- ମଣ୍ଡିରେ ଧାନ ସଂଗ୍ରହ ପାଇଁ ସମୀକ୍ଷା ବୈଠକ
କେନ୍ଦ୍ରାପଡ଼ା,୧୦ା୩:ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୨୦୨୫–୨୬ ଖରିଫ ବର୍ଷର ଧାନ ସଂଗ୍ରହ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ମୋଟ ୧୬,୧୨,୦୦୦ କୁଇଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଥିବା ବେଳେ ଆଜି ସୁଦ୍ଧା ୧୨, ୬୧, ୪୭୩ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ଏପର୍ଯ୍ୟନ୍ତ ଜିଲ୍ଲାର ୩୭,୩୯୯ ଜଣ ଚାଷୀ ଧାନ ବିକ୍ରୟ କରିସାରିଛନ୍ତି। ଏହି…
- ଭିକାରୀ ଚରଣ ଦାସଙ୍କ ପୁରାଣ ଗଳ୍ପ ‘ରାତି ପାହିଲେ ନାରାୟଣ ମରିବେ’ ପୁସ୍ତକ ଉନ୍ମୋଚନ
ପଟ୍ଟାମୁଣ୍ଡାଇ ୯/୩ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌର ଅଡିଟୋରିୟମ ଭବନରେ କର୍ମକାଣ୍ଡ ନିପୁଣ ଓ କଳା ସହିତ୍ୟର ପୁରୋହିତ ଭିକାରୀ ଚରଣ ଦାସଙ୍କ ପୁରାଣ ଗଳ୍ପ ‘ରାତି ପାହିଲେ ନାରାୟଣ ମରିବେ’ ପୁସ୍ତକ ରବିବାର ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଗାଳ୍ପିକା ଅବନ୍ତି ବେହେରାଙ୍କ ପୁସ୍ତକ ଅର୍ଗଳିରେ ବେକ ମଧ୍ୟ ଉନ୍ମୋଚିତ ହେବା ସହିତ ବାପା ଉପରେ ଆଧାରିତ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅବଶରପ୍ରାପ୍ତ ବରିଷ୍ଠ ଜନସମ୍ପର୍କ ଅଧିକାରୀ ନିରାକାର ଦାସଙ୍କ ସଭାପତିତ୍ୱରେ…
- କେନ୍ଦ୍ରାପଡା ରଗବି ଫୁଟବଲ ଆସୋସିଏସନର ବଡ଼ ସଫଳତା
କେନ୍ଦ୍ରାପଡା ୯/୩- ଚଳିତ ବର୍ଷ ମାର୍ଚ୍ଚରେ ଭୂବନେଶ୍ୱର କଳିଙ୍ଗ ଷ୍ଟାଡିଅମ ରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟ ରଗବି ସିନିଅର ଚାମ୍ପିୟନସିପ ୨୦୨୬ ରେ କେନ୍ଦ୍ରାପଡା ରଗବି ଫୁଟବଲ ଆସୋସିସନରୁ ମୋନାଲିସା ନାୟକ, ସିପା ସେଠି, ଶୁଭଲକ୍ଷ୍ମୀ ବାରିକ ତିନି ଜଣ ମହିଳା ଖେଳାଳୀ ସ୍ଥାନ ପାଇଛନ୍ତି। କେନ୍ଦ୍ରାପଡା ର ଅରୁଆକଦଳୀବଣ ସ୍ଥିତ ବାଳାଶ୍ରମ, ମାର୍ଶାଘାଇ ବାଲିକୁଦା, ପତ୍ରପୁର ଓ ପଟାମୁଣ୍ଡାଇ ଏମ ନ ହାଇସ୍କୁଲ ଠାରେ ପିଲାମାନେ ଆସୋସିଏସନ ତତ୍ୱାବଧାନରେ ଅଭ୍ୟାସ କରି ଆସୁଥିଲେ। କେନ୍ଦ୍ରାପଡା…
- କେନ୍ଦ୍ରାପଡା ଜିଲ୍ଲାରେ ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି
କେନ୍ଦ୍ରାପଡ଼ା,୯ା୩:ସାଧାରଣ ଲୋକଙ୍କ ଅଭିଯୋଗ ଗୁଡିକର ଶୀଘ୍ର ସମାଧାନ ଓ ଶାସନ ସେବାକୁ ଗ୍ରାମସ୍ତରରେ ସୁଦୃଢ଼ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା ୧୧. ୦୩. ୨୦୨୬ (ବୁଧବାର) ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକେ ନିଜର ଅଭିଯୋଗ ଗୁଡିକୁ ସିଧାସଳଖ ପ୍ରଶାସନ ସମ୍ମୁଖରେ ଉପସ୍ଥାପନ କରିପାରିବେ ଓ ବିଭିନ୍ନ ସରକାରୀ ଯୋଜନା ତଥା ସେବା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇପାରିବେ। ଏଠାରେ ସୂଚନା…
- କେନ୍ଦ୍ରାପଡା ଷଷ୍ଠ ଜିଲ୍ଲା ପରିଷଦର ଅଷ୍ଟମ ସାଧାରଣ ବୈଠକ
କେନ୍ଦ୍ରାପଡ଼ା,୯ା୩:କେନ୍ଦ୍ରାପଡା ଷଷ୍ଠ ଜିଲ୍ଲା ପରିଷଦର ଅଷ୍ଟମ ସାଧାରଣ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସଭାପତି ସୁଶ୍ରୀ ଲିଲିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଆଳି ବିଧାୟକ ପ୍ରତାପକେଶରୀ ଦେବ, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲାପାଳ ରଘୁରାମ ଆର.ଆୟର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲ୍ଲା ଶିକ୍ଷାଧିକାରୀ ପବିତ୍ରମୋହନ ବାରିକଙ୍କ ସମେତ ଲାଇନ୍ଡିପାର୍ଟମେଣ୍ଟର…
- ତୁଳସୀ ମହିଳା କଲେଜରେ ଆନ୍ତର୍ଜାତୀୟ ମହିଳା ଦିବସ
କେନ୍ଦ୍ରାପଡ଼ା,୯ା୩:ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ବାସନ୍ତୀ ଶୁକ୍ଳାଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ନାରୀ ସଶକ୍ତିକରଣ ସମ୍ପର୍କରେ ଅଧ୍ୟକ୍ଷା ଡ. ଶୁକ୍ଳା ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ନାରୀ ନିଜର ଆତ୍ମବିଶ୍ୱାସ, ସାହସ ଓ କାର୍ଯ୍ୟଦକ୍ଷତା ମାଧ୍ୟମରେ ସଫଳତା ପାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଓଡିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ଡ. ଏଲୋରା କବି ନାରୀମାନେ ସୁରକ୍ଷିତ ହେଲେ ସମଗ୍ର ସମାଜର ଉନ୍ନତି ହୋଇପାରିକ ବୋଲି କହିଥିଲେ। ମହାବିଦ୍ୟାଳୟର ପ୍ରଶାସନିକ…
- କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
କେନ୍ଦ୍ରାପଡ଼ା,୯ା୩:ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଶିବିରରେ ମୋଟ ୧୦୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥି ମଧ୍ୟରୁ ୮୮ଟି ବ୍ୟକ୍ତିଗତ ଏବଂ ୧୮ଟି ସାମୁହିକ ଅଭିଯୋଗ ଥିଲା। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬ ଜଣଙ୍କୁ ୪୫ ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ୭ ଟି ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା। ପଞ୍ଜିକୃତ ଅଭିଯୋଗଗୁଡିକର ତୁରନ୍ତ ସମାଧାନ କରିବାକୁ…
- ଜନଔଷଧୀ କେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ପଦଯାତ୍ରା
କେନ୍ଦ୍ରାପଡା,୬।୩: କେନ୍ଦ୍ରାପଡା ଜିଲ୍ଲା ଭାରତୀୟ ଜନଔଷଧୀ କେନ୍ଦ୍ର ପକ୍ଷରୁ ଜନଔଷଧୀ ସପ୍ତାହ ପାଳନ ଅବସରରେ କେନ୍ଦ୍ରାପଡା ନୂଆବସଷ୍ଟାଣ୍ଡ ଠାରୁ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାକୁ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଉଦ୍ଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ପୌରାଧକ୍ଷା ସରିତା ସାହୁ, ପୂର୍ବତନ ଜିଲ୍ଲାପାରିଷଦ ଅଧ୍ୟକ୍ଷା ଗିତା ସେଠୀ ଯୋଗଦେଇ ଜିଲ୍ଲାରେ ଜନଔଷଧି ଦ୍ୱାରା କିପରି ଲୋକମାନେ ଲାଭବାନ…
- ଜିଲ୍ଲା ସ୍ତରୀୟ ବିକଶିତ ଭାରତ ୟୁଥ ପାର୍ଲ୍ୟାମେଣ୍ଟ ପାଇଁ ସାମ୍ବାଦିକ ସମ୍ମିଳନୀ
କେନ୍ଦ୍ରାପଡ଼ା,୨୨ା୨:କେନ୍ଦ୍ରାପଡ଼ା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ମାଇଁ ଭାରତ ପକ୍ଷରୁ ଜିଲ୍ଲାସ୍ତରୀୟ ବିକଶିତ ଭାରତ ୟୁଥ ପାର୍ଲାମେଣ୍ଟ ଆୟୋଜନ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୨୫ତାରିଖରେ ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ। ଏହି ସାମ୍ବାଦିକ ସମ୍ମିଳନୀରେ ସାନ୍ଧ୍ୟଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷା ଆଦ୍ୟାରଶ୍ମି ମହାପାତ୍ର, ପୂର୍ବତନ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶିଶିରକାନ୍ତ ମହାପାତ୍ର, ମାଇଁ ଭାରତ ୟୁବା ଭାରତର ଯୁବ କାର୍ଯ୍ୟକ୍ରମ ଅଧିକାରୀ ଗୋଲୀ ତିରୁପତି…
- କେନ୍ଦ୍ରାପଡାରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ଓଡିଆ ବିଷୟରେ ପରୀକ୍ଷା ଦେଲେ୧୯ହଜାର ୪୭୨ ଛାତ୍ରଛାତ୍ରୀ
କେନ୍ଦ୍ରାପଡ଼ା,୧୯ା୨:କେନ୍ଦ୍ରାପଡା ଜିଲ୍ଲାର ୧୦୭ଟି ପରୀକ୍ଷା କେନ୍ଦ୍ରରେ ଆଜି ଓଡିଆ ବିଷୟରେ ପରୀକ୍ଷା ଦେଇଛନ୍ତି ୧୯ହଜାର ୪୭୨ଜଣ ଛାତ୍ରଛାତ୍ରୀ। ୧୯ହଜାର ୩୦୧ଜଣ ଆଜି ବାର୍ଷିକ ମାଟ୍ରିକ ପରୀକ୍ଷାର ମାତୃଭାଷା ଓଡିଆ ବିଷୟରେ ପରୀକ୍ଷା ଦେବାକୁ ଥିବା ବେଳେ ସେଥିମଧ୍ୟରୁ ୧୯୦୨୯ଜଣ ପରୀକ୍ଷା ଦେଇଥିବା ବେଳେ ୨୭୨ଜଣ ଅନୁପସ୍ଥିତ ଥିଲେ। ୨୬୩ଜଣ ମଧ୍ୟମା ଛାତ୍ରଛାତ୍ରୀ ଓଡିଆ ବିଷୟରେ ପରୀକ୍ଷା ଦେବାକୁ ଥିବା ବେଳେ ସେଥିମଧ୍ୟରୁ ୨୨୭ଜଣ ପରୀକ୍ଷା ଦେଇଥିବା ବେଳେ ୩୬ଜଣ ଅନୁପସ୍ଥିତ ଥିଲେ। ସେହିପରି ଓପନସ୍କୁଲର ୨୪୯ଜଣ ଛାତ୍ରଛାତ୍ରୀ…