ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ



କେନ୍ଦ୍ରାପଡ଼ା,୧୩ା୩: ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ତିନି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସରକାରଙ୍କ ବିଭିନ୍ନ ବିଭାଗରୁ ଛଟେଇ ହୋଇଥିବା ସମସ୍ତ ସରକାରୀ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ଦିଆଯିବା, ଛଟେଇ ବନ୍ଦ କରାଯିବା, ଚାକିରୀ ସୁରକ୍ଷା ପ୍ରଦାନ, ଗୃହ ବିଭାଗର ପତ୍ରସଂଖ୍ୟା- ୨୩୫୮୨ ତା ୧୩.୦୭.୨୦୨୨କୁ ପ୍ରତ୍ୟାହାର କରାଯିବା, ସେବା ପ୍ରଦାନକାରୀ ସଂସ୍ଥା ଦ୍ୱାରା ନିଯୁକ୍ତ କର୍ମଚାରୀମାନଙ୍କୁ ସମାନ ନ୍ୟାୟ ପ୍ରଦାନ ଓ ଆଉଟସୋର୍ସିଂ କର୍ମଚାରୀଙ୍କ ଭଳି ସମସ୍ତ ସୁବିଧା ସୁଯୋଗ ପ୍ରଦାନ, ସମସ୍ତ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ସେମାନଙ୍କ ଅଭିଜ୍ଞତା, କଠିନ ପରିଶ୍ରମ ଓ ସନ୍ତୋଷଜନକ ସେବାକୁ ଭିତ୍ତି କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବା ପ୍ରଭୃତି ଦାବି ଗୁଡିକ ରହିଛି। କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥନା କରିଛନ୍ତି ଯେ ସେମାନେ ହେଉଛନ୍ତି ତୃଣମୂଳ ସ୍ତରର ସୈନିକ। ସରକାରଙ୍କର ବହୁବିଧ ଯୋଜନା ଓ କାର୍ଯ୍ୟକ୍ରମକୁ ସେମାନେ ପଞ୍ଚାୟତ ଓ ଗାଁ ସ୍ତରରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ରାଜ୍ୟର ସ୍ୱାର୍ଥ ପାଇଁ ସେମାନେ ନିଜ ଜୀବନକୁ କଷ୍ଟଦେଇ ଲୋକଙ୍କ ସେବା କରୁଛନ୍ତି। କିନ୍ତୁ ସେମାନେ ଆର୍ଥିକ ଅନଟନର ଶୀକାର ହେଉଛନ୍ତି। ତେଣୁ ସେମାନଙ୍କ ଦୁଃଖକୁ ହୃଦୟଙ୍ଗମ କରି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କ ଚାକିରୀକୁ ସ୍ଥାୟୀ କରନ୍ତୁ। ଏହାଦ୍ୱାରା ସେମାନଙ୍କ ପରିବାରର ସଦସ୍ୟମାନେ ଆର୍ଥିକ ଅନଟନରୁ ମୁକୁଳି ପାରିବେ। ମହାସଙ୍ଘର କେନ୍ଦ୍ରାପଡା ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ନାୟକ ଓ ସାଧାରଣ ସମ୍ପାଦକ ସମ୍ପଦ ମହାନ୍ତି ପ୍ରମୁଖ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଜାମ୍ବର ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading