ବିଶ୍ୱର ସମସ୍ତ ଦେଶ, ରାଜ୍ୟ ବିକାଶ ଆଡ଼କୁ ଦ୍ରୁତ ଗତିରେ ବଢିଚାଲୁଛି । ବିକାଶ ଆଡ଼କୁ ଅଗ୍ରଗତି କରି ଲୋକେ କୋଠାବାଟି ଗାଡି ଘୋଡା ବଢିଚାଲିଛି । ବଦ୍ଧିତ ସହରରେ ଲୋକେ ବ୍ୟସ୍ତତା ଭିତରେ ଜୀବନ ଅତିବାହିତ କରୁଛନ୍ତି । ହେଲେ ବିକାଶରେ ସାହାଯ୍ୟ କରିଥିବା ପ୍ରାକୃତିକ ସମ୍ପଦଗୁଡ଼ିକ ପ୍ରତି କେହି ଧ୍ୟାନ ଦେଉନାହାଁନ୍ତି । ଲୋକେ ନବୀକରଣୀୟ ଶକ୍ତି ଆଡକୁ ମୁହାଁଇବା ଆରମ୍ଭ କରୁଥିବା ବେଳେ ପ୍ରାକୃତିକ ସମ୍ପଦ ନଷ୍ଠ ହୋଇ ସରିବାକୁ ବସିଲାଣି । ଫଳସ୍ୱରୂପ, ଆମେ ଏପର୍ଯ୍ୟନ୍ତ ଯେଉଁ ଆରାମଦାୟକ ଜୀବନଯାପନ କରିଆସିଛୁ ତାହା ଭବିଷ୍ୟତ ପିଢ଼ି ପାଇଁ ଉପଲବ୍ଧ ହେବ କି ନାହିଁ ତାକୁ ନେଇ ବରିବେଶବିତ ମାନେ ଚିନ୍ତା ପ୍ରକଟ କରିଛନ୍ତି ।
ଧାଁ ଦୌଡ ଜୀବନରେ ପରିବହନ ଓ ଯାତାୟତ ପାଇଁ ଯାନବାହନକୁ ଆପଣେଇ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ବହୁଳ ବ୍ୟବହାର କରୁଛନ୍ତି । ଆଜିର ବାଣିଜ୍ୟିକ ଦୁନିଆରେ, ଲୋକଙ୍କ ବିଳାସପୂର୍ଣ୍ଣ ଆବଶ୍ୟକତା ମଧ୍ୟ ବୃଦ୍ଧି ପାଉଛି। ପେଟ୍ରୋଲିୟମ ପାଦାର୍ଥ ହାଲାକା ପ୍ଲାଷ୍ଟିକ୍ ଜନିତ ଉତ୍ପାଦନକୁ ଦୈନନ୍ଦିନ ଜୀବନ ସହିତ ଜଡିତ କରି ପରିବେଶକୁ ନଷ୍ଟ କରୁଛନ୍ତି । ନଦୀ ଗୁଡିକ ଶୁଖିଲା ପଡିିଥିବା ବେଳେ ଲୋକେ ଜବରଦଖଲ କରିଚାଲିଛନ୍ତି । ଜଳ ପ୍ରଦୂଷଣ ଯୋଗୁଁ ଏହି ଧରାପୃଷ୍ଠ ବାସଯୋଗ୍ୟ ହୋଇପଡୁଛି। ଏପରି କି ବିକାଶରେ ସାହାଯ୍ୟ କରିଥିବା ପ୍ରାକୃତିକ ସମ୍ପଦଗୁଡ଼ିକ କ୍ଷୟ ପାଇବାରେ ଲଗିଛି ।
ଯାନବାହନଗୁଡ଼ିକ ପେଟ୍ରୋଲିୟମ ପଦାର୍ଥରେ ଚାଲିଥାଏ । କୋଇଲା ବ୍ୟବହାର କରି ବିଦ୍ୟୁତ ଉତ୍ପାଦନ କରାଯାଏ।’ଯଦି ଏ ଦୁଇଟି ଚାଲିଯିବ ତେବେକ’ଣ ହେବ ବୋଲି ଜନସାଧରାରଣଙ୍କ ମନରେ ପ୍ରଶ୍ନ ଉଠୁଛି । ବିଶ୍ୱର ବିଭିନ୍ନ ଦେଶ ଏହି ପ୍ରଶ୍ନର ସମ୍ମୁଖୀନ ହେବା ଆରମ୍ଭ କରିଛନ୍ତି। ପେଟ୍ରୋଲିୟମ ସମୃଦ୍ଧ ଆରବ ଦେଶଗୁଡ଼ିକରେ, ୫୦ ବର୍ଷ ପୂର୍ବେ, ମାତ୍ର ୧୦୫୦ ଫୁଟ ଗଭୀରରେ ପେଟ୍ରୋଲ ମିଳୁଥିଲା । ବର୍ତମାନ ପେଟ୍ରୋଲ କେବଳ ୩୬,୦୦୦ ଫୁଟ ତଳେ ଉପଲବ୍ଧ ହେଉଛି । ପରେ ଏହା କେତେ ଗଭୀରକୁ ଯିବ ତାହା କହିହେବ ନାହିଁ। ଯଦି ଆହୁରି ତଳକୁ ଯିବ ତେବେ ପେଟ୍ରୋଲ ପରିବର୍ତେ ଜ୍ୱାଳାମୁଖୀ ଲାଭା ବାହାରିବା ସହିତ ବିସ୍ଫୋରଣହୋଇ ଅଗ୍ନିଶିଖା ବାହାରକୁ ଆସିବ।
ପରିବେଶ ପ୍ରଦୂଷିତ କରିବାରେ ପ୍ଲାଷ୍ଟିକ୍ ପ୍ରମୁଖ କାରଣ ଭିତରୁ ଗୋଟିଏ । ଏବେ ପ୍ଲାଷ୍ଟିକ୍ ଉତ୍ପାଦନ ଆମ ଦୈନନ୍ଦିନ ଜୀବନ ସହିତ ଜଡିତ। ପ୍ଲାଷ୍ଟିକ୍ ଏକ ପ୍ରକାରର ପେଟ୍ରୋଲିୟମ୍ ପଦାର୍ଥ ଆମେ ପ୍ରାୟତଃ ବ୍ୟବହାର କରୁଥିବା ୧୬୦ଟି ଉତ୍ପାଦରେ ମିଳିଥାଏ । ଯେପରିକି ଟୁଥବ୍ରସ୍, ଚେୟାର, ପୋଷାକ , ଖେଳଣା, ବିଭିନ୍ନ ମୋଟରଯାନର ଡେକେରମ, ୫୬ଟି ଔଷଧ ଉତ୍ପାଦରେ ମଧ୍ୟ ବ୍ୟବାହାର କରାଯାଇଛି । ଯାହା ଏବେ ଆମ ପ୍ରତି ବିପଦ ସୃଷ୍ଟି କରିଛି ।
୨୦୨୩ ଆକଳନ ଅନୁସାରେ ଓଡ଼ିଶାର ଭୂତଳ ଜଳ ସମ୍ପଦ ପରିମାଣ କମି ଚାଲିଛି। ଆମ ଅଞ୍ଚଳରେ ଅତ୍ୟନ୍ତ ଖରାପ ସ୍ଥିତିରେ ପହଁଚିଛି। ଜଳସ୍ତର ୫୦ ଫୁଟ ପରିବର୍ତେ ଏବେ ତିନିଶହ ଫୁଟ ତଳକୁ ଗଲାଣି ।
ଭୂତଳ ଜଳସ୍ତର ହ୍ରାସ, ଭୂତଳ ଜଳ ପୁନଃଭରଣ ଓ ପ୍ରଦୂଷଣମୁକ୍ତ ପାଇଁ ସରକାର ଆଦୌ ଦୃଷ୍ଟି ଦେଉ ନାହାନ୍ତି। ବିଭିନ୍ନ ପ୍ରାକୃତିକ ଜଳଉତ୍ସ୍, ଝରଣା, ନଦୀ, ନାଳ ଶୁଖିଯାଉଛି। ନଦୀଗୁଡ଼ିକର ପୁନରୁଦ୍ଧାର ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏଥିନେଇ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଛି। ହେଲେ ନଦୀଗୁଡ଼ିକ ଏବେ ବି ପୂର୍ବ ଅବସ୍ଥା ଫେରିପାଇବା ଅପେକ୍ଷାରେ ରହି ଜଳଧାରା ଦିନକୁ ଦିନ ଶୁଷ୍କ ହେବା ସହ ତାହା ମୃତ ଜଳଧାରାରେ ପରିଣତ ହୋଇଛି। ଫଳରେ ଜୀବ ଜଗତ ପାଣି ପାଇଁ ଡହଳବିକଳ ହେଉଛନ୍ତି।
ସବୁଜିମା ସୃଷ୍ଟି କେବଳ କାଗଜକଲମରେ ସୀମିତ ରହିଛି। ପ୍ରଗତି ନାମରେ ରାସ୍ତାଘାଟ ନିର୍ମାଣ ହୋଇ ଗଛ ଜଙ୍ଗଲ ପ୍ରକୃତିକୁ ନଷ୍ଟ କରାଯାଉଛି । ବୃକ୍ଷ ଲୋପ ପାଇବା ଦ୍ୱାରା ପ୍ରକୃତି ଉପରେ କୁ ପ୍ରଭାବ ପଡୁଡଛି । ଅନ୍ୟପକ୍ଷରେ ପରିବେଶ ନାମରେ ହେଉଥିବା ଚାରାରୋପଣକୁ ପରବର୍ତିୀ ସମୟରେ କୌଣସି ନା କୌଣସି କାରଣରୁ କାଟି ଦିଆଯାଉଥିବା ଦେଖାଯାଉଛି।ଆଗରୁ ପରିବେଶକୁ ବଂଚାଇବାକୁ ପଡିବ । ଆଜିର ପିଢିକୁ ଶିକ୍ଷକ ଓ ପରିବେଶବିତ୍ତ୍ମାନେ ଜୈବ ବିବିଧତା ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ଛାତ୍ରୀଛାତ୍ରମାନଙ୍କୁ ପଢ଼ାଇବା ଉଚିତ ବୋଲି ସେ କହିଛନ୍ତି।