ଦୁବାଇ ୪ା୩- ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ। ମଙ୍ଗଳବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ୪ ୱିକେଟରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି । ଏହା ସହିତ ୨୦୨୩ ବିଶ୍ୱକପ ଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ଭାରତ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ଭାରତ ଆଗରେ ବିଜୟ ପାଇଁ ୨୬୫ ରନର ଲକ୍ଷ୍ୟ ରଖାଯାଇଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶୁଭମନ ଗିଲ ଭଲ ଆରମ୍ଭ କରିଥିଲେ ବି ଗିଲ୍ ମାତ୍ର ୮ ରନ କରି ଆଉଟ ହୋଇଯାଇଥିଲେ। ତେବେ ରୋହିତ ଶର୍ମା ଓ ବିରାଟ କୋହଲି ସ୍କୋରକୁ ଆଗେଇ ନେଇଥିଲେ । ରୋହିତ ୨୮ରନ କରି ଆଉଟ ହୋଇଥିଲେ ବି ବିରାଟ ଲଢୁଆ ବ୍ୟାଟିଂ କରି ଦଳକୁ ବିପଦମୁକ୍ତ କରିବା ସହ ବିଜୟରେ ସବୁଠାରୁ ବଡ ଯୋଗଦାନ ଦେଇଥିଲେ। ସେ ୮୪ରନ କରିଥିଲେ । ଶ୍ରେୟୟ ଆୟର ୪୫ ରନ ଓ କେଏଲ ରାହୁଲ ୪୨ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନ କରିଥିଲେ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆକୁ ଆରମ୍ଭରୁ ବଡ଼ ଝଟକା ଦେଇଥିଲେ ଭାରତୀୟ ବୋଲର ମହମ୍ମଦ ସମ୍ମି । ସେ କୁପର କନୋଲିଙ୍କୁ ଶୂନ ରନରେ ପାଭିଲିୟନ ପଠାଇଦେଇଥିଲେ । ତେବେ ଟ୍ରାଭିସ ହେଡ ଓ ଷ୍ଟିଭ ସ୍ମିଥଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା। ହେଡ୍ ୩୯ରନ କରିଥିବାବେଳେ ୭୩ ରନ କରିଥିଲେ। ମାର୍ନ ଲାବୁସଚାନ ୨୯ ରନ କରିଥିବାବେଳେ ଆଲେକ୍ସ କେରି ୬୧ ରନ କରିଥିଲେ । ତେବେ ଦଳର ନିମ୍ନକ୍ରମ ବ୍ୟାଟ୍ସମ୍ୟାନମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ । ଦଳ ୪୯.୩ ଓଭରରେ ୨୬୪ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ସମ୍ମି ୩ଟି ୱିକେଟ ନେଇଥିବାବେଳେ ରବୀନ୍ଦ୍ର ଜାଦେଜା ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ୱିକେଟ ନେଇଥିଲେ ।
kanikanews.in
Next Post
ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା
Wed Mar 5 , 2025
କେନ୍ଦ୍ରାପଡ଼ା, ୪ା୩ : ନେହେରୁ ଯୁବକେନ୍ଦ୍ର ଓ ମୋ ଭାରତ ପକ୍ଷରୁ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କବାଡି, ଫୁଟବଲ୍, ସ୍ଲୋ ସାଇକେଲ ରେସ୍, ବ୍ୟାଡମିଣ୍ଟନ, ଟାଇବୁଣ୍ଡ ଓ ଦୈାଡ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ୧୫ରୁ ୨୯ବର୍ଷ ବୟସ ବର୍ଗର କ୍ରୀଡାବିତମାନେ ଅଂଶଗ୍ରହଣ କରିଥିଲେ।ଏହି ପ୍ରତିଯୋଗିତାକୁ କ୍ରୀଡା ଶିକ୍ଷକ ଉମାକାନ୍ତ […]

You May Like
- 1 year ago
ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମୋତ୍ସବ
- 9 months ago
ଜିଲ୍ଲା ସ୍ତରୀୟ ଚେସ ପ୍ରଶିକ୍ଷଣ ଶିବିର ଉଦଘାଟିତ
- 2 years ago
ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୨ ବର୍ଷ କାରାଦଣ୍ଡ
- 1 year ago
ମହାବିଷୁବ ସଂକ୍ରାନ୍ତି ପାଳିତ