ଅଗ୍ନିକାଣ୍ଡ: ଘର ସହ ଆସବାବପତ୍ର ଭସ୍ମୀଭୂତ



ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଦାଣ୍ଡିସାହି ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଦ୍ରୋପଦି ବାରିକଙ୍କ ଗୋଟିଏ ବଖରା ଜଳିଯାଇଛି । ଘରେ ଥିବା ବିରି, ଧାନ, ଚାଉଳ, ସୁନା, ଟଙ୍କା, କଂସା ବାସନ ସମେତ ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଛି ।  ଖବର ପାଇ ପଟ୍ଟାମୁଣ୍ଡାଇ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ରୋଷେଇ ଚୁଲିରୁ ନିଆଁ ଉଠି ଚାଳ ଛପରକୁ ଲାଗିଥିବା ସନ୍ଦେହ କରାଯାଉଛି ।


Discover more from

Subscribe now to keep reading and get access to the full archive.

Continue reading