ବିପୁଳ ପରିମାଣର ଚୋରାମଦ ଜବତ, ୫ କୋର୍ଟଚାଲାଣ



କେନ୍ଦ୍ରାପଡ଼ା,୧ା୩: କେନ୍ଦ୍ରାପଡ଼ା ଟାଉନ ଓ ନିକିରାଇ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଚୋରାମଦ ଜବତ କରାଯାଇଛି। ସୂଚନା ଅନୁଯାୟୀ ଚୋରା ମଦ ବିକ୍ରି ହେଉଥିବାର ଏକ ବିଶେଷ ସୁତ୍ରରୁ ଖବର ମିଳିବା ପରେ ଜିଲା୍ଲପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ବିପ୍ରଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ୪୭ ଲିଟର ଚୋରା ଦେଶୀ ଓ ରନ୍ଧା ମଦ ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଉଛନ୍ତି କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ସାନ୍ତସାହି ଗ୍ରାମର ଦେବାଶିଷ ସାହୁ(୪୯) ଓ ମନୋରଞ୍ଜନ ସାହୁ(୪୫), କାକଟ ଗ୍ରାମର ରଘୁନାଥ ନାୟକ(୫୪) ଏବଂ ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗ୍ରାମର ସୁରେଶ ସେଠୀ(୪୨) ଓ ଦୀପକ ସେଠୀ(୩୩)। ଚୋରା ମଦବେପାରୀଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଚଢାଉରେ ଅବକାରୀ ନିରୀକ୍ଷକ ହିତାଂଶୁ ଶେଖର ମଲିକ, ଅବକାରୀ ଉପନିରୀକ୍ଷକ ଧର୍ମପଦ ଦାସଙ୍କ ସମେତ ଅବକାରୀ ବିଭାଗର ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


Discover more from

Subscribe now to keep reading and get access to the full archive.

Continue reading