ଶେଷ ହେଲା ତନାର ଦୋଳ ମେଲଣ



କେନ୍ଦ୍ରାପଡା,୧୭ା୩ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଞ୍ଚାୟତର ତନାର ଗ୍ରାମରେ ଦୋଳପୂର୍ଣ୍ଣିମା ଓ ହୋଲି ଉତ୍ସବ ଆବହମାନକାଳରୁ ପାଳିତ ହୋଇ ଆସୁଅଛି। ଚଳିତବର୍ଷ ଏହି ଅବସରରେ ପ୍ରାୟ ୭୨ଟି ବିମାନ ତନାର ଗ୍ରାମ ମୁଣ୍ଡରୁ ରୋଷଣୀକରି ତନାର ମଠ ମେଲଣ ପଡିଆରେ ପହଞ୍ଚିବା ପରେ ସେଠାରେ ଦୋଳ ମେଲଣ ଅନୁଷ୍ଠିତ ହୋଇଥିଲା। ଗ୍ରାମବାସୀମାନେ ସମସ୍ତେ ମିଶି ଭୋଗ, ଧୂପ,ଦୀପ ସମର୍ପଣ କରି ବିମାନର ଠାକୁରମାନଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ। ଏହି ମେଲଣରେ ଆଖପାଖ ଅଞ୍ଚଳର ପ୍ରାୟ ୫ହଜାରରୁ ଉର୍ଦ୍ଧ୍ୱ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଯଦୁନାଥ ପାତ୍ର, ନୃସିଂହ ରାଉତ, ଭାନୁ ଦାସ, ଯଦୁନାଥ ସାମଲ, ଲୋକନାଥ ବାରିକ, ପାଗଳ ସିଂ, ନାରଣ ପ୍ରଧାନ, ଅରୁଣ ପ୍ରଧାନ, ଶତୃଘ୍ନ ପ୍ରଧାନ, ହେମନ୍ତ ପ୍ରଧାନ, ହରିପଦ ବେହେରା, ସରପଞ୍ଚ ରଞ୍ଜିତ ପ୍ରସାଦ ଜେନା, ଶରତ ଜେନା, ପୁରୁଷୋତ୍ତମ ପରିଡା, ଗଣେଶ୍ୱର ଦାସ ପ୍ରମୁଖ ଗ୍ରାମବାସୀମାନେ ପରିଚାଳନାରେ ସହାୟତା କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading