ନପଙ୍ଗ ପାନୀୟଜଳ ପ୍ରକଳ୍ପ ଶିଳାନ୍ୟାସ କଲେ ବିଧାୟକ



ପଟ୍ଟାମୁଣ୍ଡାଇ ତା ୯/୩- କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ମୂଳବସନ୍ତ ପଂଚାୟତ ନପଙ୍ଗ ଠାରେ ୨୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପ ଶିଳାନ୍ୟାସ କରାଯାଇଛି ।  ଏହି ଉପଲକ୍ଷେ ବଡ଼ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଗ୍ରାମାଞ୍ଚଳ ଲୋକମାନଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ତାଙ୍କର ପ୍ରାଥମିକତା ହୋଇଥିବାରୁ ନିର୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ।  ଏହି ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଜିଲ୍ଲା ପରିଷଦ ସଦସ୍ୟ ଜ୍ୟୋତିର୍ମୟୀ ବେହେରା, ସମିତିସଭ୍ୟା ସ୍ମୃତିମୟୀ ମଲିକ, ବଡ଼ମୂଳବସନ୍ତ ସମବାୟ ସମିତି ସଭାପତି ସଞ୍ଜୟ ଲେଙ୍କା ପୂର୍ବତନ ସମିତିସଭ୍ୟ ଅଜୟ ପ୍ରଧାନ ଓ କଳ୍ପତରୁ ଦାସ, ଯୁବନେତା ସଂଗ୍ରାମ ସ୍ୱାଇଁ, ବାମଦେବ ପଣ୍ଡା, ନାରୀନେତ୍ରୀ ମଞ୍ଜୁଲତା ଦାସ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସହ ସହକାରୀ ଯନ୍ତ୍ରୀ ବିଶ୍ୱଜିତ ମିଶ୍ର ଓ ନିର୍ମଳ ଜେନା, ସମାଜସେବୀ ଧବଳେଶ୍ୱର ବେହୁରା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ, ଶତାଧିକ ମହିଳା ଓ ଜନସାଧାରଣ ଯୋଗ ଦେଇଥିଲେ ।  ବଡ଼ମୂଳବସନ୍ତ ଛକ ଠାରୁ ବିଧାୟକ ଶ୍ରୀ ବେହେରା ଓ ବ୍ଲକ ଅଧକ୍ଷ ଶ୍ରୀ ସାମନ୍ତରାୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଏକ ଶୋଭାଯାତ୍ରାରେ ନପଙ୍ଗ ପାନୀୟଜଳ ପ୍ରକଳ୍ପ ଶିଳାନ୍ୟାସ ସ୍ଥଳକୁ ପାଛୋଟି ନିଆଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading