CHORA BIKE RACKET THABA-min


କେନ୍ଦ୍ରାପଡ଼ା,୬ା୩: କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଏକ ବାଇକ ଚୋରି ର‌୍ୟାକେଟ ଠାବ କରିଛି। ଏହି ର‌୍ୟାକେଟ୍‌ରେ ଥିବା ଦୁଇ ଚୋରଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୫ଟି ଚୋରା ବାଇକ ଜବତ କରାଯାଇଛି। ଅଭିଯୁକ୍ତ ଦ୍ୱୟ ହେଲେ ମାର୍ଶାଘାଇ ଥାନା ଅନ୍ତର୍ଗତ ତୁଳସିପୁର ଗ୍ରାମର ଜ୍ଞାନରଞ୍ଜନ ସେଠୀ(୨୫) ଓ ସେହି ଗ୍ରାମର ରାଜେଶ ଜେନା(୨୨)। ଏହି ଚୋରମାନେ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇର ବିଭିନ୍ନ ଅଞ୍ଚଳରୁ ବାଇକ ଚୋରି କରି ଫେରାର ହୋଇଯାଇଥିଲେ। ଏନେଇ ଉଭୟ ଥାନାରେ ପୂର୍ବରୁ ମାମଲା ରୁଜୁ ହୋଇଥିଲା। ସେହି ମାମଲାର ତଦନ୍ତ ଚାଲିଥିବା ବେଳେ ଚୋରଙ୍କ ସମ୍ପର୍କରେ ପୋଲିସକୁ ଏକ ବିଶେଷ ସୁତ୍ରରୁ ଖବର ମିଳିଥିଲା। ଫଳରେ ସେମାନଙ୍କୁ ଧରିବା ପାଇଁ ପୋଲିସର ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଥିଲା। ସେହି ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ବାଇକ ଚୋରି ର‌୍ୟାକେଟର ସଦସ୍ୟମାନଙ୍କୁ ଧରିଥିଲା। ଉଭୟ ଚୋରଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।