ସାହିତ୍ୟ ସଂସଦ ଓ ସୃଜନ ଦିଗନ୍ତର ମିଳିତ ଉଦ୍ୟମରେ ଫଗୁ ଆସର



କେନ୍ଦ୍ରାପଡ଼ା,୧୬ା୩: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଓ ସୃଜନ ଦିଗନ୍ତର ମିଳିତ ଉଦ୍ୟମରେ କବି ବସନ୍ତ କୋକିଳଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିଳିତ ଫଗୁଆସର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ସାହିତ୍ୟ ସଂସଦର ଉପସଭାପତି ବିଶିଷ୍ଟ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ପ୍ରକୃତି ବନ୍ଧୁ ନୃସିଂହ ଚରଣ ତ୍ରିପାଠୀଙ୍କ ତଳବାରଙ୍ଗସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରକୃତିବନ୍ଧୁ ଶ୍ରୀ ତ୍ରିପାଠୀ ପାରମ୍ପରିକ ଅଭିର ରଙ୍ଗରେ ହୋଲି ଖେଳିବା ପରେ କଣ୍ଠଶିଳ୍ପୀ ଗୋଲକ କୁମାର ସେଠୀ ଦୋଳ ସମ୍ପର୍କରେ ଏକ ସଂଗୀତ ଗାନ କରିଥିଲେ । ସୃଜନ ଦିଗନ୍ତର ସ୍ରଷ୍ଟା ନୃସିଂହ ଚରଣ ତ୍ରିପାଠୀ ସମସ୍ତଙ୍କୁ ସ୍ୱାଗତ କରି ବସନ୍ତ କୋକିଳଙ୍କ ସମ୍ପର୍କରେ ଓ ଫଗୁ ଆସର ସମ୍ପର୍କରେ ଆଲୋଚନା କରିଥିବା ବେଳେ ସାହିତ୍ୟ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଏଥିରେ ସଂସଦର କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସ, ଉପସଭାପତି ରାମକୃଷ୍ଣ ଦାଶ ଫଗୁ ଆସର ଓ କେନ୍ଦ୍ରାପଡାର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବରେ ପ୍ରଫେସର ମୋହନ ଚରଣ ଜେନା, ସମ୍ମାନିତ ଅତିଥି ଭାବେ ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକ, ସ୍ୱପ୍ନାଂଶୁ କୁମାର ଦାସ, କବି ମନ୍ମଥ ବରାଳ, ଅମର ପ୍ରସାଦ ରାଉତ, ଗାଳ୍ପିକା ଅବନ୍ତୀ ବେହେରା, ସମାଜସେବୀ ରଣଧୀର ଜେନା ପ୍ରମୁଖ ଯୋଗଦାନ କରି ଫଗୁ ଆସର ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ବେଦ ବେଦାନ୍ତରେ ଗବେଷଣା କରି ପ୍ରସିଦ୍ଧି ଅର୍ଜନ କରିଥିବା ବଳରାମ ଦାଶଙ୍କୁ ସୃଜନ ଦିଗନ୍ତ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କବି ଶୈଳଜା ଶଙ୍କର ସାମଲ ଓ କବି ଅଶୋକ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର କୁମାର ମହାନ୍ତି, ବିଷ୍ଣୁପ୍ରିୟା ମହାନ୍ତି, ପ୍ରେମାନନ୍ଦ ଜେନା, ତପସ୍ୱିନୀ ପଟ୍ଟନାୟକ, ଅନନ୍ତ ଚରଣ ନାୟକ, ହାସ୍ୟ କବି ଲକ୍ଷ୍ମୀଛଡା, ମଧୁସୁଦନ ଗେରୁ, ଦୀପକ କୁମାର ସାହୁ, ପବିତ୍ର ନାରାୟଣ ମହାନ୍ତି ଓ ତପନ ଦାସ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଶ୍ରୀଧର କୁମାର ଭୋଳ ଧନ୍ୟବାଦ ଅର୍ପଣ କରିଥିବା ବେଳେ ନୃସିଂହ ଚରଣ ତ୍ରିପାଠୀ ବଳଦେବଙ୍କ ପ୍ରିୟ ଭୋଗ ମାଣ୍ଡୁଅ ଖୋଇ ସମସ୍ତଙ୍କୁ ଆପାୟିତ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading