନମିତା ବାରିକ, ଡେରାବିଶ ଥାନାଧିକାରୀ ସରୋଜ କୁମାର ସାହୁ ଓ ଭଦ୍ରେଶ୍ୱର ଥାନାଧିକାରୀ ସଂଧ୍ୟାରାଣୀ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ମେଳଣକୁ ଆସୁଥିବା ଠାକୁରବାଡି ସେବକ ପ୍ରତିନିଧିମାନଙ୍କ ସମେତ ଏଣ୍ଡର ସରପଞ୍ଚ ଦୁର୍ଯ୍ୟୋଧନ ମଲିକ ଓ ହଳଦିଆ ସରପଞ୍ଚଙ୍କ ପ୍ରତିନିଧି ଜ୍ଞାନେନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ। ଏହି ମେଳଣ ଏକ ପାରମ୍ପରିକ ବିଧି ବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ମେଳଣକୁ ୧୨୦ରୁ ଉର୍ଦ୍ଧ୍ୱ ବିମାନ ଆସିଥାନ୍ତି। ଏକ ନିଆରା ଓ ଅନନ୍ୟ ପରମ୍ପରାର ପ୍ରତୀକ ଭାବେ ପ୍ରତିଷ୍ଠା ଅର୍ଜନ କରିଥିବା ଏହି ମେଳଣରେ କେନ୍ଦ୍ରାପଡା, କଟକ ଓ ଯାଜପୁର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଚଳିତ ବର୍ଷ ଏହି ମେଳଣକୁ ସୁଶୃଙ୍ଖଳିତ କରିବା ପାଇଁ ଏବଂ ୧୩ତାରିଖ ବିଳମ୍ବିତ ରାତିରୁ ୧୪ତାରିଖ ସକାଳ ମଧ୍ୟରେ ସମସ୍ତ ବିମାନ ପଡିଆ ମଧ୍ୟକୁ ପ୍ରବେଶ କରିବା ପାଇଁ ଉପସ୍ଥିତ ଠାକୁରବାଡି ସେବକ ପ୍ରତିନିଧିମାନେ ନିଷ୍ପତି ନେଇଥିଲେ। ଏଥିସହିତ ସମସ୍ତ ବିମାନ ଶୋଭାଯାତ୍ରରେ କେବଳ ପାରମ୍ପରିକ ବାଦ୍ୟ ପରିବେଷଣ କରାଯିବାକୁ ବୈଠକରେ ନିଷ୍ପତି ହୋଇଥିବା ବେଳେ କୈାଣସି ବିମାନ ଶୋଭାଯାତ୍ରରେ ଡିଜେ ବାଜି ପରିବ ନାହିଁ ବୋଲି ଉପସ୍ଥିତ ପ୍ରଶାସନିକ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ। ସେହିପରି ପଡିଆ ମଧ୍ୟରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ପଡିଆ ମଧ୍ୟକୁ ପ୍ରବେଶ ପାଇଁ ଥିବା ଚାରୋଟି ଦ୍ୱାରକୁ ସଂଯୋଗ କରିଥିବା ରାସ୍ତାକୁ ଭିଡମୁକ୍ତ ରଖିବା ପାଇଁ ବ୍ୟବସ୍ଥା କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା। ଏହି ବୈଠକରେ ଡେରାବିଶ ବ୍ଲକର ପୁର୍ବତନ ଉପାଧ୍ୟକ୍ଷ ବଟ୍ଟକୃଷ୍ଣ ସାମଲ, ରାଜକିଶୋର ମଲ୍ଲ, ନଟବର ସାମଲ, ହରେକୃଷ୍ଣ ମହାନ୍ତିଙ୍କ ସମେତ ଠାକୁରବାଡି ସେବକ ପ୍ରତିନିଧି ମକର ଚନ୍ଦ୍ର ପ୍ରଧାନ, ମହନ୍ତ ପର୍ଶୁରାମ ଦାଶ, କରୁଣାକର କର, ପ୍ରଭଞ୍ଜନ ପ୍ରଧାନ, ରତିକାନ୍ତ ସାମଲ, ବିଜୟ କୁମାର ମଲ୍ଲିକ, କ୍ଷିରୋଦ ବିହାରୀ, ଅଧିକାରୀ ସୁଧାକର ଦାସ, ଶ୍ରୀକାନ୍ତ ସାମଲ, ବିଶ୍ୱରଞ୍ଜନ ପ୍ରଧାନ ଓ ଦେବଦତ୍ତ ସାମଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ସେବକ ପ୍ରତିନିଧି ରମାକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏଠାରେ ସୁଚନାଯୋଗ୍ୟ ଏହି ମେଳଣରେ ଆଳି ରଜାଙ୍କ ଡେରାବିଶ ବ୍ଲକ ଅଧିନ ରାଜନଗରରୁ ଆସୁଥିବା ପଞ୍ଚମୁଖି ବିମାନରେ ଶ୍ରୀରାଧାକୃଷ୍ଣ ଓ ଡେରାବିଶ ସ୍ଥିତ ଶ୍ରୀଦଧିବାମନଜୀଉ ମନ୍ଦିରରୁ ଆଉ ଏକ ବିମାନରେ ମା’ ଲକ୍ଷ୍ମୀ ପଡିଆ ମଧ୍ୟରେ ମାଟି ନିର୍ମିତ କନକ ବେଦୀରେ ଉପବେଶନ କରିବା ପରେ ବିଭିନ୍ନ ଦ୍ୱାର ଦେଇ ଅନ୍ୟ ବିମାନ ଗୁଡିକ ପଡିଆ ମଧ୍ୟକୁ ପ୍ରବେଶ କରିଥାନ୍ତି। ଶେଷରେ ମହାଙ୍ଗା ବ୍ଲକ ଅଧିନ ଭଦ୍ରେଶ୍ୱରଙ୍କ ମନ୍ଦିରରୁ ଶିବଶକ୍ତି ଏକ ସ୍ୱତନ୍ତ୍ର ବିମାନରେ ପଡିଆ ମଧ୍ୟକୁ ପ୍ରବେଶ କରିବା ପରେ ୧୦୮ ଘଣ୍ଟ ପଟୁଆର ମଧ୍ୟରେ ଏକ ଆଳତି ଭଗବାନ ବିଦୁରଙ୍କ ମନ୍ଦିରକୁ ଯିବା ପରେ ମେଳଣ ଶେଷ ହୋଇଥାଏ।(ଫଟୋ ଅଛି)


Next Post

ଗ୍ରାମେଶ୍ୱର ମହୋତ୍ସବ ଅନୁଷ୍ଠିତ , ପୂଜ୍ୟପୂଜାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

Fri Feb 28 , 2025
କେନ୍ଦ୍ରାପଡ଼ା,୨୮ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ଗ୍ରାମପଞ୍ଚାୟତର ଜଣ୍ଟିଲୋ ଗ୍ରାମରେ ଗ୍ରାମେଶ୍ୱର ମହୋତ୍ସବ ପବିତ୍ର ଜାଗର ଅବସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅବସରପ୍ରାପ୍ତ କର୍ମଚାରୀ ରବୀନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହୋତ୍ସବରେ କୃଷିବିଜ୍ଞାନକେନ୍ଦ୍ରର ବୈଜ୍ଞାନିକ ଡ. ତାପସରଞ୍ଜନ ସାହୁ ମୁଖ୍ୟଅତିଥି, ଅବସରପ୍ରାପ୍ତ ମନସ୍ତତ୍ୱ ବିଭାଗ ପ୍ରାଧ୍ୟାପକ ଡ. ମୂରଲୀଧର ରଥ ମୁଖ୍ୟବକ୍ତା ଓ ପୂର୍ବତନ ଆରକ୍ଷୀ ଅଧୀକ୍ଷକ ନାରାୟଣ ବାରିକ, ଜମଧର ସରପଞ୍ଚ ରାଜକିଶୋର ଖୁଣ୍ଟିଆ, ସମଗ୍ରଶିକ୍ଷା ଅଭିଯାନର […]

KANIKA