ଡା.ସରୋଜକାନ୍ତ କାନୁନ୍‌ଗୋଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି



କେନ୍ଦ୍ରାପଡ଼ା,୫ା୩: କେନ୍ଦ୍ରାପଡାର ଜନମାନସରେ ପରିଚିତ ଡା. ସରୋଜକାନ୍ତ କାନୁନଗୋଙ୍କ ୩୭ତମ ଶ୍ରାଦ୍ଧବାର୍ଷିକୀ ଅବସରରେ କେନ୍ଦ୍ରାପଡାରେ ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ତାଙ୍କୁ ଭକ୍ତିପୂର୍ଣ୍ଣର୍ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ବୁଧବାର ସକାଳେ ପୁରୁଣା ମେଡିକାଲ ଛକରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଦଳମତ ନିର୍ବିଶେଷରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ସେଠାରେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସ୍ମୃତିସଭାରେ ସ୍ଥାନୀୟ ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଡା. ବିଶ୍ୱପ୍ରକାଶ କାନୁନଗୋ, ସାମ୍ବାଦିକ ପରେଶ ଦାସ, ଅଜୟ ସାମଲ, ଡ. ବାସୁଦେବ ଦାସ, ଧ୍ରୁବ ଚରଣ ଜେନା, ପ୍ରଫୁଲ୍ଲ ଦାସ, ରମଣୀରଞ୍ଜନ ରାଉତରାୟ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ ଓ ଧିରେନ ସାହୁ, ଶରତ ବେହୁରା, ହିରଣ୍ୟ ପଣ୍ଡା, ଆଦିକନ୍ଦ ରାଉଳ, ଜଗତଜୀବନ ଦାଶ, ମାଧବ ଦାସ, କମଳାକାନ୍ତ ବେହେରା, ସମ୍ବିତ ଶ୍ରୀଚନ୍ଦନ, ସୟଦ ମୁକ୍ତାର, ନୃସିଂହ ରାଉତ ପ୍ରମୁଖ ଉପସ୍ଥିତ ରହି ଡା. ସ୍ୱର୍ଗତ କାନୁନଗୋଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଶେଷରେ ସଂସଦର ସଂଯୋଜକ ମୁକ୍ତାର ଖାଁ ଧନ୍ୟବାଦ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading