ପୁନର୍ବାସ ତରଫରୁ ଟେକ୍ନୋ-ସକ୍ଷମ ମିଶନର ଶୁଭାରମ୍ଭ



କେନ୍ଦ୍ରାପଡା,୪ା୩: ଭିନ୍ନକ୍ଷମଙ୍କ ସଶକ୍ତିକରଣ ଦିଗରେ କାର୍ଯରତ ପୁନର୍ବାସ ଅନୁଷ୍ଠାନ ତରଫରୁ ଟେକ୍ନୋ-ସକ୍ଷମ ମିଶନର ଶୁଭାରମ୍ଭ ଫାଲଗୁନ ଶୁକ୍ଳ ପଞ୍ଚମୀର ପବିତ୍ର ତିଥିରେ କରାଯାଇଛି। ଏଥି ନିମନ୍ତେ ସ୍ଥାନୀୟ ମାଧପୁରସ୍ଥିତ ଅମର ଉଦ୍ୟାନଠାରେ ଓଡ଼ିଶା ନଲେଜ୍ କର୍ପୋରେସନ ଲିମିଟେଡ୍‌ର ପ୍ରଚାର ରଥକୁ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଓକେସିଲ ଅଧୀନରେ ଏକ ଅନୁମୋଦିତ ଶିକ୍ଷାକେନ୍ଦ୍ର ଭାବେ ପୁନର୍ବାସଠାରେ ନୂତନ ସ୍କିଲିଂ ଏବଂ କମ୍ପ୍ୟୁଟର ୱିଙ୍ଗ ଖୋଲାଯାଇଛି। କେନ୍ଦ୍ରାପଡା ସହରର ମାଧପୁରସ୍ଥିତ ଏହି କେନ୍ଦ୍ରରେ ଓଏସ୍‌-ସିଆଇଟି ଆଧାରିତ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯିବ। ସାଧାରଣବର୍ଗଙ୍କ ବ୍ୟତୀତ ଏହି କେନ୍ଦ୍ରରେ ଅଗ୍ରାଧିକାର ଭିତ୍ତିରେ ରିହାତି କୋର୍ସ ଫି ବ୍ୟବସ୍ଥା ଦ୍ୱାରା ଜିଲ୍ଲାର ଭିନ୍ନକ୍ଷମ ଛାତ୍ରଛାତ୍ରୀ/ବ୍ୟକ୍ତିମାନଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନର ବ୍ୟବସ୍ଥା ରଖାଯାଇଛି। ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଅନ୍ୟ ସାଧାରଣଙ୍କ ପରି ତାଲିମପ୍ରାପ୍ତ ହୋଇ ନିଯୁକ୍ତି ଓ ଅନ୍ୟାନ୍ୟ ବୃତ୍ତିଗତ କ୍ଷେତ୍ରରେ ଦୁର୍ବଳ ଭିନ୍ନକ୍ଷମବର୍ଗଙ୍କୁ ଏହା ଦ୍ୱାରା ସମର୍ଥ କରାଇବା ଲକ୍ଷ୍ୟ ରଖା ଯାଇଛି ବୋଲି ପୁନର୍ବାସର ପ୍ରତିଷ୍ଠାତା ତଥା ମୁଖ୍ୟ ପରାମର୍ଶଦାତା ବିରଜା ରାଉତରାୟ ପ୍ରକାଶ କରିଛନ୍ତି । ଏହି ଅବସରରେ ସହ ସମ୍ପାଦକ ବଂଶୀଧର ମହାନ୍ତି, କୋଷାଧ୍ୟକ୍ଷ ଶିବ ଚରଣ ସାମଲ, ୱାର୍ଡ କାଉନସିଲର ଶ୍ରୀମତୀ ରଶ୍ମିତା ସିଂ, ସମଗ୍ର ଶିକ୍ଷା ଅଧୀନ ସ୍ୱତନ୍ତ୍ର ଶିଶୁ ଶିକ୍ଷା ସଂଯୋଜକ ବିଜୟ କୁମାର ପରିଡା, ସଦସ୍ୟ ସ୍ୱପ୍ନାଂଶୁ କୁମାର ଦାସ, କ୍ଷୀରୋଦ କୁମାର ଦାସ , ନୃସିଂହ ଚରଣ ତ୍ରିପାଠୀ ଏବଂ ଅନୁଷ୍ଠାନର କର୍ମକର୍ତ୍ତା ସଞ୍ଜୀବ କୁମାର ଜେନା ଏବଂ ମନୋଜ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading