କେନ୍ଦ୍ରାପଡା ବିଜୁ ମହିଳା ଜନତା ଦଳ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ , ବିଜୁ ଜନତା ଦଳ ମହିଳା ମାନଙ୍କ ବଳ- ବିଜେଡି



କେନ୍ଦ୍ରାପଡ଼ା,୮ା୩: ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ବିଜୁ ଜନତାଦଳ କେନ୍ଦ୍ରାପଡା ତରଫରୁ ଏକ ବିଶାଳ ମହିଳା ସମାବେଶ କେନ୍ଦ୍ରାପଡା ସହରର ଟାଉନହଲ ଠାରେ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ ବକ୍ତବ୍ୟ ରଖି କହିଥିଲେ ଯେ ୧୯୭୭ ଠାରୁ ଜାତିସଂଘ ଦ୍ୱାରା ଘୋସିତ ଏହି ଦିବସ ବିଶ୍ୱରେ ପାଳିତ ହେଉଛି । ଚଳିତ ବର୍ଷ ଏହି ଦିବସର ସ୍ଲଗାନ ହେଉଛି “ସମସ୍ତ ମହିଳା ଓ ଝିଅମାନଙ୍କ ପାଇଁ ଅଧିକାର, ସମାନତା ଓ ସଶକ୍ତି ” ଏହି ଲକ୍ଷ୍ୟ ସାଧନରେ ସମସ୍ତେ ବ୍ରତି ହେବା ଜରୁରୀ । ନାରୀ : ‘ନ ଓ ଅରୀ’ ଦୁଇ ଶଦ୍ଦକୁ ନେଇ ଗଠିତ । ଅର୍ଥାତ ନାରୀ ସିଏ ଯାହାଙ୍କର ଶତୃ ନାହାନ୍ତି । ଅର୍ଥାତ ନାରୀମାନେ ଶତୃକୁ ପରାଜିତ କରିପାରିଛନ୍ତି । ବିଜୁବାବୁ ଓ ନବୀନ ବାବୁ ମହିଳାଙ୍କ ପାଇଁ ସଂରକ୍ଷଣ ଓ ଆସନ ସହାୟତା ଯୋଜନା ପ୍ରଣୟନ କରି ସ୍ୱାବଲମ୍ବି ଓ ସଶକ୍ତ କରିପାରିଛନ୍ତି । ସବୁ ମାଆ ଏକାଠି ହୋଇ ବିଜେଡିକୁ ଶକ୍ତିଶାଳୀ କରିବା ଓ ପୂର୍ନବାର କ୍ଷମାତାକୁ ଆଣିବା ପାଇଁ ଆହ୍ୱାନ ଦେଇଥିଲେ ।


ମହିଳା ସଶକ୍ତି କରଣ କ୍ଷେତ୍ରେ ବିଜେଡିର ଭୂମିକା ଶିର୍ଷକ ଆଲୋଚନା ଚକ୍ରରେ ଭାଗନେଇ କେନ୍ଦ୍ରାପଡା ପୌରାଧ୍ୟକ୍ଷା ସରୀତା ସାହୁ କହିଲେ ଯେ ବିଜୁ ଜନତା ଦଳ ମହିଳାମାନଙ୍କ ବଳ । ଏହି ବଳ ହେଉଛନ୍ତି ବିଜୁବାବୁ ଓ ନବୀନବାବୁ । ଆମ୍ଭେ ତାଙ୍କ ପାଖରେ ଋଣି । ଜିଲ୍ଲା ପରିଷଦର ସଭାପତି ଲିଲିତା ଦାସ କହିଲେ ଯେ ଯେ ପର୍ଯ୍ୟନ୍ତ ଆପଣମାନେ ଅଛନ୍ତି ସେ ପର୍ଯ୍ୟନ୍ତ ବିଜେଡି ସର୍ବବୃହତ ଦଳ ଭାବେ ତିଷ୍ଠି ରହିବ ଓଡିଶାରେ । ବ୍ଲକ ମହିଳା ସଭାନେତ୍ରୀ ସୁମିତ୍ରା ପାଢି ମାକୁ ପ୍ରତାରିତ କରୁଥିବା ବିଜେପିକୁ ଜବାବ ଦେବାପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ପୌର ଉପାଧ୍ୟକ୍ଷା ଆକବରୀ ଖାତୁନ, ଜିଲ୍ଲାପରିଷଦ ସଭ୍ୟା ପ୍ରିୟଦର୍ଶିନୀ ତରାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଲୋପାମୁଦ୍ରା ବାରିକ, ନଗର ସଭାନେତ୍ରୀ ସ୍ୱୟଂପ୍ରଭା କର, ପୂର୍ବତନ ସରପଞ୍ଚ ଜିନତ୍ ପ୍ରିୟଦର୍ଶିନୀ, ଭାଗବତପୁର ସରପଞ୍ଚ ପ୍ରିୟଙ୍କା ପ୍ରୟଦର୍ଶୀନୀ ନାୟକ ମହିଳା ଦିବସ ଉପଲକ୍ଷେ ଅଭିଭାଷଣ ରଖିଥିଲେ । ଏହି ଅବସରରେ ମହିଳା ସଶସ୍ତି କରଣରେ ଉଲ୍ଲେଖନୀୟ ଅବଦାନ ପାଇଁ ସରପଞ୍ଚ ପ୍ରିୟଙ୍କା ପ୍ରୟଦର୍ଶୀନୀ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସଭାକୁ ରାଜ୍ୟ ବିଜେଡି ସହ ସମ୍ପାଦକ ରଞ୍ଜିତ ସାହୁ, କେନ୍ଦ୍ରୋପଡା ବ୍ଲକ ସଭାପତି ଆଲୋକ ସାହୁ, ନଗର ସଭାପତି ଯଯାତି କେଶରୀ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, କାଉଁସିଲର ହିରଣ୍ୟ ପଣ୍ଡା, ଉମେଶ ନାୟକ, ଚୌଧୁରୀ ସୁକୁମାର ଦାସ, ପ୍ରଦିପ୍ତ ଜେନା, ସମ୍ବିତ ଶ୍ରୀଚନ୍ଦନ, ପିଣ୍ଟୁ ମହାନ୍ତି,ଲୋହିତ ମହାନ୍ତି, ସଙ୍ଗମ ସାମଲ, ଚନ୍ଦ୍ରନ ଦାସ, ବିଚିତ୍ର ଲେଙ୍କା, କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷ ପ୍ରତାପ ମହାପାତ୍ର ପ୍ରମୁଖ ପରିଚାଳନାରେ ସହେଯାଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading