ରେଡ଼ିଓ ଭାବଗ୍ରାହୀର ୪ର୍ଥ ସ୍ୱନକ୍ଷତ୍ର ଦିବସ ସମାରୋହ



କେନ୍ଦ୍ରାପଡ଼ା,୪ା୩: ପୂର୍ବାହ୍ନରେ ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ବାରୁଅସ୍ଥିତ ରେଡ଼ିଓ ଭାବଗ୍ରାହୀର ୪ର୍ଥ ସ୍ୱନକ୍ଷତ୍ର ଦିବସ ଉତ୍ସବ ଭାବଗ୍ରାହୀ କଳା ନିକେତନର ଅକ୍ଷୟ ମହାନ୍ତି କକ୍ଷରେ ମହାସମାରୋହରେ ପାଳିତ ହୋଇଯାଇଛି। ରେଡ଼ିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ରୂପେ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ, ମୁଖ୍ୟ ବକ୍ତା ଭାବରେ ଫୋରଡ ବାୟା ଆଶ୍ରମର ମହାନ୍ତ ବାବା ଶ୍ରୀ ହୃଷୀକେଶ ଦାଶ ଏବଂ ସମ୍ମାନୀତ ଅତିଥି ଭାବରେ ପ୍ରଫେସର ଅଜୟ କୁମାର ରାଉତ ଯୋଗ ଦେଇ ରେଡ଼ିଓ ଭାବଗ୍ରାହୀ କିପରି ବହୁଜନ ହିତାୟ ବହୁଜନ ସୁଖାୟ ଉକ୍ତିକୁ ସାକାର କରୁଛି ସେ ସମ୍ପର୍କରେ ଆଲୋଚନା କରିଥିଲେ। ଆରମ୍ଭରେ ଅତିଥିମାନେ ଲୋକ କବି ଭାବଗ୍ରାହୀ ପରିଡା, ଅକ୍ଷୟ ମହାନ୍ତି, ଭିକାରୀ ବଳ ଏବଂ କବି ପତ୍ନୀ ସରୋଜିନୀ ପରିଡାଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିଥିଲେ। ମୁଖ୍ୟ ଅତିଥି ପଣ୍ଡିତ ରଥ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ନିରୁପମା ଜେନା ସ୍ୱାଗତ ସଙ୍ଗୀତ ଗାଇଥିଲେ। ଗୀତିକାର ବିମଳ ପରିଡା ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ ସହିତ ରେଡ଼ିଓ ଭାବଗ୍ରାହୀର ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ସତୀର୍ଥ ସଭାପତି ଅମର ପ୍ରସାଦ ରାଉତ, ବାଣୀ ବିନୋଦ ସାହିତ୍ୟ ସେବା ନିକେତନର ସଭାପତି ନିରଞ୍ଜନ ପରିଡା, ସମାଜସେବୀ ହରିଶ୍ଚନ୍ଦ୍ର ଜେନା, ମେଜର ଭରତ ଜେନା, କବି ରତ୍ନାକର ମଲ୍ଲିକ, ପ୍ରଫେସର ପ୍ରଶାନ୍ତ ସାମଲ, କଣ୍ଠଶିଳ୍ପୀ ଅଜୟ ମହାନ୍ତି, ସୁରେନ୍ଦ୍ର ରାଉତ, ନାଟ୍ୟକାର ଭୀମସେନ ପ୍ରଧାନ, ଭଗବାନ ଘଡାଇ, ଅମରେଶ ଘଡାଇ, ଗୈାରାଙ୍ଗ ସାହୁ, ନୃତ୍ୟ ଗୁରୁ ପ୍ରକାନ୍ତ ମହାରଣା, ନୃତ୍ୟ ଶିଳ୍ପୀ ସ୍ମୃତିରେଖା ବିଶ୍ୱାଳ, ଶରତ ଥାଟୋଇ, ପଣ୍ଡିତ ପଦ୍ମନାଭ ଦାଶ, ପ୍ରମୁଖ କଳା ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ରେଡ଼ିଓ ଭାବଗ୍ରାହୀର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୃତ୍ୟ ଶିଳ୍ପୀ ପ୍ରତୀକ୍ଷା ନାୟକ, କୁସୁମ ପଣ୍ଡା, ନିବେଦିତା ନାୟକ, ରାଜଲକ୍ଷ୍ମୀ ପ୍ରଧାନ, ଅଭିଲିପ୍ସା ସାହୁ, ଅଙ୍କିତା ସାହୁ, ଅର୍ପିତା ସାହୁ, ରୂପାଲି ସୂତାର, ପ୍ରଭାତ ଦାସ, ପ୍ରତାପ ସ୍ୱାଇଁ, ରେଡ଼ିଓ ଭାବଗ୍ରାହୀର ରେକର୍ଡିଷ୍ଟ ପ୍ରଭାତ ବେହେରା ପାୟଲ ବାରିକ, ରେଖାଞ୍ଜଳି ଜେନା, କେନ୍ଦ୍ରାପଡ଼ା ସିଡିପିଓ ସୁଜାତା ତ୍ରିପାଠୀ, ସୁପରଭାଇଜର ମାନସୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବିମଳ ପରିଡା ଅଟଳ ଭାୟୋ ଅଭ୍ୟୁଦୟ ଯୋଜନାରେ ଆମ ବରିଷ୍ଠ ଆମ ସ୍ୱାଭିମାନ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରବଚକ ବିକ୍ରମ କେଶରୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ରେଡ଼ିଓ ଭାବଗ୍ରାହୀ ଏବଂ ଭାବଗ୍ରାହୀ କଳା ନିକେତନର କଳାକାରମାନେ ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading