କେନ୍ଦ୍ରାପଡ଼ା,୧୮ା୩ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅକାମି ହୋଇ ପଡିଥିବା ଶୁଦ୍ଧ ପାନୀୟଜଳ ପ୍ରକଳ୍ପକୁ ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ କାର୍ଯ୍ୟକ୍ଷମ କରାଯାଇଛି। ଏହି ପ୍ରକଳ୍ପକୁ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଉଦଘାଟନ କରଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ ଉପସ୍ଥିତ ଥିଲେ। ମାଇଁ ଏନସିସି ଆଲୁମିନି ଆସୋସିଏସନର ଏଭଳି ନିସ୍ୱାର୍ଥପର ସେବାମୂଳକ କାର୍ଯ୍ୟକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଓ ଅଧ୍ୟକ୍ଷ ପ୍ରଫେସର […]

କେନ୍ଦ୍ରାପଡ଼ା, ୧୮ା୩: କେନ୍ଦ୍ରାପଡା ସହରର ମୀରପାଟଣା ଗ୍ରାମରେ ମଙ୍ଗଳବାର ଦିନ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଆରଧ୍ୟା ଦେବତା ଶ୍ରୀ ମା ଥାନପତି ଠାକୁରାଣୀଙ୍କ ପ୍ରାଙ୍ଗଣରେ ପ୍ରତିବର୍ଷ ପରି ଦୋଳ ମହୋତ୍ସବ ମହାସମାରୋହରେ ଅନୁଷ୍ଠିରତ ହୋଇଯାଇଛି । ଏହି ମେଲଣ ଉତ୍ସବରେ ମୀରପାଟଣା ଗ୍ରମ ଦେବତୀଙ୍କ ନିମନ୍ତ୍ରଣରେ ସହର ଓ ଆଖାପାଖ ଅଞ୍ଚଳରୁ ୧୪ଟି ବିମାନ ଯୋଗଦେଇଥିଲେ । ଚାଟରାପାଟଣାର ରାଧାଗୋବିନ୍ଦଜୀଉ, ଇଚ୍ଛାପୁରର ରଘୁନାଥଜୀଉ, ଗଣାମାହାଲର ବିନୋଦବିହାରୀଜୀଉ, […]

କେନ୍ଦ୍ରାପଡା, ୧୮ା୩: କେନ୍ଦ୍ରାପଡ଼ା ବ୍ଲକ ଅର୍ନ୍ତଗତ ବାରୁଅସ୍ଥିତ ଶ୍ରୀ ଶିଶୁ ଅନନ୍ତ ଆଶ୍ରମ ପରିସରରେ ଆସନ୍ତା ଗୁରୁବାର ଅପରାହ୍ନ ୫ଟାରେ ଆଶ୍ରମର ଭକ୍ତବୃନ୍ଦ, ଆଞ୍ଚଳିକ ସଜ୍ଜନ ବୃନ୍ଦ ଏବଂ ଅରିଲୋର ଅନନ୍ତ ବଳିଆ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ପରିବେଶ, ଗଣତନ୍ତ୍ର ଏବଂ ଧର୍ମ ସମ୍ପର୍କିତ ଏକ ବିଶାଳ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହେବ। ପୂଜ୍ୟପୂଜକ ପଦ୍ମଶ୍ରୀ ବାବା ବଳିଆଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ […]

କେନ୍ଦ୍ରାପଡ଼ା,୧୮ା୩: ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ନିର୍ଦେଶ କ୍ରମେ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟି ଭୁବନମୋହନ ଦାସ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଗ୍ରାମର ମୁଖକର୍କଟରେ ପିଡିତ ପାଣ୍ଡବ ଚରଣ ମଲିକଙ୍କ ଘରେ […]

କେନ୍ଦ୍ରାପଡ଼ା,୧୭ା୩: ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧିନରେ ଫାର୍ମ ପୋଖରୀ ଖୋଳାରେ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତର ମହେଶପୁର-ଶଙ୍କରପୁର ଗ୍ରାମରେ୨୦୨୩-୨୪ଆର୍ଥିକ ବର୍ଷରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ମନରେଗା ଯୋଜନାରେ କୃଷ୍ଣଚନ୍ଦ୍ର ସାହୁ ଏବଂ ନବକିଶୋର ସାହୁଙ୍କ ଫାର୍ମ ପୋଖରୀ ଖୋଳାଯାଇଛି। କିନ୍ତୁ କୃଷ୍ଣଚନ୍ଦ୍ର କିମ୍ବା ନବକିଶୋରଙ୍କ ନିଜସ୍ୱ ଜମିରେ ଏହି ପୋଖରୀ […]

କେନ୍ଦ୍ରାପଡା,୧୭ା୩ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଞ୍ଚାୟତର ତନାର ଗ୍ରାମରେ ଦୋଳପୂର୍ଣ୍ଣିମା ଓ ହୋଲି ଉତ୍ସବ ଆବହମାନକାଳରୁ ପାଳିତ ହୋଇ ଆସୁଅଛି। ଚଳିତବର୍ଷ ଏହି ଅବସରରେ ପ୍ରାୟ ୭୨ଟି ବିମାନ ତନାର ଗ୍ରାମ ମୁଣ୍ଡରୁ ରୋଷଣୀକରି ତନାର ମଠ ମେଲଣ ପଡିଆରେ ପହଞ୍ଚିବା ପରେ ସେଠାରେ ଦୋଳ ମେଲଣ ଅନୁଷ୍ଠିତ ହୋଇଥିଲା। ଗ୍ରାମବାସୀମାନେ ସମସ୍ତେ ମିଶି ଭୋଗ, ଧୂପ,ଦୀପ ସମର୍ପଣ କରି ବିମାନର ଠାକୁରମାନଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ। […]

କେନ୍ଦ୍ରାପଡା, ୧୭/୩- ମଦ ପାଇଁ ମହାଭାରତ । ତାତିଲେ ମହିଳା ଭଙ୍ଗାରୁଜା ସହ ପୋଡିଲେ ଚାଖେଣା ଦୋକାନ । ଉତ୍ତେଜନା ସ୍ଥଳରେ ପହଁଞ୍ôଚ ବୁଝା ସୁଝା କରୁଛି ପୋଲିସ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଓଲଢ଼ି ଠାରେ ଥିବା ସରକାରୀ ବିଦେଶୀ ମଦ ଦୋକାନକୁ ଆଜି ଶତାଧିକ ମହିଳା ମାନେ ଘେରାଉ କରିବା ସହ ପୋଡା ଜଳା କରିବା ଦେଖିବାକୁ ମିଳିଛି । ତେବେ ସୂଚନା ଆନୁଯାୟୀ ଗତ କାଲି […]

କେନ୍ଦ୍ରାପଡ଼ା, ୧୭ା୩: ସମାନ କାମ ପାଇଁ ସମାନ ଦରମା ଏବଂ ସମାନ ପଦବୀ ନୀତି ହେଉ। ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଗୁଡିକୁ ସରକାରୀ ଘୋଷଣା କରାଯାଉ। ଜିଲ୍ଲାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳୁ ବୋଲି ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଜିଲ୍ଲା ବୈଠକରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଏହି ବୈଠକ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଗାନ୍ଧୀ ଭବନରେ ଅନୁଷ୍ଠିତ ହୋଇଥିଲା। ପଟ୍ଟାମୁଣ୍ଡାଇ […]