ଦାଣ୍ଡିସାହି ରେ ଶ୍ରଦ୍ଧାଞ୍ଜଳି ସଭା


ପଟ୍ଟାମୁଣ୍ଡାଇ ତା ୨୩/୩ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ଗ୍ରାମର ଡ୍ରାଫ୍ଟସମ୍ୟାନ ଧରଣୀଧର ରାଉତଙ୍କ ପତ୍ନୀ ଧର୍ମପ୍ରାଣା ମହିଳା ଲୀଳାବତୀ ରାଉତଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଧୋୟାଞ୍ଚଳ ବିକାଶ ମଞ୍ଚର ସମ୍ପାଦକ ଶିକ୍ଷାବିତ୍ ରାଜକୁମାର ବିଶ୍ୱାଳଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକର ପ୍ରାକ୍ତନ ଅଧକ୍ଷ ମାନସ ରଞ୍ଜନ ସାମଲ, ପ୍ରେମାନନ୍ଦ ସୁତାର, କବି ସଚିତ୍ର କୁମାର ବେହୁରା, ପ୍ରାକ୍ତନ ସରପଞ୍ଚ ବସନ୍ତ ସ୍ବାଇଁ,ଗୋଲକ ଚନ୍ଦ୍ର ପାତ୍ର, ବ୍ରାହ୍ମଣୀ କଲେଜ ଅଧକ୍ଷ ଡ଼ଃ ଗୌରୀ କୁମାର ସାମଲ, ଭାଗବତ ପଲାଇ,ଗଣେଶ ଚନ୍ଦ୍ର ରାଉତ, ଜନ୍ମେଜୟମଲ୍ଲିକ, ନିରଞ୍ଜନ ପାଢ଼ୀ, ନାରାୟଣ ବିଶ୍ୱାଳ,ନିରଞ୍ଜନ ସୁନ୍ଦରାୟ ପ୍ରମୁଖ ସ୍ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କାର୍ତ୍ତିକ ଚନ୍ଦ୍ର ରାଉତ, ତୁଷାରକାନ୍ତ ମଲ୍ଲିକ, ଗୁରୁପ୍ରସାଦ ରାଉତ,ଦେବାଶିଷ ରାଉତ,ଗଣେଶ ଚନ୍ଦ୍ର ରାଉତ ପରିଚାଳନା କରିଥିଲେ। ଶେଷରେ ସୁଭାଶିଷ ରାଉତ ଧନ୍ୟବାଦ ଦେଇଥିଲେ।


Discover more from

Subscribe now to keep reading and get access to the full archive.

Continue reading