କେନ୍ଦ୍ରାପଡା କଲେଜରେ ମାଇଁ ଏନସିସି ଆଲୁମିନି ଆସୋସିଏସନର ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ



କେନ୍ଦ୍ରାପଡ଼ା,୧୮ା୩ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅକାମି ହୋଇ ପଡିଥିବା ଶୁଦ୍ଧ ପାନୀୟଜଳ ପ୍ରକଳ୍ପକୁ ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ କାର୍ଯ୍ୟକ୍ଷମ କରାଯାଇଛି। ଏହି ପ୍ରକଳ୍ପକୁ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଉଦଘାଟନ କରଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ ଉପସ୍ଥିତ ଥିଲେ। ମାଇଁ ଏନସିସି ଆଲୁମିନି ଆସୋସିଏସନର ଏଭଳି ନିସ୍ୱାର୍ଥପର ସେବାମୂଳକ କାର୍ଯ୍ୟକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଓ ଅଧ୍ୟକ୍ଷ ପ୍ରଫେସର ବୋଷ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି। ଏହି ପାନୀୟଜଳ ପ୍ରକଳ୍ପଟି ବହୁଦିନ ଧରି ଅଚଳ ହୋଇପଡିଥିଲା। ତେଣୁ ଆସୋସିଏସନ କଲେଜର ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ପାନୀୟଜଳ ପ୍ରକଳ୍ପଟିର ମରାମତି କରାଇବା ସହ ଏହାର ରକ୍ଷଣାବେକ୍ଷଣ ଦାୟୀତ୍ୱ ମଧ୍ୟ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଏନସିସି ବାଳିକା ବିଭାଗର ଏ.ଏନ.ଓ. କ୍ୟାପଟେନ ସୀମା ମହାନ୍ତି,ଏନସିସି ବାଳକ ବିଭାଗର ଏ.ଏନ.ଓ. ସତ୍ୟରଞ୍ଜନ ମିଶ୍ର, ଆସୋସିଏସନର ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ, ସଦସ୍ୟ ଶ୍ରୀକାନ୍ତ ପୋଥାଳ, ଅନୁପ କୁମାର ରାଉତ, ଦେବବ୍ରତ ସ୍ୱାଇଁ, ଲିଟୁ ରିୟାଜଉଦ୍ଦିନ ମହମ୍ମଦ, ସବ୍ୟସାଚୀ ମହାରଣା, ଦେବାଶିଷ ପରିଡା, ବର୍ଷା ପ୍ରିୟଦର୍ଶିନୀ ମିଶ୍ରଙ୍କ ସମେତ କ୍ୟାଡେଟମାନେ ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ସ୍ୱାର୍ଥ ନିମନ୍ତେ ଆଗାମୀ ଦିନରେ ଏହିଭଳି ମହତ କାର୍ଯ୍ୟକ୍ରମ ସବୁ କରାଯିବ ବୋଲି ଆସୋସିଏସନର ସମ୍ପାଦକ ଶ୍ରୀ ବିଶ୍ୱାଳ କହିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading