ଚଳିତବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ



କେନ୍ଦ୍ରାପଡ଼ା,୮ା୩: କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ତତ୍‌ସହିତ ତାଲୁକ୍ ସ୍ତରୀୟ ପଟ୍ଟାମୁଣ୍ଡାଇ, ଆଳି, ରାଜନଗର କୋର୍ଟ ପରିସରରେ ମଧ୍ୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲରେ ୧୮୧ଟି ଏନ୍‌.ଆର୍‌. ମାମଲା୍ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ୩୪ଟି ମାମଲା ସମାଧାନ ହୋଇ ୧,୭୯,୧୯୫ ଟଙ୍କା ଜୋରିମାନା ଆଦାୟ ହୋଇଥିଲା । ଟଙ୍କା ନେଣଦେଣ କେସ୍ ବାବଦରେ ୧୧୬ଟି ମାମଲା ପଞ୍ଜିକୃତ ହୋଇ ୩୮ଟି ମାମଲାର ଫଇସଲା ହୋଇ ୩୯,୬୭,୫୨୯.୨୪ ଟଙ୍କା ଜୋରିମାନା ଆଦାୟ ହୋଇଥିଲା । ମଟରଯାନ ଦୁର୍ଘଟଣା ଜନିତ ମାମଲା ବାବଦରେ ୫୫ଟି ମାମଲା ପଞ୍ଜିକୃତ ହୋଇ ୧୪ଟିର ସମାଧାନ କରାଯାଇ ୩୬,୬୦,୦୦୦ଟଙ୍କା ଜୋରିମାନା ଆଦାୟ ହୋଇଥିଲା । ରାଜସ୍ୱ ମାମଲା ବାବଦରେ ୨୬୪୪ ଟି ପଞ୍ଜିକୃତ କରାଯାଇ ୨୩୧୫ ଟି ମାମଲା ଫଇସଲା ସହିତ ୩,୭୧,୦୫୪ ଟଙ୍କା ଜୋରିମାନା ଆଦାୟ ହୋଇଥିଲା । ତତ୍‌ସହିତ ବ୍ୟାଙ୍କ ଋଣ ବାବଦରେ ୫୨୭୩ଟି ମାମଲା ପଞ୍ଜିକୃତ ହୋଇ ୭୨୪ଟି ମାମଲା ଫଇସଲା କରାଯାଇ ୨,୭୬,୫୩୯ ଟଙ୍କା ଜୋରିମାନା ଆଦାୟ କରା୍‌ାଇଥିଲା । ସମୁଦାୟ ୪୨୨୪ଟି ମାମଲା ପଞ୍ଜିକୃତ ହୋଇ ୨୭୨୬ଟି ମାମଲାର ସମାଧାନ କରାଯାଇଥିଲା ଓ ୮୧,୭୭,୭୭୮.୨୪ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ବିଷ୍ଣୁଦେବ ଜେନାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଲୋକ ଅଦାଲତକୁ ପ୍ରାଧିକରଣର ସଚିବ ସୁମିତ୍ରା ସାହୁ ପରିଚାଳନା କରିଥିଲେ । ଅନ୍ୟ ବିଚାରପତିଙ୍କ ମଧ୍ୟରୁ ଦେବାଶିଷ ପଣ୍ଡା, ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ସରିତା ମହାନ୍ତି, ସିଭିଲ ଜଜ (ବରିଷ୍ଠ) ଅନ୍ନପୂର୍ଣ୍ଣା ନାୟକ, ରେଜିସ୍ଟ୍ରାର ରମାଦେବୀ ସୋରେନ, ଅତିରିକ୍ତ ବରିଷ୍ଠ ସିଭିଲ ଜଜ ସ୍ନିଗ୍ଧା ପଣ୍ଡା ଏବଂ ପଟ୍ଟାମୁଣ୍ଡାଇ ଓ ଆଳିର ବିଚାରପତି ପ୍ରମୁଖ ଯୋଗଦେଇ କେସ ଫଇସଲା କରିବାରେ ସହାୟତା କରିଥିଲେ ।


Next Post

ବିଶିଷ୍ଟ ଶିକ୍ଷକଙ୍କର ଅକାଳ ବିୟୋଗ

Sat Mar 8 , 2025
କେନ୍ଦ୍ରାପଡ଼ା,୮ା୩: ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଉଦୟବଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସର୍ବେଶ୍ୱର ସ୍ୱାଇଁ(୫୩)ଙ୍କର ଦେହାନ୍ତ ହୋଇଯାଇଛି । ସେ ଗତ ୬ମାସ ହେବ କର୍କଟ ରୋଗରେ ପୀଡିତ ଥିଲେ । ଜନ୍ମସ୍ଥାନ ମାର୍ଶାଘାଇ ଅନ୍ତର୍ଗତ ଗିରଙ୍ଗ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହୋଇଥିଲା । ଶ୍ରୀ ସ୍ୱାଇଁ ୨୦୦୮ ମସିହାରୁ ଶିକ୍ଷକତା କରି ସ୍ଥାନୀୟ ଅଞ୍ଚଳରେ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ବଡପୁଅ ମୁଖାଗ୍ନି ଦେଇଥିଲେ । […]

KANIKA