କବି ଦୀପକ ମିଶ୍ରଙ୍କ ଜୟନ୍ତୀ ପାଳିତ



କେନ୍ଦ୍ରାପଡ଼ା ୭ /୩ ଓଡିଆ ସାହିତ୍ୟର ବିଶିଷ୍ଟ କବି ସ୍ୱର୍ଗତ ଦୀପକ ମିଶ୍ରଙ୍କ ୮୭ତମ ଜୟନ୍ତୀ ସ୍ଥାନୀୟ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଗାନ୍ଧି ଭବନରେ କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦ ଓ ଓଡିଶା ସାହିତ୍ୟ ଏକାଡେମୀ ମିଳିତ ଉଦ୍ୟମରେ ପାଳିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରା କବି ଦୀପକ ମିଶ୍ରଙ୍କ ସହ ତାଙ୍କର ଅନ୍ତରଙ୍ଗତା ସଂପର୍କରେ ବର୍ଣ୍ଣନା କରିବା ସହିତ ତାଙ୍କର କବିତା କାଳଜୟୀ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ପ୍ରଫେସର ନନ୍ଦକିଶୋର ପରିଡା କବିଙ୍କର କବିକର୍ମ ଉପରେ ବିଶଦ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ଡ. ବାସୁଦେବ ଦାସ, ଡ. ମିହିର କୁମାର ସାହୁ ଓ ସମ୍ମାନିତ ବକ୍ତା ଭାବେ କବି ନିରାକାର ଦାସ କବିଙ୍କ କାଳଜୟୀ କବିତା ଉପରେ ଆଲୋଚନା କରିଥିଲେ । ଏହି ସଭାରେ ସଭାପତିତ୍ୱ କରିଥିଲେ ପରିଷଦର ସଭାପତି ଡ.ଅପର୍ଣ୍ଣା ମହାନ୍ତି ଓ ସଭା ସଂଚାଳନ କରିଥିଲେ ଅଧ୍ୟାପକ ପବିତ୍ର ସାହୁ । ଏହି ସଭାରେ କବି ଦୀପକ ମିଶ୍ରଙ୍କ କାଳଜୟୀ ଚାରିଟି କବିତା ଆବୃତି କରିଥିଲେ କବି ବୃନ୍ଦାବନ ଦାଶ, କବି ପ୍ରେମାନନ୍ଦ ଖଣ୍ଡୁଆଳ, କବି ପୂଜାଶ୍ରୀ ସେଠୀ ଓ ରାଜଶ୍ରୀ ସ୍ୱାଇଁ । ସଭାର ଅତିଥି ପରିଚୟ ପଦ୍ମନୀ ନାୟକ ପ୍ରଦାନ କଲାବେଳେ ପୌରସଂସ୍ଥା ଦୃଷ୍ଟି ବାଧିତ ବିଦ୍ୟାଳୟ, କେନ୍ଦ୍ରାପଡ଼ାର ଶିକ୍ଷୟତ୍ରୀ ସଶ୍ମିତା ରାଉତଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ଏହି ସଭାରେ ଅଧ୍ୟାପକ ରବିନ୍ଦ୍ର ସାମଲ, ଅଧ୍ୟାପକ ତପନ ପତି, କବି ଯଚିନ୍ଦ୍ର ରାଉତ, ଅଧ୍ୟାପକ ଅମୂଲ୍ୟ ମଲ୍ଲ, କବି ଅକ୍ଷୟ ନାୟକ, କବି ତୁହିନା ମିଶ୍ର, ଗାଳ୍ପିକ ହରେକୃଷ୍ଣ ବରାଳ, କବି ଶ୍ରୀଧର ସାମଲ, କବି ବଳରାମ ଲେଙ୍କା, ସୁଶାନ୍ତ ପାଣି, କବି ଶ୍ରୀଧର ମହାନ୍ତି, ହୃଷିକେଶ ପଣ୍ଡା, ଭାଗିରଥି ଜେନା, କବି ନୃସିଂହ ତ୍ରିପାଠୀ, ରଣଧୀର ଜେନା, ଅଲେଖ ଦାଶ, ପ୍ରଭୃତି ଉପସ୍ଥିତ ରହି କବିଙ୍କୁ ସେମାନଙ୍କର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶେଷରେ ପରିଷଦର ସଂପାଦକ ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading