ଆଇନଜୀବୀଙ୍କ ଅକାଳ ବିୟୋଗ



କେନ୍ଦ୍ରାପଡ଼ା,୧୩ା୩: କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ସଦସ୍ୟ ଆଇନଜବୀ ରଞ୍ଜନ କୁମାର ସାମଲ(୫୨)ଙ୍କର ବୁଧବାର ମଧ୍ୟରାତ୍ରିରେ କୁହୁଡିସ୍ଥିତ ବାସଭବନରେ ଅକାଳ ବିୟୋଗ ହୋଇଯାଇଛି । ଗତକାଲି ମଧ୍ୟରାତ୍ରିରେ ତାଙ୍କ ଯନ୍ତ୍ରଣା ଅନୁଭବ କରିବାରୁ ଇଚ୍ଛାପୁରସ୍ଥିତ ସରକାରୀ ଚିକିତ୍ସାଳୟକୁ ଆସିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ପରଲୋକ ଖବର ପାଇ ବହୁ ଆଇନଜୀବୀ ଚିକିତ୍ସାଳୟରେ ପହଁଞ୍ଚିଥିଲେ । ଆଜି ଦିନରେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ମରଶରୀରକୁ ଜିଲ୍ଲା ଓକିଲ ସଂଘ ପରିସରକୁ ଅଣାଯାଇଥିଲା । ସେଠାରେ ଓକିଲ ସଂଘ ତରଫରୁ ସଭାପତି ଆଇନଜୀବୀ ଧ୍ରୁବଚରଣ ଜେନା ଓ ଅନ୍ୟମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ଓକିଲ ସଂଘ ସଭାଗୃହରେ ଏକ ଶୋକସଭା ଆଇନଜୀବୀ ଧ୍ରୁବଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଆଇନଜୀବୀ ସରୋଜରାଜ ସିଂହ, ଧିରେନ କୁମାର ସାହୁ, ପ୍ରଭାତ ଅଧିକାରୀ, ସମ୍ପାଦକ ବ୍ରଜସୁନ୍ଦର ରାଉତ, ଭୀମସେନ ଭୂୟାଁ, ନିହାର ମହାପାତ୍ର, ଧନଞ୍ଜୟ ଦାଶ, ସତ୍ୟପ୍ରିୟ ପରିଡା, ହାଡିବନ୍ଧୁ ସିଂ, ଗୋବର୍ଦ୍ଧନ ରାଉତ, ରବିନାରାୟଣ ମହାନ୍ତି, ଅଜୟ ମହାନ୍ତି, ନିହାରିକା ଦାସ ପଟ୍ଟନାୟକ, ବଳଦେବ ପ୍ରସାଦ ସାମନ୍ତରାୟ, ଅକ୍ଷୟ ନାଥ, ବିଭୂତିଭୂଷଣ କର, ମାନସ ମହାନ୍ତି, ମୃତ୍ୟୁଞ୍ଜୟ ସ୍ୱାଇଁ, ରମଣୀ ରଞ୍ଜନ ରାଉତରାୟ, ଅରକ୍ଷିତ ସୁଆର, ଦିଲ୍ଲୀପ ସେଠୀ, ମହେନ୍ଦ୍ର କୁମାର ଜେନା, ବିଚିତ୍ରାନନ୍ଦ ମହାନ୍ତି, ହିରଣ୍ୟ ପଣ୍ଡା, ଲକ୍ଷ୍ମଣ ସାହୁ ପ୍ରମୁଖ ବହୁ ଆଇନଜୀବୀ ଓ ସମସ୍ତ ବିଚାର ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


Next Post

କେ ସି ସି ଏଲ ପଟ୍ଟାମୁଣ୍ଡାଇ ଶାଖା ୨୨ତମ ସ୍ୱନକ୍ଷତ୍ର ଉତ୍ସବ

Thu Mar 13 , 2025
ପଟ୍ଟାମୁଣ୍ଡାଇ ତା ୧୩/୩- ଓଡିଶାର ଅନ୍ୟତମ ଅଗ୍ରଣୀ ସମବାୟ ସଂସ୍ଥା କେନ୍ଦ୍ରାପଡ଼ା କ୍ରେଡିଟ କୋପରେଟିଭ ସୋସାଇଟି ପଟ୍ଟାମୁଣ୍ଡାଇ ଶାଖାର ୨୨ତମ ସ୍ୱନକ୍ଷତ୍ର ଉତ୍ସବ ସୋସାଇଟି ଶାଖା ପରିସରରେ ଅନୁଷ୍ଠିତ ହୋଇଯାଇଛି ।ପଟ୍ଟାମୁଣ୍ଡାଇ ଶାଖା ପରିଚାଳକ ମାନସ ରଞ୍ଜନ ରାଉତଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ କେନ୍ଦ୍ରାପଡ଼ା କ୍ରେଡିଟ ସୋସାଇଟି ସଭାପତି ପ୍ରମୋଦ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦୀର୍ଘ ୨୨ବର୍ଷ ହେଲା ପଟ୍ଟାମୁଣ୍ଡାଇ ଶାଖା ସରକାରୀ ନୀତି ନିୟମ […]

You May Like