ବହୁ ପୁରାତନ ଶ୍ୟାମସୁନ୍ଦରପୁର ମହାନ୍ତିସାହି ଦୋଳ ମେଲଣ ଉଦଯାପିତ


କେନ୍ଦ୍ରାପଡା,୧୬ା୩ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ମହାନ୍ତିସାହିର ଦୋଳ ମେଲଣ ଉଦଯାପିତ ହୋଇଯାଇଛି । ଜିଲ୍ଲାର ବହୁ ପୁରାତନ ମେଲଣ ମଧ୍ୟରୁ ମହାନ୍ତି ସାହି ମେଲଣ ପ୍ରାୟ ୨ଶହ ବର୍ଷ ପୂର୍ବେ ପୂର୍ବଜମାନେ ଆରମ୍ଭ କରିଥିଲେ । ମେଲଣକୁ ବିଭିନ୍ନ ଅଂଚଳରୁ ୯ଟି ସୁସଜ୍ଜିତ ବିଭାନ ବାଜାବାଣ ରୋଷଣୀ କରି ମଧ୍ୟାହ୍ନରେ ମହାନ୍ତିସାହିରେ ପହଁଚିଥିଲେ । ଥାନପତି ଶ୍ରୀଦଧିବାବନଜୀଉ ପ୍ରଥମେ ପହଁଚି ଆସ୍ଥାନ ଗ୍ରହଣ କରିବା ପରେ ଅନ୍ୟମାନେ ପହଁଚିଥିଲେ । ଏହାପରେ ଭଜନ ସମାରୋହ ଅନୁଷ୍ଠିତ ହୋଇ ବିଭାନମାନଙ୍କ ପାଖରେ ଭୋଗ ଲାଗି ହୋଇଥିଲା । ଏହାପରେ ଶ୍ରୀଜୀଉମାନେ ନିଜ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାହିର ମୁରବୀ ରମେଶ ଚନ୍ଦ୍ର ମହାନ୍ତି, ରାଜକିଶୋର ମହାନ୍ତି, ଗଗନ ଚନ୍ଦ୍ର ମହାନ୍ତି, ଅବନି କୁମାର ମହାନ୍ତି, ଜୟନ୍ତ ମହାନ୍ତି, ଭଞ୍ଜ କିଶୋର ମହାନ୍ତି, ସୈାମେନ୍ଦ୍ର ମହାନ୍ତି, ଅନୁପ ମହାନ୍ତି(ବାଦଲ), ବୁଢା ମହାନ୍ତି, ପ୍ରଣବ କୁମାର ମହାନ୍ତି, ରେବନ୍ତ ମହାନ୍ତି, ରଜତ ମହାନ୍ତି, ପ୍ରଦୀପ କୁମାର ମହାନ୍ତି, ଚିତ୍ତରଞ୍ଜନ ଦାସ ପ୍ରମୁଖଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଶାନ୍ତନୁ ମହାନ୍ତି, ଆଲୋକ ମହାନ୍ତି, ନବଜ୍ୟୋତି ମହାନ୍ତି, ଅମିତାଭ ମହାନ୍ତି, ଆଶିଷ ମହାନ୍ତି, ବନ୍ଧନ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଆଖପାଖ ଅଞ୍ଚଳର ବହୁ ବ୍ୟକ୍ତି ଉପସ୍ଥିତ ହୋଇ ଜୀଉମାନଙ୍କ ନିକଟରେ ଆଶିଷ ଭିକ୍ଷା କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading