କାଠିଆଡାରେ ବିଶ୍ୱଶାନ୍ତି ମହାଯଜ୍ଞ ଉଦ୍‌ଯାପନ


ପଟ୍ଟାମୁଣ୍ଡାଇ, ୧୬ା୩ – ପଟ୍ଟାମୁଣ୍ଡାଇ ବ୍ଳକ ବଡପଡା ପଚାଂୟତ କାଠିଆପଡା ଠାରେ ଅନୁଷ୍ଟିତ ୩୬ତମ ବିଶ୍ୱଶାନ୍ତି ମହାଯଜ୍ଞ ଦୋଳପୂର୍ଣ୍ଣିମା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ପଣ୍ଡିତ ପ୍ରଶାନ୍ତ ପଣ୍ଡାଙ୍କ ତତ୍ୱବଧାନରେ ବହୁ ବିଦ୍ୱାନ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତମାନେ ଗୁରୁ ପୂଜା, ଧରିତ୍ରୀ ପୂଜା, ସୂର୍ଯ୍ୟପୂଜା, ଗୋପୂଜା. ଶାଲା ମାର୍ଜନା, ଶୌବନାମଗ୍ନୀ ସ୍ଥାପନ, ସ୍ତମ୍ଭ ତୋରଣ ପୂଜା, ଅଗ୍ନି ସ୍ଥାପନ ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପଣ୍ଡିତ ମାନଙ୍କ ମନ୍ତ୍ର ଧ୍ୱନି ମଧ୍ୟରେ ହୋମ ଯଜ୍ଞ, ବେଦପାଠ ସହିତ ଯଜ୍ଞାଆହୂତି ଆଦି ଦେବ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ କରିଥିଲେ । ଶୁକ୍ରବାର ଅନୁଷ୍ଠିତ ପୂର୍ଣ୍ଣାହୂତୀ ସହିତ ଉଦଣ୍ଡ କୀ³ର୍ତନ, ଯଜ୍ଞ ମଣ୍ଡପ ପରିକ୍ରମା ସହିତ ବିଶ୍ୱଶାନ୍ତି ପାଇଁ ଆହୂତି ଦିଆଯାଇଥିଲା ।ଏଥିସହ ଭଜନ, କିର୍ତନ,ପାଲା ପ୍ରବଚ୍ଚନ ଆଦି ଅନୁଷ୍ଟିତ ହୋଇଥିଲା । ଗ୍ରାମବାସୀ ସୁରେନ୍ଦ୍ର ଦାସ, ଦିଲ୍ଲିପ ଦାଶ,ପ୍ରଫୁଲ୍ଲ ଦାଶ, ସନ୍ତୋଷ ଦାସ, ବିଜୟ ମହାନ୍ତି,ପାରେଶ୍ୱର ସେଠୀଙ୍କ ସମେତ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଗତ ୩୬ବର୍ଷ ହେଲା ବିଶ୍ୱଶାନ୍ତି ମହାଯଜ୍ଞ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଆସୁଛି । ଏହି ଯଜ୍ଞରେ ଆଖାଖ ଅଚଂଳର ଶହ ଶହ ଶ୍ରଦ୍ଧାଳୁ ପ୍ରତି ଦିନ ଯୋଗ ଦେଇ ପୂଜାର୍ଚ୍ଚନା ସହିତ ଭୋଗ ଲାଗି କରିଥିଲେ ।


Next Post

ପଟାମୁଣ୍ଡାଇରେ ହୋଲି ଉତ୍ସବ ଓ ରାଜମେଳଣ

Sun Mar 16 , 2025
ପଟ୍ଟାମୁଣ୍ଡାଇ ତା ୧୬/୩-ପଟ୍ଟାମୁଣ୍ଡାଇ ଅଂଚଳରେ ପବିତ୍ର ହୋଲି ଉତ୍ସବ ବିପୁଳ ଆନନ୍ଦ ଉଲ୍ଲାସର ସହିତ ସମାରୋହରେ ପାଳିତ ହୋଇଯାଇଛି । ରଙ୍ଗର ପର୍ବ ହୋଲି ଉତ୍ସବକୁ ପଟ୍ଟାମୁଣ୍ଡାଇ ଧୋ୍ୟାଞ୍ଚଳ ଓ ଉତିକଣ ଅଂଚଳରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଛି । ହୋଲି ଉତ୍ସବ ଉପଲକ୍ଷେ ବିଭିନ୍ନ ବର୍ଗର ଲୋକମାନେ ପରସ୍ପରକୁ ରଙ୍ଗ ଓ ଅଭିର ମାରି ହୋଲି ଅଭିନନ୍ଦନ ଜ୍ଞାପନ କରିଥିଲେ । ବିଭିନ୍ନ ରାଜନୈତିକ ଦଳର […]

You May Like