ପଖାଳ ଦିବସ ପାଳନ



କେନ୍ଦ୍ରାପଡା,୨୦ା୩: ଆଜି ପଖାଳ ଦିବସ ପାଳନ କରାଯାଉଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ପଖାଳ ବଣ୍ଟନ କରାଯାଇଛି । ଏହି ଅବସରରେ ଚଣ୍ଡିଆ ପ୍ୟାଲେସ୍‌ର ମାଲିକ ବଳରାମ ସାହୁ ଡାକ୍ତରଙ୍କ ଉକ୍ତିକୁ ପାଥେୟ କରି କହିଛନ୍ତି ଯେ ପଖାଳ ଏକ ପୃଷ୍ଟିକର ଖାଦ୍ୟ । ୧୦୦ଗ୍ରାମ ଭାତକୁ ୧୨ଘଣ୍ଟା ପଖଳା ହେବା ପରେ ଲୌହ ପରିମାଣ ୩.୪ ମିଲିଗ୍ରା.ରୁ ୭୩.୯୧ ମିଲିଗ୍ରା କୁ ସେହିପରି ପୋଟାସିୟମ୍ ୮୩୯ମିଲିଗ୍ରା.କୁ ଓ କ୍ୟାଲସିୟମ୍ ୨୧ ମିଲିଗ୍ରାମରୁ ୮୫୦ମି.ଗ୍ରା. କୁ ବୃଦ୍ଧି ହୋଇଥାଏ । ସୋଡିୟମ୍ ୪୭୫ମି.ଗ୍ରାରୁ କମି ୩୦୩ ମି.୍‌ଗ୍ରା. ହୁଏ । ଏହାଫଳରେ କୋଷ୍ଟକାଠିନ୍ୟ, ଅଗ୍ନୀମାନ୍ଦ୍ୟ ଓ ପେଟ ବ୍ୟଥା ଆଦି ଉପସମ ହୋଇଥାଏ ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ପଖାଳ ତୋରାଣି ଅତ୍ୟନ୍ତ ପ୍ରସମନବାରୀ ଓ ଉପକାରୀ ଅଟେ । ଏହାଦ୍ୱାରା ଶରୀରର ରକ୍ତଚାପ କମିଯାଇଥାଏ ଓ ଶରୀରର ତାପମାତ୍ରା ନିୟନ୍ତ୍ରଣ ମଧ୍ୟ ହୋଇଥାଏ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଆଜି ଶ୍ରୀ ସାହୁ ଦହି ପଖାଳ ସହିତ ବଢିଚୁରା, ବାଇଗଣ ଭଜା, ଭେଣ୍ଡି ଭଜା, ଆମ୍ବ ଚଟଣି, ପୋଦିନା ଚଟଣି, ବାଦାମ ଚୁରା ଭଳି ପ୍ରାୟ ୧୫ପ୍ରକାରର ଖାଦ୍ୟ ସାଧାରଣ ଲୋକଙ୍କ ପାଇଁ ବ୍ୟବସ୍ଥା କରି ପଖାଳ ଦିବସ ପାଳନ କରିଥିଲେ ।


Next Post

ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କପରଲୋକ

Fri Mar 21 , 2025
କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି। ତାଙ୍କୁ ୬୬ ବର୍ଷ ହୋଇଥିଲା । ସେ ତୃଣମୂଳ ସ୍ତରରେ ଜଣେ ଭଲ ସଂଗଠକ ଥିଲେ। ସେ କଂଗ୍ରେସ ଟିକେଟ୍‌ରେ ୨୦୧୪ ନିର୍ବାଚିତ ହୋଇଥିଲେ।

You May Like