ବାରୋ ଶିଶୁ ଅନନ୍ତ ଆଶ୍ରମରେ ବିଶାଳ ଆଧ୍ୟାତ୍ମିକ ସମ୍ମିଳନୀ



କେନ୍ଦ୍ରାପଡା, ୧୮ା୩: କେନ୍ଦ୍ରାପଡ଼ା ବ୍ଲକ ଅର୍ନ୍ତଗତ ବାରୁଅସ୍ଥିତ ଶ୍ରୀ ଶିଶୁ ଅନନ୍ତ ଆଶ୍ରମ ପରିସରରେ ଆସନ୍ତା ଗୁରୁବାର ଅପରାହ୍ନ ୫ଟାରେ ଆଶ୍ରମର ଭକ୍ତବୃନ୍ଦ, ଆଞ୍ଚଳିକ ସଜ୍ଜନ ବୃନ୍ଦ ଏବଂ ଅରିଲୋର ଅନନ୍ତ ବଳିଆ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ପରିବେଶ, ଗଣତନ୍ତ୍ର ଏବଂ ଧର୍ମ ସମ୍ପର୍କିତ ଏକ ବିଶାଳ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହେବ। ପୂଜ୍ୟପୂଜକ ପଦ୍ମଶ୍ରୀ ବାବା ବଳିଆଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଯୋଗଦେବାକୁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଶିଶୁ ଅନନ୍ତ ଆଶ୍ରମର ଭକ୍ତମାନେ ଅନୁରୋଧ କରିଛନ୍ତିି। ଏହି ଅବସରରେ ଭାବଗ୍ରାହୀ କଳା ନିକେତନ ଆନୁକୁଲ୍ୟରେ ଭଜନ, ନୃତ୍ୟ, ସଙ୍କୀର୍ତ୍ତନ ଏବଂ ଆଧ୍ୟାତ୍ମିକ ଆଲୋଚନା କରାଯିବ।


Discover more from

Subscribe now to keep reading and get access to the full archive.

Continue reading