ରାଜସ୍ୱ ନିରୀକ୍ଷକଙ୍କୁ ଆକ୍ରମଣ ଅଭିଯୋଗ


ପଟ୍ଟାମୁଣ୍ଡାଇ ୨୦/୩ -ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଅଣ୍ଢରା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ମଙ୍ଗଳବାର କେତେକ ଦୁର୍ବୁତ ପସି ରାଜସ୍ୱ ନିରୀକ୍ଷକଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିବା ସହିତ ଆଲମିରାରେ ଥିବା ୨୪ ହଜାର ୩୪୮ ସରକାରୀ ଅର୍ଥ ନେଇ କାଗଜପତ୍ରକୁ ଏଣେତେଣେ ଫୋପାଡି ଦେଇଛନ୍ତି ବୋଲି ଆରଆଇ ମନୋଜ କୁମାର ମଲିକ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତି କରି ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ ଏକ ଚିଠି ନଂ-୧୭୬୦/୧୯-୦୩-୨୦୨୫ରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ସୁପାରିଶ କରିଥିବା ଜଣାପଡିଛି। ଘଟଣାକୁ ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ଭାରତୀୟ ନ୍ୟାୟ ସଂହିତା ଅନୁଯାଇ ତଦନ୍ତ ଚଳାଇଥିବା କହିଛନ୍ତି ।
ରାଜସ୍ୱ ନିରୀକ୍ଷକ ଶ୍ରୀ ମଲିକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ମଙ୍ଗଳବାର ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ପୂର୍ବାହ୍ନ ସାଢେ ୧୧ଟା ବେଳେ ଦେବାଶିଷ ମଲ୍ଲିକ ଓ ଚିତରଞ୍ଜନ ରାଉତ ନାମକ ଦୁଇଜଣ କାର୍ଯ୍ୟାଳୟକୁ ପ୍ରବେଶ କରି ରାଜସ୍ୱ ନିରୀକ୍ଷକ ଶ୍ରୀ ମଲିକଙ୍କୁ ଜାତିଆଣ ଆକ୍ଷେପ କର ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା କରିଥିଲେ । ଆମେ ଇଟା ପକାଇବୁ ୍‌ଦି କିଛି ଅଭିଯୋଗ କରୁ ତାହାହେଲେ କାର୍ଯ୍ୟାଳୟକୁ ପେଟ୍ରୋଲ ବୋମାରେ ଉଡାଇ ଦେବାକୁ ଧମକ ଦେଇଥିଲେ। ଏଥିସହିତ ତାଙ୍କ ଆଲମିରାରେ ଥିବା ସରକାରୀ ଅର୍ଥ ୨୪ହଜାର ୩୪୮ଟଙ୍କାଙ୍କୁ ନେଇଯିବା ସହ କାଗଜପତ୍ରକୁ ଏଣେତେଣେ ଫୋପାଡି ଦେଇଥିଲେ ବୋଲି ସେ ଦର୍ଶାଇଛନ୍ତି । ସେ ଆହୁରି ଦର୍ଶାଇଛନ୍ତି ଯେ ସରକାରୀ ରାଜସ୍ୱ ଆଦାୟ କରିବାକୁ ଯାଇ ମୃତ୍ୟୁ ମୁଖରେ ପଡିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ହୋଇଥିବା ବେଳେ ମୋର ଜୀବନ ପ୍ରତି ବିପଦ ଅଛି ବୋଲି ରାଜସ୍ୱ ନିରୀକ୍ଷକ ଶ୍ରୀ ମଲିକ ଅଭିଯୋଗ କରିବା ସହିତ ଯିବାଆସିବା ବେଳେ କୌଣସି ବାଧା କିମ୍ବା ବିପଦ ଆସେ ଉପରୋକ୍ତ ଦୁଇଜଣ ଦାୟୀ ରହିବେ ବୋଲି ସେ ଅଭିଯୋଗ କରିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading