କେ ସି ସି ଏଲ ପଟ୍ଟାମୁଣ୍ଡାଇ ଶାଖା ୨୨ତମ ସ୍ୱନକ୍ଷତ୍ର ଉତ୍ସବ



ପଟ୍ଟାମୁଣ୍ଡାଇ ତା ୧୩/୩- ଓଡିଶାର ଅନ୍ୟତମ ଅଗ୍ରଣୀ ସମବାୟ ସଂସ୍ଥା କେନ୍ଦ୍ରାପଡ଼ା କ୍ରେଡିଟ କୋପରେଟିଭ ସୋସାଇଟି ପଟ୍ଟାମୁଣ୍ଡାଇ ଶାଖାର ୨୨ତମ ସ୍ୱନକ୍ଷତ୍ର ଉତ୍ସବ ସୋସାଇଟି ଶାଖା ପରିସରରେ ଅନୁଷ୍ଠିତ ହୋଇଯାଇଛି ।ପଟ୍ଟାମୁଣ୍ଡାଇ ଶାଖା ପରିଚାଳକ ମାନସ ରଞ୍ଜନ ରାଉତଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ କେନ୍ଦ୍ରାପଡ଼ା କ୍ରେଡିଟ ସୋସାଇଟି ସଭାପତି ପ୍ରମୋଦ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦୀର୍ଘ ୨୨ବର୍ଷ ହେଲା ପଟ୍ଟାମୁଣ୍ଡାଇ ଶାଖା ସରକାରୀ ନୀତି ନିୟମ ମଧ୍ୟରେ ଉତ୍ତମ ଗ୍ରାହକ ସେବା ଯୋଗାଇବା ସହିତ ପଟ୍ଟାମୁଣ୍ଡାଇ ଅଂଚଳର ଅବହେଳିତ ଗରିବ ଲୋକ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ଆର୍ଥିକ ଉନ୍ନତିରେ ସହାୟକ ହୋଇପାରିଛି । ଏହା ଦ୍ୱାରା ଦାରିଦ୍ର୍ୟ ଓ ବେକାରୀ ସମସ୍ୟା ଦୂର ହୋଇ ଏକ ଆର୍ଥିକ ସ୍ୱାବଲମ୍ବୀ ସମାଜ ଗଠନ ହୋଇପାରିଛି ବୋଲି ଶ୍ରୀ ସାହୁ ପ୍ରକାଶ କରିବା ସହିତ ଏହି ଶାଖାର ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏଇ ଅବସରରେ ପଟ୍ଟାମୁଣ୍ଡାଇ ଶାଖାରୁ ବାରମ୍ବାର ଋଣ ନେଇ ଠିକ ସମୟରେ ପରିଶୋଧ କରିଥିବା ଶ୍ରେଷ୍ଠ ଗ୍ରାହକ ପଦ୍ମଜ ନାୟକ ଓ ସ୍ବର୍ଣ୍ଣଲତା ମଣ୍ଡଳଙ୍କୁ ସଭାପତି ଶ୍ରୀ ସାହୁ ସିଲଡ଼ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବରେ ସହକାରୀ ସମ୍ପାଦକ ଅରବିନ୍ଦ ସାହୁ, ସହକାରୀ ସାଧାରଣ ପରିଚାଳକ ରମେଶ ସେଠୀ ସୁଧ ପରିଚାଳକ ସୟଦ ଅନୟୁର ରାହାମା ଶାଖା ବରିଷ୍ଠ ପରିଚାଳକ ଦେବାଶିଷ ସାହୁ, ପରିଚାଳକ ନିଗମ ସୁନ୍ଦର ରାୟ, ଆଳି ଶାଖା ଆକାଉଣ୍ଟଟାଣ୍ଟ ବନ୍ଦିତାରାଣୀ ଦାଶ, ପଟ୍ଟାମୁଣ୍ଡାଇ ଶାଖା ଆକାଉଣ୍ଟଟାଣ୍ଟ ରାଜଶ୍ରୀ ସାମନ୍ତରାୟ,ରାଜନଗର ଶାଖା ଆକାଉଣ୍ଟଟାଣ୍ଟ ଶାନ୍ତନୁ ସ୍ୱାଇଁ ସାଲେପୁର ଶାଖା ଆକାଉଣ୍ଟଟାଣ୍ଟ ସୌମେନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ଶାଖା କର୍ମଚାରୀ ସୁନିତା ସାହୁ, ସ୍ୱାଧୀନ ପରିଡା, ସୁଶ୍ରୀ ସଂଗୀତା ନନ୍ଦ, ମନୋଜ ପୃଷ୍ଟି, ଅନୱାର ଖାଁ ଓ ଏଜେଣ୍ଟ ଦୀପକ ରାଉତ ଓ ଦେବବ୍ରତ ରାଉତ ପରିଚାଳନା କରିଥିଲେ । ଏହି ଉତ୍ସବରେ ପଟାମୁଣ୍ଡାଇ ଶାଖାର ଗ୍ରାହକ, ସୋସାଇଟି ସଭ୍ୟସଭ୍ୟା,ଏଜେଣ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading