ମୀରପାଟଣା ଗ୍ରାମରେ ଦୋଳ ମହୋତ୍ସବ



କେନ୍ଦ୍ରାପଡ଼ା, ୧୮ା୩: କେନ୍ଦ୍ରାପଡା ସହରର ମୀରପାଟଣା ଗ୍ରାମରେ ମଙ୍ଗଳବାର ଦିନ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଆରଧ୍ୟା ଦେବତା ଶ୍ରୀ ମା ଥାନପତି ଠାକୁରାଣୀଙ୍କ ପ୍ରାଙ୍ଗଣରେ ପ୍ରତିବର୍ଷ ପରି ଦୋଳ ମହୋତ୍ସବ ମହାସମାରୋହରେ ଅନୁଷ୍ଠିରତ ହୋଇଯାଇଛି । ଏହି ମେଲଣ ଉତ୍ସବରେ ମୀରପାଟଣା ଗ୍ରମ ଦେବତୀଙ୍କ ନିମନ୍ତ୍ରଣରେ ସହର ଓ ଆଖାପାଖ ଅଞ୍ଚଳରୁ ୧୪ଟି ବିମାନ ଯୋଗଦେଇଥିଲେ । ଚାଟରାପାଟଣାର ରାଧାଗୋବିନ୍ଦଜୀଉ, ଇଚ୍ଛାପୁରର ରଘୁନାଥଜୀଉ, ଗଣାମାହାଲର ବିନୋଦବିହାରୀଜୀଉ, ମୀର ପାଟଣା ଗ୍ରାମର ବାସୁଦେବ ଜୀୟୁ, ମନମୋହନ ପଣ୍ଡା ରାଧାକୃଷ୍ଣ,ପ୍ରବୀର ଦାସଙ୍କ ରାଧାକୃଷ୍ଣ, ପୁରୁଣା ବସଷ୍ଟାଣ୍ଡର ଲକ୍ଷ୍ମୀନାରାୟଣ ମନ୍ଦିରର ରାଧାକୃଷ୍ଣ, ବଣିଆମାଳର ତ୍ରିପାଠୀ ସାହି ରାଧାକୃଷ୍ଣ ଓ ନୃସିଂହଜୀଉ, କାକଟର ରାଧାମାଧବଜୀଉ, କାକଟ ଚନ୍ଦ୍ରଶେଖର, ଭିଂପୁର ରାଧାକୃଷ୍ଣ ପ୍ରମୁଖ ସେମାନଙ୍କ ନିଜ ନିଜର ବିମାନରେ ପାରମ୍ପରିକ ବାଦ୍ୟ ସହ ଶୋଭାଯାତ୍ରାରେ ସହର ପରିକ୍ରମା କରି ମିରପାଟଣା ମେଳଣ ପଡିଆରେ ଅବସ୍ଥାପିତ ହୋଇଥିଲେ । ପୂର୍ବାହ୍ନ ୩ଟା ବେଳେ ସମସ୍ତ ଠାକୁରଙ୍କୁ ଭୋଗ ଲାଗି କରାଇବା ପରେ ବିମାନଗୁଡିକ ନିଜ ନିଜ ମନ୍ଦିରକୁ ଫେରିଯାଇଥିଲେ । ଏହି ଅବସରରେ ସ୍ଥାନୀୟ କଳାକାରଙ୍କ ଦ୍ୱାର ଭଜନ କାର୍ଯ୍ୟକ୍ରମ ଓ ଲୋକକଳା ଘୋଡାନାଚ ଅନୁଷ୍ଠିତ ହୋଇଥିଲା । ଏହି ମେଳଣ ଦେଖିବା ପାଇଁ ସହର ଓ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ପୌରଅଧ୍ୟକ୍ଷ ଧିରେନ କୁମାର ସାହୁଙ୍କ ତତ୍ୱାବଧାନରେ କମିଟିର ସଦସ୍ୟ ଚକ୍ରଧର ଦାସ, ସୌମେନ୍ଦ୍ର ପୃଷ୍ଟି, ରାହୁଳ ରମଣ ବେହେରା, ରଞ୍ଜିତ ଦାସ, ପ୍ରଭାତ ରଞ୍ଜନ ଦାସ, ପୂର୍ଣ୍ଣ ଚନ୍ଦ୍ର ମାଝି, ମନମୋହନ ପଣ୍ଡା, ଧନେଶ୍ୱର ପଣ୍ଡ. ବିଭୂତି ଭୂଷଣ ସ୍ୱାଇଁ, ଗୌରାଙ୍ଗ ମହାରଣା ପ୍ରମୁଖ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading