ପଟାମୁଣ୍ଡାଇରେ ହୋଲି ଉତ୍ସବ ଓ ରାଜମେଳଣ



ପଟ୍ଟାମୁଣ୍ଡାଇ ତା ୧୬/୩-ପଟ୍ଟାମୁଣ୍ଡାଇ ଅଂଚଳରେ ପବିତ୍ର ହୋଲି ଉତ୍ସବ ବିପୁଳ ଆନନ୍ଦ ଉଲ୍ଲାସର ସହିତ ସମାରୋହରେ ପାଳିତ ହୋଇଯାଇଛି । ରଙ୍ଗର ପର୍ବ ହୋଲି ଉତ୍ସବକୁ ପଟ୍ଟାମୁଣ୍ଡାଇ ଧୋ୍ୟାଞ୍ଚଳ ଓ ଉତିକଣ ଅଂଚଳରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଛି । ହୋଲି ଉତ୍ସବ ଉପଲକ୍ଷେ ବିଭିନ୍ନ ବର୍ଗର ଲୋକମାନେ ପରସ୍ପରକୁ ରଙ୍ଗ ଓ ଅଭିର ମାରି ହୋଲି ଅଭିନନ୍ଦନ ଜ୍ଞାପନ କରିଥିଲେ । ବିଭିନ୍ନ ରାଜନୈତିକ ଦଳର ନେତା କର୍ମୀ ସମର୍ଥକ ଓ ବିଭିନ୍ନ ସରକାରୀ ପଦାଧିକାରୀ ହୋଲି ଉତ୍ସବରେ ସାମିଲ ହୋଇ ପରିବେଶକୁ ରଙ୍ଗୀନ କରି ଦେଇଥିଲେ । ହୋଲି ଉତ୍ସବରେ ଜାତି ଧର୍ମ ବର୍ଣ୍ଣ ଓ ସମ୍ପ୍ରଦାୟ ଭୁଲି ଲୋକମାନେ ବର୍ଷ ବର୍ଷର ଭାଇଚାରାକୁ ବଜାୟ ରଖିଛନ୍ତି । ପଟ୍ଟାମୁଣ୍ଡାଇ ସହରରେ ହୋଲି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିର ପରିସରରେ ବଣିକ ସଂଘ ପକ୍ଷରୁ ରାଜମେଳଣ ଆୟୋଜନ କରାଯାଇଥିଲା । ବଣିକ ସଂଘ ସଭାପତି ଗୋପୀନାଥ କର, ଉପସଭାପତି ମୋହନ ଦାସ (ନମି) ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା, ସହ ସମ୍ପାଦକ ସରୋଜ ପାଢ଼ୀ କୋଷାଧକ୍ଷ ପର୍ଶୁରାମ ଷଣ୍ଢ, ଉପଦେଷ୍ଟା କିରଣ ଭୂୟାଁ ଓ କିଶୋର ଜେନା ( ବାଇନ), ତ୍ରୈଲୋକ୍ୟ ମିଶ୍ର ସୁଦର୍ଶନ ଦାଶ, ରବୀନ୍ଦ୍ର ସାହୁ ଅଚ୍ୟୁତାନନ୍ଦ ଜେନା, ଅଜୟ ପାଢ଼ୀ ସମ୍ବିତ ଦାସଙ୍କ ତତ୍ୱାବଧାନରେ ପଟ୍ଟାମୁଣ୍ଡାଇର ବିଭିନ୍ନ ଅଂଚଳର ଦେବାଦେବୀମାନେ ସୁସଜ୍ଜିତ ବିମାନରେ ଆସି ଶ୍ରୀରାମମନ୍ଦିର ପରିସରରେ ଏକାଠି ହୋଇଥିଲେ । ଏଠାରେ ଦେବାଦେବୀଙ୍କ ପୂଜାର୍ଚନା ସହ ଭୋଗ ଲାଗି କରାଯାଇଥିଲା । ଏହି ରାଜମେଳଣରେ ମାଟିଆ ମଦନମୋହନଜୀଉ,ମଠସାହୀ ନୃସିଂହନାଥଜୀଉ,ବେଲତଳ ରାଧାରମଣଜୀଉ, ପୋଖରୀଆପଡା ହରପାର୍ବତୀଜୀଉ, ବାଲିପଡ଼ା ନୃସିଂହନାଥଜୀଉ,ଷଣ୍ଢପଲ୍ଲୀ କୁଞ୍ଜବିହାରୀଜୀଉ,ଗୁଲନଗର ରାଧାକୃଷ୍ଣଜୀଉ ଓ ଭବାନୀଶଙ୍କରଜୀଉ,ବନ୍ଧପଡା ରାଧାକାନ୍ତଜୀଉ,ଅଧିକାରୀସାହୀ ଅନନ୍ତଶୟନଜୀଉ, ଗୋପୀନାଥ ଜୀଉ ଓ ବୃନ୍ଦାବନଜୀଉ,ଅଢାଖଣ୍ଡ ମଠସାହୀ କଳାକହେଁଇ,ବେଲତଳ ରାଧାକୃଷ୍ଣଜୀଉ,ଗୋପାଳଜୀଉ ଓ ଆଣ୍ଠୁଆ ଗୋପାଳଜୀଉ,ତାତନା ରାଜକିଶୋରଜୀଉ,କଷଣଅଣ୍ଟା ଶ୍ରୀଜଗନ୍ନାଥଜୀଉ ଓ ଅଠରବାଟିଆ ଶ୍ରୀଜଗନ୍ନାଥଜୀଉ ଆଦି ବିଭିନ୍ନ ଦେବାଦେବୀଙ୍କ ବିମାନ ସାମିଲ ହୋଇଥିଲା । ଏହି ରାଜମେଳଣ ଦେଖିବା ପାଇଁ ଶହ ଶହ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ହୋଇଥିଲା । ପଟ୍ଟାମୁଣ୍ଡାଇ ଥାନାକୁ ମଧ୍ୟ ବିଭିନ୍ନ ଦେବାଦେବୀ ବିମାନରେ ଯାଇ ଭୋଗ ଖାଇବା ଦେଖାଯାଇଥିଲା । ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକମାନେ ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ନେତୃତ୍ୱରେ ହୋଲି ଉତ୍ସବ ପାଳନ କରିଥିଲେ । ହୋଲି ପାଇଁ ସମଗ୍ର ପଟ୍ଟାମୁଣ୍ଡାଇ ଉତ୍ସବ ମୁଖର ହୋଇପଡିଥିଲା ।


Next Post

ବସନ୍ତକୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟର ଉନବିଂଶତମ ବାର୍ଷିକ ଉତ୍ସବ

Sun Mar 16 , 2025
କେନ୍ଦ୍ରାପଡ଼ା,୧୬ା୩ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଉନବିଂଶତମ ବାର୍ଷିକ ଉତ୍ସବ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଚିକିତ୍ସାଳୟର ପ୍ରତିଷ୍ଠାତା ପ୍ରଫେସର ଡା. ବିମଳକାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ସତ୍ୟସାଇ ସେବାସମିତି ସଭାପତି ଉମେଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, ଭୁବନେଶ୍ୱର ରୋଟାରୀ କ୍ଲବ(ୟୁନିକ୍‌)ର ସଭାପତି ଲକ୍ଷ୍ମୀକାନ୍ତ ପାଲିତ ମୁଖ୍ୟବକ୍ତା ଓ […]

You May Like